କୋଲକାତା: ହାତ ଦେଖାଇ ଟ୍ରାଫିକ ନିୟନ୍ତ୍ରଣ କରୁଛନ୍ତି କୋଲକାତା ଟ୍ରାଫିକ ପୋଲିସ । ପଶ୍ଚିମବଙ୍ଗରେ ମହାବାତ୍ୟା ଅମ୍ଫାନ କାରଣରୁ ବହୁ ଟ୍ରାଫିକ ସିଗନାଲ ପୋଷ୍ଟ ଭାଙ୍ଗିପଡିଛି । ଯାହାକୁ ନେଇ ଟ୍ରାଫିକ ପୋଲିସ ପୂର୍ବ ଅଭ୍ୟାସ ଅନୁଯାୟୀ ହାତ ହଲାଇ ଯାନବାହାନ ଚଳାଚଳକୁ ନିୟନ୍ତ୍ରଣ କରୁଛନ୍ତି।
କୋଲକାତା ପୋଲିସ ଡେପୁଟି କମିଶନର (ଟ୍ରାଫିକ) ରୂପେଶ କୁମାରଙ୍କ ସୂଚନା ଅନୁଯାୟୀ, ସହର ତଥା ଏହାର ଆଖପାଖ ଅଞ୍ଚଳରେ ପ୍ରାୟ 250 ଟ୍ରାଫିକ ସିଗନାଲ ପୋଷ୍ଟ ଭାଙ୍ଗି ପଡିଛି ।
ଟ୍ରାଫିକ୍ ସିଗନାଲ୍ ପୋଷ୍ଟଗୁଡିକ ପୁନର୍ବାର କାର୍ଯ୍ୟକ୍ଷମ ନହେବା ପର୍ଯ୍ୟନ୍ତ ଏହି ପୁରୁଣା ଅଭ୍ୟାସ ପାଳନ କରାଯିବ ବୋଲି ରୂପେଶ କୁମାର କହିଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ