ETV Bharat / bharat

ଜମ୍ମୁ-କାଶ୍ମୀରରୁ କାହିଁକି ଲଦାଖକୁ ଅଲଗା କଲେ କେନ୍ଦ୍ର ସରକାର ? - ଧାରା 370 ଉଚ୍ଛେଦ

ଜାଣନ୍ତୁ ସରକାର ଧାରା 370କୁ  ଅକାମୀ କରିବା ସହ ଲଦାଖକୁ କାହିଁକି ଜମ୍ମୁ-କାଶ୍ମୀର ଠାରୁ ଭିନ୍ନ କରିବାର ନିଷ୍ପତ୍ତି ନେଲେ ।

ଫାଇଲ ଫଟୋ
author img

By

Published : Aug 11, 2019, 6:53 PM IST

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଧାରା 370 ଅକାମୀ କରିବା ସହ ଜମ୍ମୁ-କାଶ୍ମୀର ଏବଂ ଲଦାଖକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଛନ୍ତି କେନ୍ଦ୍ର ସରକାର । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ସରକାର ଧାରା 370କୁ ଅକାମୀ କରିବା ସହ ଲଦାଖକୁ କାହିଁକି ଜମ୍ମୁ-କାଶ୍ମୀର ଠାରୁ ଭିନ୍ନ କରିବାର ନିଷ୍ପତ୍ତି ନେଲେ । ଲଦାଖ ଏକ ବୌଦ୍ଧ ବହୁଳ ଅଞ୍ଚଳ ଅଟେ । ଏହି ଅଞ୍ଚଳକୁ 1979 ମସିହାରେ କାରଗିଲ ଏବଂ ଲେହ ଦୁଇଟି ଜିଲ୍ଲାରେ ବିଭକ୍ତ କରାଗଲା । ଲେହ ଜିଲ୍ଲାରେ ପ୍ରାୟ 90 ପ୍ରତିଶତ ବୌଦ୍ଧ ଧର୍ମର ଲୋକେ ବସବାସ କରୁଥିବା ବେଳେ ଶହ ଶହ ସଂଖ୍ୟାର ମଠ ସ୍ଥାପିତ ହୋଇଛି । ଲଦାଖ ଅଞ୍ଚଳରେ ପ୍ରାୟ 20 ପ୍ରତିଶତ ମୁସଲିମ ରହୁଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ କାରଗିଲ ଜିଲ୍ଲାରେ ବସବାସ କରନ୍ତି ।

ତେବେ 1989 ମସିହାରେ ପ୍ରଥମ ଥର ପାଇଁ ଅଞ୍ଚଳରେ ମୁସଲମାନ ଏବଂ ବୌଦ୍ଧ ସମ୍ପ୍ରଦାୟଙ୍କ ମଧ୍ୟରେ ଦଙ୍ଗା ହୋଇଥିଲା । ଏହାପରେ ଲଦାଖକୁ ଜମ୍ମୁରୁ ଅଲଗା କରିବା ପାଇଁ ଦାବି ହୋଇଥିଲା । 1989 ମସିହାରେ ଲଦାଖ ଅଟୋନୋମସ ହିଲ ଡେଭଲପମେଣ୍ଟ କାଉନସିଲର ଗଠନ ହେଲା ଏବଂ ସେବେଠାରୁ ଲଦାଖକୁ ଜମ୍ମୁରୁ ଅଲଗା କରିବା ଦାବି ଜୋରଦାର ହୋଇଥିଲା । ଲଦାଖର ସଂସ୍କୃତି ଜମ୍ମୁ-କାଶ୍ମୀରଠାରୁ ସମ୍ପୁର୍ଣ୍ଣ ଭିନ୍ନ । ତେଣୁ ଏଠାକାର ସ୍ଥାନୀୟ ବାସିନ୍ଦା ସର୍ବଦା ସରକାରଙ୍କ ବିରୋଧରେ ସ୍ବର ଉଠାଉଥିଲେ ।

କାରଗିଲର କିଛି ଅଞ୍ଚଳକୁ ବାଦ ଦେଲେ ସମଗ୍ର ଲଦାଖ ସରକାରଙ୍କ ଏହି ଐତିହାସିକ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି । ତେବେ ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳ ବଦଳରେ ଏକ ରାଜ୍ୟର ମାନ୍ୟତା ଦିଆଯାଇଥିଲେ ଲୋକେ ଅଧିକ ଖୁସି ହୁଅନ୍ତେ ବୋଲି ସେମାନଙ୍କ ପ୍ରତିକ୍ରିୟାରୁ ଜଣା ପଡିଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.