ବେଙ୍ଗାଲୁରୁ: କର୍ଣ୍ଣାଟକ ବିଜେପି ଅଧ୍ୟକ୍ଷ ନଲିନ କୁମାର କଟୀଲ କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ନଲିନ କୋଭିଡ ଟେଷ୍ଟ କରାଇଥିବା ବେଳେ ତାଙ୍କ ନମୁନା ପଜିଟିଭ ଆସିଥିବା ସେ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି । ତେବେ ଏହି ମଧ୍ୟରେ କର୍ଣ୍ଣାଟକର ଅନେକ ନେତା ଓ ମନ୍ତ୍ରୀ କୋରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି ।
ରବିବାର କଟୀଲ ଟ୍ବିଟ କରି କହିଛନ୍ତି ଯେ ମୁଁ ସ୍ବାବ ନମୁନା ପରୀକ୍ଷା କରିଥିଲି । ତେବେ ରିପୋର୍ଟରେ ଏହା ପଜିଟିଭ ଥିବା ଜଣାପଡିଛି । ଯଦିଓ ସେ ହୋମ୍ ଆଇସୋଲେସନରେ ଥିଲେ, ତଥାପି ସତର୍କତାମୂଳକ କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।