ନୂଆଦିଲ୍ଲୀ: ରାଜଧାନୀରେ କୋଭିଡ-19 ସ୍ଥିତି ଖରାପ ହେବାରେ ଲାଗିଛି । ଏବେ ସୁଦ୍ଧା ମୋଟ୍ ଆକ୍ରାନ୍ତ ସଂଖ୍ୟା 30 ହଜାର ପାର କରିସାରିଛି । ସେହିପରି ଆଗାମୀ ଦିନରେ ଏହି ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ବଢିବାର ଆଶଙ୍କା ରହିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।
ତେବେ ଏନେଇ ବୁଧବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଲୋଚନା କରିଛନ୍ତି । ଶାହାଙ୍କୁ ସାକ୍ଷାତ କରି କେଜ୍ରିୱାଲ ଦିଲ୍ଲୀର କୋରୋନା ସ୍ଥିତି ସମ୍ପର୍କରେ ଅବଗତ କରିଥିଲେ । ଏହାସହ ଗୃହମନ୍ତ୍ରୀ ସମସ୍ତ ପ୍ରକାର ସହାୟତା ପାଇଁ ଆଶ୍ବାସନା ପ୍ରଦାନ କରିଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ନିଜ ଟ୍ବିଟରରେ ସେ ଏହା ସମ୍ପର୍କରେ ଉଲ୍ଲେଖ କରିଛନ୍ତି ।
ପ୍ରକାଶ ଥାଉ କି ବର୍ତ୍ତମାନ ଆକ୍ରାନ୍ତଙ୍କ ଚିକିତ୍ସା ନେଇ ଦିଲ୍ଲୀ ଉପରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମୁହାଁମୁହିଁ ହୋଇଛନ୍ତି । କେବଳ ଦିଲ୍ଲୀବାସୀଙ୍କ ପାଇଁ ହସ୍ପିଟାଲ ବେଡ୍ ସଂରକ୍ଷିତ ରଖିବାକୁ ସରକାରଙ୍କ ନିଷ୍ପତ୍ତିକୁ ଉପରାଜ୍ୟପାଳ ଅନୀଲ ବୈଜଲ ଖଣ୍ଡନ କରିଛନ୍ତି । ଯାହାକୁ ନେଇ ବିବାଦ ଦେଖାଦେଇଛି । ତେବେ ଜୁଲାଇ ଶେଷ ସୁଦ୍ଧା ଦିଲ୍ଲୀକୁ 80 ହଜାର ବେଡ୍ ଆବଶ୍ୟକ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ସୂଚନାଯୋଗ୍ୟ ଯେ ବୁଧବାର ରାଜଧାନୀରେ 1501 ନୂଆ ମାମଲା ବାହାରିଛି । ଫଳରେ ମୋଟ୍ ଆକ୍ରାନ୍ତ 32 ହଜାର 810 ଏବଂ ମୃତ୍ୟୁ ସଂଖ୍ୟା 984 ରହିଛି । ସେହିପରି 12 ହଜାର 245 ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି ।
ଦିଲ୍ଲୀର କୋରୋନା ସ୍ଥିତି ନେଇ କେଜ୍ରିୱାଲ-ଶାହ ଆଲୋଚନା - କେଜ୍ରିୱାଲ-ଶାହ ଆଲୋଚନା
ବୁଧବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କୋରୋନା ସ୍ଥିନି ନେଇ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...