ETV Bharat / bharat

ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା ନେଇ ରେଳମନ୍ତ୍ରୀଙ୍କୁ ଚିଠି

author img

By

Published : Apr 23, 2020, 10:44 PM IST

ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନ ନେଇ ରେଳମନ୍ତ୍ରୀଙ୍କୁ ଚିଠି । ରେଳ ମନ୍ତ୍ରଣାଳୟ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚଲାଇଲେ ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ନିରାପଦରେ ଫେରିପାରିବେ ବୋଲି ପାୱାର ଚିଠିରେ ଦର୍ଶାଇଛନ୍ତି । ଅଧିକ ପଢନ୍ତୁ...

Letter to the Railway Minister regarding special train arrangements for migrant workers
ପ୍ରତିକାତ୍ମକ ଫଟୋ

ମୁମ୍ବାଇ: ରେଳମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଚିଠି ଲେଖିଲେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର । ମୁମ୍ବାଇ ଏବଂ ପୁଣେରୁ ସ୍ୱତନ୍ତ୍ର ଟ୍ରେନ୍ ସେବା ଚଳାଚଳ କରି ମହାରାଷ୍ଟ୍ରରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ନିଜ ଘରକୁ ପଠାଇବା ପାଇଁ ଅନୁରୋଧ କରିଛନ୍ତି ।

ଗୋଏଲଙ୍କୁ ପାୱାର କହିଛନ୍ତି ଯେ, ଲକଡାଉନ କାରଣରୁ ରାଜ୍ୟରେ ଟ୍ରେନ ସେବା ବନ୍ଦ ହୋଇଥିଲା । ଯଦ୍ବାରା ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ପ୍ରବାସୀ ଶ୍ରମିକ ଫସି ରହିଛନ୍ତି । ଯଦି ଏମାନଙ୍କ ପାଇଁ ସ୍ବତନ୍ତ୍ର ରେଳର ବ୍ୟବସ୍ଥା କରାଯିବ ତେବେ ହୁଏତ ବହୁ ସଂଖ୍ୟାରେ ଶ୍ରମିକ ନିଜ ରାଜ୍ୟକୁ ଫେରିପାରବେ । ପାୱାର ଏପ୍ରିଲ 14 ରେ ବାନ୍ଦ୍ରା ରେଳ ଷ୍ଟେସନ ବାହାରେ ଏକାଠି ହୋଇଥିବା ବହୁ ସଂଖ୍ୟାରେ ଶ୍ରମିକଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ଯେତେବେଳେ ଦେଶବ୍ୟାପୀ ଲକଡାଉନ ଅବଧିକୁ ମେ 3 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ସେ ନେଇ ଗର୍ଜିଥିଲେ ଶ୍ରମିକମାନେ ।

ବାନ୍ଦ୍ରାର ଏହି ଘଟଣା ସୂଚାଇ ଦେଇଛି ଯେ ଶ୍ରମିକମାନେ ସେମାନଙ୍କ ରାଜ୍ୟକୁ ଫେରିବା ପାଇଁ କେତେ ଚେଷ୍ଟିତ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଏଡାଇ ଦିଆଯାଇପାରିବ ଏବଂ ଲକଡାଉନ୍ ଅବଧି ଶେଷ ହେବା ପରେ ରେଳ ମନ୍ତ୍ରଣାଳୟ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚଲାଇଲେ ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ନିରାପଦରେ ଫେରିପାରିବେ ବୋଲି ପାୱାର ଚିଠିରେ ଦର୍ଶାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.