ETV Bharat / bharat

ସର୍ବୋଚ୍ଚ ଅଦାଲତଙ୍କ ରାୟ କର୍ଣ୍ଣାଟକ ସରକାରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ - bs yedurapa

କର୍ଣ୍ଣାଟକ ନାଟକରେ ଆଜି ଦୃଶ୍ୟମାନ ହେବ ଅନ୍ତିମ ଭାଗ, ଆଉ କଛି ସମୟ ପରେ ଆସିବ ସର୍ବୋଚ୍ଚ ଅଦାଲତଙ୍କ ରାୟ । ରାୟ ପରେ ନିର୍ଦ୍ଧାରଣ ହେବ କର୍ଣ୍ଣାଟକ ସରକାରଙ୍କ ଭବିଷ୍ୟତ ।

ଫାଇଲ ଫଟୋ
author img

By

Published : Jul 17, 2019, 7:57 AM IST

ବେଙ୍ଗାଲୁର: କର୍ଣ୍ଣାଟକ ରଙ୍ଗମଞ୍ଚର ଆଜି ଏକ ବଡ ନାଟକ ମଞ୍ଚସ୍ଥ ହେବ । ଗତ କିଛିଦିନ ମଧ୍ୟରେ କର୍ଣ୍ଣାଟକରେ ଅନେକ ନାଟକ ମଞ୍ଚସ୍ଥ ହୋଇସାରିଛି । ତେବେ ରାଜନୈତିକ ଆକଳନ ଅନୁସାରେ ଆଜି କର୍ଣ୍ଣାଟକ ମଞ୍ଚରେ ଅନ୍ତିମ ନାଟକ ମଞ୍ଚସ୍ଥ ହୋଇପାରେ । ଏହାପରେ କର୍ଣ୍ଣାଟକ ନାଟକର ବିଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ସବୁ ଚରିତ୍ର ନିଜ ନିଜ ଗନ୍ତବ୍ୟ ଅଭିମୁଖେ ବିଦାୟ ନେବେ ।

ଆଜି ସକାଳ 10:30 ମିନିଟରେ କର୍ଣ୍ଣାଟକ ନାଟକରେ ପ୍ରମୁଖ ଚରିତ୍ରରେ ଅଭିନୟ କରୁଥିବା 16 ଜଣ ବିଧାୟକଙ୍କ ଉପରେ ନିଷ୍ପତ୍ତି ଶୁଣାଇବେ ଦେଶର ସର୍ବୋଚ୍ଚ ଅଦାଲତ । ଏହାପରେ ଜଣାପଡିବ କେଉଁ ଦଳର ଅଭିନୟ କେତେ ଉଚ୍ଚକୋଟିର, କେଉଁ ଦଳକୁ ଦର୍ଶକ ଗ୍ରହଣ କରିଛନ୍ତି ।

ଆଇନ ବିଶେଷଜ୍ଞଙ୍କ ମତରେ ସର୍ବୋଚ୍ଚ ଅଦାଲତ ପ୍ରଥମେ ବିଧାୟକଙ୍କ ଇସ୍ତଫାକୁ ଗ୍ରହଣ କରିବା ପାଇଁ କିମ୍ବା ସମସ୍ତ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ନିର୍ଦ୍ଦେଶ ଦେଇପାରନ୍ତି । ଅଦାଲତଙ୍କ ଯାହା ବି ରାୟ ଆସିବ ତାହା ଗୁରୁବାର ହେବାକୁ ଥିବା ଆସ୍ଥା ଭୋଟ ଉପରେ ସିଧାସଳଖ ପଡିବ ।

ଆବେଦନକାରୀ ବିଧାୟକଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତାଗୀ ଗତକାଲି ଯୁକ୍ତି ବାଢିଥିଲେ ଯେ ଜଣେ ନିର୍ବାଚିତ ବିଧାୟକଙ୍କ ଇସ୍ତଫା ଦେବା ମୌଳିକ ଅଧିକାର ତେଣୁ ବାଚସ୍ପତିଙ୍କୁ ଇସ୍ତଫା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଉ । ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଇସ୍ତଫାକୁ ତୁରନ୍ତ ଗ୍ରହଣ କରାଯିବା କଥା କିନ୍ତୁ କର୍ଣ୍ଣାଟକ ବିଧାନସଭା ବାଚସ୍ପତି କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି ମୁକୁଲ ଯୁକ୍ତି ବାଢିଥିଲେ ।

ମୁଖ୍ୟ ବିଚାରପତି ସବୁପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଆସନ୍ତାକାଲି ଅର୍ଥାତ ଆଜି ନିଜ ରାୟ ଶୁଣାଇବେ ବୋଲି ଘୋଷଣା କରିଛନ୍ତି । ତେଣୁ ଆଜି ସାରାଦେଶର ନଜର ସର୍ବୋଚ୍ଚ ଅଦାଲତଙ୍କ ରାୟ ଉପରେ ରହିଛି । ଅଦାଲତଙ୍କ ରାୟ ଆଜି ଆସିବା ପରେ ଆଜି ହିଁ ସ୍ପଷ୍ଟ ହେବ କର୍ଣ୍ଣାଟକ ସରକାରଙ୍କ ଭାଗ୍ୟ କଣ ହେବ ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.