ETV Bharat / bharat

‘ବାଜପେୟୀଙ୍କ ସମୟରେ ହୋଇପାରିଥାନ୍ତା କାଶ୍ମୀର ସମାଧାନ’ - pak pm imran khan

କାଶ୍ମୀର ସମସ୍ୟା ସମାଧାନ ଉପରେ ମୁହଁ ଖୋଲିଛନ୍ତି ପାକ୍‌ ପିଏମ ଇମ୍ରାନ ଖାନ । ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ପାକିସ୍ତାନ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜେନେରାଲ ମୁଶାରଫ ଶାସନ ସମୟରେ କାଶ୍ମୀର ସମସ୍ୟା ସମାଧାନ ହୋଇପାରିଥାନ୍ତା ବୋଲି ସେ କହିଛନ୍ତି ।

ଡିଜାଇନ ଫଟୋ
author img

By

Published : Jul 24, 2019, 2:43 PM IST

ୱାଶିଂଟନ: କାଶ୍ମୀରକୁ ନେଇ ଭାରତ- ପାକିସ୍ତାନ ମଧ୍ୟରେ ବିବାଦ ଲାଗି ରହିଛି । ଯେଉଁ ବିବାଦ ଥମିବାର ନାଁ ଧରୁନି । ଏମଧ୍ୟରେ କାଶ୍ମୀରକୁ ନେଇ ଏକ ମନ୍ତବ୍ୟ ଦେଇଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଇମ୍ରାନ କହିଛନ୍ତି, ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ପାକିସ୍ତାନ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜେନେରାଲ ମୁଶାରଫ ଶାସନ ସମୟରେ କାଶ୍ମୀର ବିବାଦ ସମାଧାନ ପାଇଁ ଆଗଭର ଥିଲେ । ସମସ୍ୟା ସମାଧାନ ପାଇଁ ଉଭୟ ପ୍ରଧାନମନ୍ତ୍ରୀ ଆଗ୍ରହ ପ୍ରକାଶ କରିଥିଲେ ।

ଆମେରିକା କଂଗ୍ରେସ ତରଫରୁ ୟୁଏସ ଇନଷ୍ଟିଚ୍ୟୁଟ ଅଫ ପିସ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଶଂଗ୍ରହଣ କରିବା ଅବସରରେ ଏହି କଥା କହିଛନ୍ତି ଇମ୍ରାନ । ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତାର ମୁଖ୍ୟ କାରଣ କାଶ୍ମୀର । ତେଣୁ କାଶ୍ମୀର ପ୍ରସଙ୍ଗ ସମ୍ବେଦନଶୀଳ ହୋଇଥିବାରୁ ଏ ବିଷୟରେ ବିସ୍ତୁତ ଭାବରେ କହିବାକୁ ମନା କରିଛନ୍ତି ।

ଏହାସହ ସେ ଆହୁରି କହିଛନ୍ତି, ପାକିସ୍ତାନର ପ୍ରଥମ ପ୍ରାଥମିକତା ହେଉଛି ଦେଶରୁ ଭ୍ରଷ୍ଟାଚାର କମାଇବା । ଏହା ବ୍ୟତୀତ ପଡୋଶୀ ରାଷ୍ଟ୍ର ସହ ସୁସମ୍ପର୍କ ସ୍ଥାପନ କରିବା । ତେଣୁ ଆସନ ଭାର ଗ୍ରହଣ କରିବା ପରେ ଭାରତ ସହ ସୁସମ୍ପର୍କ ଗଠନ କରିବାକୁ ପ୍ରୟାସ କରିଥିଲେ । କିନ୍ତୁ ର୍ଦୁଭାଗ୍ୟର ବିଷୟ କାଶ୍ମୀର କାରଣରୁ ଉଭୟ ଦେଶ ମଧ୍ୟରେ ସର୍ବଦା ତିକ୍ତତା ଲାଗି ରହିଛି ।

New Delhi, July 24 (ANI): President Ram Nath Kovind attended a cultural event "Divya Kala Shakti: Witnessing Ability in Disability" in New Delhi yesterday. The event was organised by Ministry of Social Justice and Empowerment. The programme was anchored by 3 youths with visual impairments disabilities. The Vice President and Chairman, RajyaSabha Shri M. Venkaiah Naidu, the Prime Minister Shri Narendra Modi, the Speaker, LokSabha Shri Om Birla were the Guests of Honour. After the event, PM Modi interacted with divyang children.
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.