ବେଙ୍ଗାଲୁରୁ: ମତଦାନ ସମୟରେ ନିୟମ ଭାଙ୍ଗିଲେ ବିଜେପି କର୍ମୀ । ମତଦାନ ଚାଲିଥିବା ବେଳେ ମତଦାନ କେନ୍ଦ୍ର ଭିତରେ ମୋବାଇଲ ନେବା ସହ ଭୋଟିଂ ବେଳର ଫଟୋ ଉଠାଇଛନ୍ତି ସେ। ଯାହାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ।
କର୍ଣ୍ଣାଟକର 15 ବିଧାନସଭା ପାଇଁ ଗୁରୁବାର ମତଦାନ ଜାରି ରହିଥିବା ବେଳେ ଅଠାନୀ ଏବଂ ରାନୀ ବେନୁର ମତଦାନ କେନ୍ଦ୍ର ଭିତରେ ମୋବାଇଲ ନେଇଥିଲେ ବିଜେପି କର୍ମୀ ଅରୁଣ କୁମାର ପୁଜାରା । ଏହାପରେ ସେ ଭୋଟିଂ ବେଳର ଫଟୋ ଉଠାଇଥିଲେ । ସେପଟେ ଏହି ମାମଲା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଟାନ ନେବାକୁ କହିଛନ୍ତି ଇଲେକଶନ କମିଶନ ।