ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀକୁ ଇଲେକ୍ଟ୍ରିକ ଭେଇକିଲ ତଥା ଇଭି କ୍ୟାପିଟାଲ କରିବା ଲକ୍ଷରେ କେଜ୍ରିଓ୍ବାଲ ସରକାର । ସୋମବାର ସରକାରଙ୍କ କ୍ୟାବିନେଟ ଦେଶର ରାଜଧାନୀକୁ ଇଭି କ୍ୟାପିଟାଲ କରିବା ପାଇଁ ଦିଲ୍ଲୀ ଇଲେକ୍ଟ୍ରିକ ଭେଇକିଲ ପଲିସିକୁ ମଞ୍ଜୁରୀ ଦେଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି ।
କେଜ୍ରିଓ୍ବାଲ କହିଛନ୍ତି ଯେ ଦିଲ୍ଲୀରେ ପ୍ରଦୂଷଣ କମାଇବା ପାଇଁ ଏକ ସକରାତ୍ମକ ପଦକ୍ଷେପ ନିଆଯାଇଛି । ଦିଲ୍ଲୀ ଇଲେକ୍ଟ୍ରିକ ଭେଇକିଲ ପଲିସି କ୍ୟାବିନେଟରେ ପାସ ହୋଇସାରିଛି । ଦିଲ୍ଲୀକୁ ଇଭି କ୍ୟାପିଟାଲ କରିବା ଏହି ପଲିସିର ଲକ୍ଷ ବୋଲି କେଜ୍ରିଓ୍ବାଲ କହିଛନ୍ତି ।