ନୂଆଦିଲ୍ଲୀ: ଚଳିତ ବର୍ଷ ସ୍ଥଗିତ ରହିବ କାଉଡିଆଙ୍କ ଯାତ୍ରା । ମହାମାରୀ କୋରୋନା ପାଇଁ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ହରିୟାଣା ସରକାର କାଉଡିଆ ଯାତ୍ରା ଉପରେ କଟକଣା ଲାଗୁ ନିଷ୍ପତ୍ତି କରାଯାଇଛି । ଏକ ମିଳିତ ବୈଠକରେ ଏହି ତିନି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଏହି ନିଷ୍ପତ୍ତି ନିଆଯାଇଛି ।
କାଉଡିଆ ଯାତ୍ରା ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ ଓ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଭିଡିଓ କନଫରେନ୍ସି ମାଧ୍ୟମରେ ଆଲୋଚନା କରିଥିଲେ । କୋଭିଡ ସଂକ୍ରମଣ ବ୍ୟାପିବାରୁ ରୋକିବାକୁ ହେଲେ ବଡ ବଡ ସମାବେଶ ଉପରେ ରୋକ ଲଗାଇବାକୁ ପଡିବ ବୋଲି ଏହି ବୈଠକରେ କୁହାଯାଇଥିଲା । ଏନେଇ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ନେଇ କହିଛନ୍ତି ଉତ୍ତରାଖଣ୍ଡ ସିଏମ । ଏହାସହ ସେ କହିଛନ୍ତି, ଏହି ସମାନ ପ୍ରସ୍ତାବ କାଉଡିଆ ସଙ୍ଗଠନ ଓ ସନ୍ଥ ମହାତ୍ମାଙ୍କ ପକ୍ଷରୁ ମଧ୍ୟ ଆସିଛି ।
କାଉଡିଆ ଯାତ୍ରା ହେଉଛି ଶିବଙ୍କ ଭକ୍ତମାନଙ୍କର ବାର୍ଷିକ ତୀର୍ଥଯାତ୍ରା । ଏହି ସମୟରେ ବିଭିନ୍ନ ଜଳାଶୟ ପାଣି ଆଣି ଶିବଙ୍କ ଠାରେ ଜଳଲାଗି କରାଯାଇଥାଏ । ପବିତ୍ର ଗଙ୍ଗା ନଦୀର ପବିତ୍ର ଜଳ ପାଇଁ ଭକ୍ତଟି ଉତ୍ତରାଖଣ୍ଡର ହରିଦ୍ୱାର, ଗୋମୁଖ ଓ ଉତ୍ତରାଖଣ୍ଡର ଗଙ୍ଗୋତ୍ରୀକୁ ଯାଇଥାଏ । ଲକ୍ଷ ଲକ୍ଷ ଶିବ ଅନୁଗାମୀ ଗଙ୍ଗାରୁ ଜଳ ସଂଗ୍ରହ କରି ଶହ ଶହ କିଲୋମିଟର ଦେଇ ସ୍ଥାନୀୟ କିମ୍ବା ପ୍ରସିଦ୍ଧ ଶିବ ଉପରେ ଜଳା ଚଢାଇଥାଏ ।
ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ହରିୟାଣାରେ 15785, 2177 ଏବଂ 9743 କୋରୋନା ମାମଲା ରହିଛି।