ETV Bharat / bharat

ମା' ବୈଷ୍ଣୋଦେବୀଙ୍କ ଦର୍ଶନ କଲେ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା

author img

By

Published : Aug 20, 2020, 10:30 PM IST

ଜାମ୍ମୁ ଓ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

ଜାମ୍ମୁ ଓ କାଶ୍ମୀରରେ ପ୍ରଥମ ଥର ଗଡିବ ଅନଲାଇନ ଟ୍ୟାକ୍ସି

ଶ୍ରୀନଗର: ରେଜାଇ ଜିଲ୍ଲା ଗସ୍ତରେ ଥିବା ଜାମ୍ମୁ ଓ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ କରିଛନ୍ତି । ଏହାସହ ଉପରାଜ୍ୟପାଳ କେନ୍ଦ୍ରଶାସିତ ଅଞ୍ଚଳର ଶାନ୍ତି, ପ୍ରଗତି ଏବଂ ସମୃଦ୍ଧ ନେଇ ପ୍ରାର୍ଥନା କରିଛନ୍ତି ବୋଲି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି। ତେବେ ଏହି ସମୟରେ ମନ୍ଦିର ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରମେଶ କୁମାର ଏଲଜିଙ୍କ ସହିତ ଥିଲେ।

ଚଳିତ ମାସ ଆରମ୍ଭରେ ଉପରାଜ୍ୟପାଳ ଭାବରେ ଦାୟିତ୍ବ ଗ୍ରହଣ କରିବା ପରେ ଏହା ମନୋଜ ସିହ୍ନାଙ୍କ ପ୍ରଥମ ବୈଷ୍ଣୋଦେବୀ ଗସ୍ତ । ସିହ୍ନା ତୀର୍ଥଯାତ୍ରୀମାନଙ୍କ ପାଇଁ ବୋର୍ଡ ଦ୍ବାରା ନିର୍ମାଣ କରାଯାଇଥିବା ରାସ୍ତା ଓ ଅନ୍ୟାନ୍ୟ ଯାତ୍ରୀ ସୁବିଧାର ସମୀକ୍ଷା କରିଥିଲେ ।

ତୀର୍ଥଯାତ୍ରୀଙ୍କ ସୁରକ୍ଷା ତଥା ନିରାପତ୍ତା ପାଇଁ ମହାମାରୀକୁ ଦୃଷ୍ଟିରେ ରଖି ସମସ୍ତ ସତର୍କତାମୂଳକ ପଦକ୍ଷେପ ନିଆଯିବାକୁ ଏଲଜି ସିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ତୀର୍ଥଯାତ୍ରୀମାନଙ୍କ ପାଇଁ ଆବାସ ସୁବିଧାକୁ ଆହୁରି ବୃଦ୍ଧି କରିବା, ସେମାନଙ୍କ ପାଇଁ ଆଇଟି-ସକ୍ଷମ ସେବାଗୁଡିକର ସର୍ବାଧିକ ବ୍ୟବହାର ଏବଂ ଭିଡିଓ କାନ୍ଥ ପ୍ରକଳ୍ପ ସ୍ଥାପନ ପାଇଁ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ଉପରାଜ୍ୟପାଳ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.