ETV Bharat / bharat

ପର୍ଯ୍ୟଟକଙ୍କ ପାଇଁ ବେଳାଭୂମି ଖୋଲିଲେ କେରଳ ସରକାର - କେରଳରେ କୋଭିଡ ନିୟମ କୋହଳ

କୋଭିଡ ନିୟମକୁ କୋହଳ କରି ପର୍ଯ୍ୟଟକଙ୍କ ପାଇଁ ବେଳାଭୂମି ଗୁଡିକୁ ଖୋଲିଛନ୍ତି କେରଳ ସରକାର। କୋଭାଲାମ କେବଳ ଥିରୁଭନନ୍ତପୁରମ ସହରବାସୀ ଏବଂ ସୀମାବର୍ତ୍ତୀ ତାମିଲନାଡୁର ଜନସାଧାରଣଙ୍କ ନିମନ୍ତେ ଉଦ୍ଦିଷ୍ଟ।

kerala has relaxed covid regulation and opened all beaches
ପର୍ଯ୍ୟଟକଙ୍କ ପାଇଁ ବେଳଭୂମୀ ଖୋଲିଲେ କେରଳ ସରକାର
author img

By

Published : Nov 18, 2020, 8:01 PM IST

ଥିରୁଅନନ୍ତପୁରମ: କେରଳ ସରକାର କୋଭିଡ ନିୟମକୁ କୋହଳ କରି ପର୍ଯ୍ୟଟକଙ୍କ ପାଇଁ ବେଳାଭୂମି ଗୁଡିକୁ ଖୋଲିଛନ୍ତି। ବାଲୁକା ରୂପ ଧାରଣ କରିଥିବା ଥିରୁଅନନ୍ତପୁରମର କୋଭାଲାମ୍‌ ବେଳଭୂମୀ‌, ଭାରତର କୋଣ ଅନୁକୋଣରୁ ଆସୁଥିବା ପର୍ଯ୍ୟଟକ ଓ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଭୂ-ସ୍ବର୍ଗ ସଦୃଶ୍ୟ। ବର୍ତ୍ତମାନ କୋଭାଲାମ୍‌ ବେଳାଭୂମୀ‌, କେବଳ ଥିରୁଭନନ୍ତପୁରମ ସହରବାସୀ ଏବଂ ବର୍ଡର ଅଞ୍ଚଳ ତାମିଲନାଡୁର ଜନସାଧାରଣଙ୍କ ନିମନ୍ତେ ଉଦ୍ଦିଷ୍ଟ। କୋଭିଡ ନିୟମ କୋହଳ ହୋଇଥିଲେ ସୁଧା ବିଦେଶୀ ପର୍ଯ୍ୟଟକଙ୍କୁ ପରିଦର୍ଶନ ନିମନ୍ତେ ଅନୁମତି ମିଳିନାହିଁ।

କୋଭିଡ ସମୟରେ କେରଳରେ ରହିଯାଇଥିବା କିଛି ବିଦେଶି ପର୍ଯ୍ୟଟକଙ୍କୁ,ଖାଁ ଖାଁ ଲାଗୁଥିବା କୋଭାଲାମ ବେଳାଭୂମି‌ରେ ପ୍ରାତଃ ଭ୍ରମଣ କରୁଥିବାର ଦେଖିବାକୁ ମିଳେ। ଅଳ୍ପ କେତେକ ସ୍ଥାନୀୟ ବାସିନ୍ଦା ସନ୍ଧ୍ୟା ସମୟରେ ଏଠାରେ ଆସି ସମୟ ଅତିବାହିତ କରନ୍ତି। ବେଳେବେଳେ ତାମିଲନାଡୁରୁ କିଛି ସ୍ଥାନୀୟ ବାସୀନ୍ଦା ମଧ୍ୟ ଏଠାକୁ ଆସୁଥିବାର ଦେଖିବାକୁ ମିଳୁଛି। ବିନା ଜନଗହଳିରେ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ଉତ୍ସାହ ସେତେଟା ଦେଖବାକୁ ମିଳୁନାହିଁ।

କୋଭିଡ କଟକଣା ଆରମ୍ଭ ହେବା ପୂର୍ବରୁ ରାଜ୍ୟର ଅନ୍ୟ ସ୍ଥାନଗୁଡିକ ପରି ଏଠାରେ ମଧ୍ୟ ଅସମ୍ଭବ ଭିଡ ଦେଖାଯାଏ। ବିଦେଶି ପର୍ଯ୍ୟଟକ ମଧ୍ୟ ବହୂ ସଂଖ୍ୟାରେ ଏଠାରେ ଦେଖାଯାଉଥିଲେ। ପର୍ଯ୍ୟଟକ ନଥିବାରୁ ଏଠାରେ ଥିବା ଭେଣ୍ଡର ଏବଂ କ୍ଷୁଦ୍ର ବ୍ୟବସାୟ ପ୍ରଭାବିତ ହୋଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.