ବେଙ୍ଗାଲୁରୁ: କର୍ଣ୍ଣାଟକରେ ଦେଖିବାକୁ ମିଳୁଛି ବନ୍ୟାର କରାଳ ରୂପ । ଲଗାଣ ବର୍ଷା ସହିତ ବନ୍ୟାରେ ପ୍ରଭାବିତ ସାରା ରାଜ୍ୟ । ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା 42କୁ ପହଁଚିଲାଣି । 12 ଦିନ ଧରି ଲାଗି ରହିଛି ଲଗାଣ ବର୍ଷା । 5 ଲକ୍ଷରୁ ଉର୍ଦ୍ଧ ଲୋକଙ୍କୁ ସ୍ଥାନ୍ତରିତ କରାଯାଇଛି ।
ତେବେ କୋପ୍ପାଲ ଜିଲ୍ଲାର ଭିରିପୁରା ଗାଡ୍ଡି ଅଞ୍ଚଳରେ ଖୋଦ୍ ଉଦ୍ଧାରକରୀ ଦଳ ଭାସିଯାଉଥିବାର ଚିତ୍ର ଆମ ହାତରେ ଲାଗିଛି । ଯାହାକୁ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ ।
ବନ୍ୟା ଜଳରେ ଫସିଥିବା 70 ପରିବାର ଓ 25 ବିଦେଶୀ ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ଯାଉଥିବା ବେଳେ ଅତ୍ୟାଧିକ ସୁଅ ଫଳରେ ଉଦ୍ଧାରକାରୀ ଦଳର ବୋଟ୍ ଭାସିଯାଇଥିଲା । ତେବେ ପରେ ଅନ୍ୟ 4ଜଣ ଉଦ୍ଧାରକାରୀ ଟିମ ସେମାନଙ୍କୁ ଉଦ୍ଧାର କରିଥିଲେ ।