ETV Bharat / bharat

କନୌଜ ବସ୍ ଦୁର୍ଘଟଣା: ଡ୍ରାଇଭର ବିରୋଧରେ ମାମଲା ରୁଜୁ

author img

By

Published : Jan 12, 2020, 12:17 PM IST

କନୌଜ ବସ୍ ଦୁର୍ଘଟଣାରେ ପ୍ରଥମ ମାମଲା ରୁଜୁ କରାଯାଇଛି । ବସ୍‌ର ଜଣେ ଯାତ୍ରୀ ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ଆଗକୁ ପଢନ୍ତୁ...

Kannauj road accident
କନୌଜ ବସ୍ ଦୁର୍ଘଟଣା

କନୌଜ: ଉତ୍ତର ପ୍ରଦେଶର କନୌଜ ବସ ଦୁର୍ଘଟଣା ମାମଲାରେ ଏଫଆଇଆର ରୁଜୁ କରାଯାଇଛି । ବସ୍ ଡ୍ରାଇଭରଙ୍କ ଗାଡି ଚଳାକୁ ଦୋଷ ଦେଇଛନ୍ତି ଜଣେ ଯାତ୍ରୀ । ଏନେଇ ଡ୍ରାଇଭର ବିରୋଧରେ ମାମଲା ରୁଜୁ କରାଯାଇଛି । ବର୍ତ୍ତମାନ ବସର ଡ୍ରାଇଭରକୁ ଖୋଜାଚାଲିଥିବା ବେଳେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବିଜେପିକୁ ଦାୟୀ କରିଛି । ଏହାସହ ମୃତକଙ୍କ ପରିଜନଙ୍କୁ 10 ଲକ୍ଷ ଟଙ୍କାର ସହାୟତା ଦାବି କରିଛି ।

ସେ କହିଛନ୍ତି, ‘ବସରେ ନିଆଁ ଲାଗିବା ପରେ ତୁରନ୍ତ ଆମେ ନିଜ କାର୍ଯ୍ୟକର୍ତ୍ତାଙ୍କୁ ସେଠାକୁ ପଠାଇଥିଲୁ । ବସକୁ ବେଆଇନ ପରମିଟ୍ ଦିଆଯାଇଥିଲା ଓ ଏଥିରେ କ୍ଷମତାଠାରୁ ଅଧିକ ଯାତ୍ରୀ ମଧ୍ୟ ବସିଥିଲେ । ଏହା ବିଜେପି ସରକାରଙ୍କ ଦୁର୍ବଳତାକୁ ଦର୍ଶାଉଛି’ ।

ପ୍ରକାଶଥାଉକି, ବସଟି ପ୍ରାୟ 45 ଯାତ୍ରୀଙ୍କୁ ଜାନୁଆରୀ 10ରେ ଦିୱାର ମାର୍ଗକୁ ଯାଉଥିବା ସମୟରେ ଟ୍ରକ ସହ ଧକ୍କା ହୋଇ ଜଳିଯାଇଥିଲା । ଏଥିରେ ପ୍ରାୟ 20ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ 25ଜଣଙ୍କୁ ଉଦ୍ଧାର କରାଯାଇପାରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.