ଚଣ୍ଡିଗଡ: ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଲୋକତନ୍ତ୍ର ସେନାନୀଙ୍କ ପାଇଁ 5 ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ଘୋଷଣା କରିଛନ୍ତି । ଏହି ସହାୟତା ରାଶି ଚିକିତ୍ସା କ୍ଷେତ୍ରରେ ଗଣତନ୍ତ୍ର ସେନାନୀ ଓ ତାଙ୍କ ପତ୍ନୀଙ୍କୁ ପ୍ରଦାନ କରାଯିବ । 1975 ମସିହାର ଜରୁରୀକାଳୀନ ପରିସ୍ଥିତିରେ ଜେଲ୍ ଯାଇଥିବା ସତ୍ୟାଗ୍ରହୀଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଏହା ଘୋଷଣା କରିଛନ୍ତି।
ଖଟ୍ଟର ସରକାର ଏହି ଘୋଷଣା କରିବା ସହ ସେମାନଙ୍କ କ୍ଷେତ୍ରରେ ଲାଗୁ ହେଉଥିବା 1975 ମସିହା ‘ଜରୁରୀକାଳୀନ ପରିସ୍ଥିତି ପୀଡିତ’କୁ ପରିବର୍ତ୍ତନ କରି ଲୋକତନ୍ତ୍ର ସେନାନୀ କରିବାକୁ ପରାମର୍ଶ ଲୋଡିଛନ୍ତି।ଲୋକତନ୍ତ୍ର ସେନାନୀଙ୍କ ପାଇଁ ରାଜ୍ୟ ସରକାର 10 ହଜାର ଟଙ୍କାର ମାସିକ ଭତ୍ତା ସହିତ ଭ୍ରମଣ ଖର୍ଚ୍ଚ ପ୍ରଦାନ କରାଯାଉଥିବା ଖଟ୍ଟର ଉଲ୍ଲେଖ କରିଛନ୍ତି।