ହାଇଦ୍ରାବାଦ: ରାଜ୍ୟପାଳ ଇଏସଏଲ ନରସିମ୍ହାଙ୍କ ‘ଇଫତାର’ ପାର୍ଟିରେ ଯୋଗଦେଇଛନ୍ତି ଆନ୍ଧ୍ର ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ରାଜଭବନରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ନୂଆକରି ଦାୟିତ୍ବ ନେଇଥିବା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗମୋହନ ରୋଡ୍ଡି ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଉପସ୍ଥିତ ରହିଛନ୍ତି ।
ପାର୍ଟି ପୂର୍ବରୁ ରାଜ୍ୟପାଳ ନରସିମ୍ହାଙ୍କ ସହିତ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ଗୁରୁତ୍ବପୂର୍ଣ୍ଣ ବୈଠକର ଆୟୋଜନ କରାଯାଇଥିଲା । ତେବେ 2014ର ଅଧିନିୟମ ଧାରା 9 ଅନୁସାରେ ତେଲେଙ୍ଗାନା ରାଜ୍ୟ ପୁନର୍ଗଠିତ ପରେ ଅଧା ରହିଯାଇଥିବା କାର୍ଯ୍ୟକୁ ତ୍ବରାନିତ କରିବା ପାଇଁ ଏହି ବୈଠକରେ ଆଲୋଚନା କରାଯାଇଥିବା ସୂଚନା ମିଳିଛି ।