ଚଣ୍ଡିଗଡ: ଦଳବିରୋଧୀ ଗତିବିଧି ନେଇ ହରିୟାଣା କଂଗ୍ରେସର 16 ଜଣ ନେତାଙ୍କୁ ବହିଷ୍କୃତ କରାଯାଇଛି । ଦଳର ସମ୍ବିଧାନ ଉଲ୍ଲଙ୍ଘନ କରିଥିବରୁ ଏହି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କୁମାରୀ ସୈଲଜା ଏହି 16 ଜଣ ନେତାଙ୍କୁ ଦଳରୁ ବହିଷ୍କୃତ କରିଦେଇଛନ୍ତି । ଦଳରୁ ବହିଷ୍କୃତ ହୋଇଥିବା ନେତାଙ୍କ ମଧ୍ୟରେ ପୂର୍ବତନ ସାଂସଦ ଚୌଧୁରୀ ରଣଜୀତ ସିଂହ, ପୂର୍ବତନ ମନ୍ତ୍ରୀ ଚୌଧୁରୀ ରମଣ ସିଂହ ଆଦି ସାମିଲ ଅଛନ୍ତି । ଏହି ନେତାମାନଙ୍କୁ 6 ବର୍ଷ ପାଇଁ ବହିଷ୍କାର କରାଯାଇଛି ।
ହରିୟାଣାରେ 90ଟି ଆସନ ପାଇଁ ଆଗାମୀ 21 ତାରିଖରେ ମତଦାନ ହେବାକୁ ଥିବା ବେଳେ 24 ତାରିଖରେ ମତଗଣନା ହେବ ।