ETV Bharat / bharat

ବିହାର ବଜ୍ରପାତ ନେଲା 28 ଜୀବନ, 4 ଲକ୍ଷ କ୍ଷତିପୂରଣ ଦେଲେ ନୀତିଶ ସରକାର - ବଜ୍ରପାତ ଯୋଗୁଁ ବିହାରରେ 28 ମୃତ

ବିହାର ପାଇଁ ବଜ୍ରପାତ କାଳ। ଚଳିତ ବର୍ଷ ବଜ୍ରପାତ ଯୋଗୁଁ ବିହାରରେ ଅକାଳରେ ଅନେକ ଜୀବନ ଗଲାଣି । ତେବେ ବୁଧବାର ରାଜ୍ୟରେ ହୋଇଥିବା ବଜ୍ରପାତ ଯୋଗୁଁ 28 ଜଣଙ୍କୁ ମୃତ୍ୟୁ ହୋଇଛି।

ବିହାର ବଜ୍ରପାତ ନେଲା 28 ଜୀବନ, 4 ଲକ୍ଷ କ୍ଷତିପୂରଣ ଦେଲେ ନୀତିଶ ସରକାର

author img

By

Published : Sep 16, 2020, 9:12 AM IST

ପାଟନା: ବିହାର ପାଇଁ ବଜ୍ରପାତ କାଳ। ଚଳିତ ବର୍ଷ ବଜ୍ରପାତ ଯୋଗୁଁ ବିହାରରେ ଅକାଳରେ ଅନେକ ଜୀବନ ଚାଲି ଗଲାଣି । ତେବେ ବୁଧବାର ରାଜ୍ୟରେ ହୋଇଥିବା ବଜ୍ରପାତ ଯୋଗୁଁ 28 ଜଣଙ୍କୁ ମୃତ୍ୟୁ ହୋଇଛି।

ତେବେ ଏହି ମୃତକ ମାନେ ମୁଖ୍ୟତଃ 6ଟି ଜିଲ୍ଲାର ରହିଛନ୍ତି । ସମସ୍ତଙ୍କ ପରିବାରକୁ 4 ଲକ୍ଷ ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଏହାସହ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।

ଗତ ମାସରେ ବଜ୍ରପାତ ଯୋଗୁଁ ବିହାରରେ 6 ଜଣଙ୍କ ମୃତ୍ୟୁ ହୋଇଥିଲ । ଏଥିପାଇଁ ମଧ୍ୟ ବିହାର ସରକାର 4 ଲକ୍ଷ ଲେଖାଏଁ କ୍ଷତିପୂରଣ ରାଶି ଘୋଷଣା କରିଥିଲେ।

ଅନ୍ୟପଟେ ଆଜି ମଧ୍ୟ ରାଜ୍ୟରେ ପ୍ରବଳ ବର୍ଷା ଓ ବଜ୍ରପାତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ତେଣୁ ବାହାରକୁ ନଯିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.