ETV Bharat / bharat

କୈଳାସ ମାନସରୋବର ଯାତ୍ରା ବାତିଲ, କେଏମଭିଏମକୁ ଲକ୍ଷାଧିକ ଟଙ୍କାର କ୍ଷତି

କୋରୋନା ସଂକ୍ରମଣ କାରଣରୁ ଚଳିତ ବର୍ଷ କୈଳାସ ମାନସରୋବର ଯାତ୍ରା ବାତିଲ । ଏହି ଯାତ୍ରା ବାତିଲ ହେବା କାରଣରୁ କୁମାଓ ମଣ୍ଡଳ ବିକାଶ ନିଗମ(କେଏମଭିଏମ)କୁ ପ୍ରାୟ 56 ଲକ୍ଷ ଟଙ୍କା କ୍ଷତି ହୋଇଛି । ଅଧିକ ପଢନ୍ତୁ...

author img

By

Published : Jun 9, 2020, 7:31 PM IST

kailash-mansarovar-yatra-cancelled-due-to-corona-virus-outbreak
କୈଳାସ ମାନସରୋବର ଯାତ୍ରା ବାତିଲ, କେଏମଭିଏମକୁ ଲକ୍ଷାଧିକ ଟଙ୍କାର କ୍ଷତି

ଡେରାଡୁନ: କୋରୋନା ସଂକ୍ରମଣ କାରଣରୁ ଚଳିତ ବର୍ଷ କୈଳାସ ମାନସରୋବର ଯାତ୍ରାକୁ ବାତିଲ କରାଯାଇଛି । ଏହି ଯାତ୍ରା ବାତିଲ ହେବା କାରଣରୁ କୁମାଓ ମଣ୍ଡଳ ବିକାଶ ନିଗମ(କେଏମଭିଏମ)କୁ ପ୍ରାୟ 56 ଲକ୍ଷ ଟଙ୍କା କ୍ଷତି ହୋଇଛି । ପ୍ରତିବର୍ଷ ଏହି ଯାତ୍ରା ପାଇଁ ପାଖାପାଖି 2000 ଯାତ୍ରୀ ରେଜିଷ୍ଟ୍ରେସନ କରାଇଥାନ୍ତି । ସେଥିମଧ୍ୟରୁ 1080 ଯାତ୍ରୀଙ୍କ ଡାକ୍ତରୀ ପରୀକ୍ଷା ପରେ କୈଳାସ ମାନସରୋବର ଯାତ୍ରା ପାଇଁ ଚୟନ କରାଯାଇଥାଏ ।

ପ୍ରକାଶ ଥାଉ କି, ଜୁନ 12ରୁ କୈଳାସ ମାନସରୋବର ଯାତ୍ରା ଆରମ୍ଭ ହୋଇଥାଏ ଏବଂ 15 ଜୁନରେ ପ୍ରଥମ ଯାତ୍ରୀ ଦଳ ଦିଲ୍ଲୀରୁ ଉତ୍ତରାଖଣ୍ଡର କାଠଗୋଦାମରେ ପହଞ୍ଚିଥାନ୍ତି । କାଠଗୋଦାମରେ ପହଞ୍ଚିବା ପରେ ଏହି ଯାତ୍ରୀମାନଙ୍କୁ କୁମାଓନି ରୀତିନୀତି ଏବଂ ପରମ୍ପରା ଅନୁଯାୟୀ ସ୍ୱାଗତ କରାଯାଇଥାଏ । ତା' ପରଦିନ ଯାତ୍ରୀ ଏହାର ପରବର୍ତ୍ତୀ ଷ୍ଟପ୍ ଅଲମୋଡା ପାଇଁ ବାହାରୁଥାନ୍ତି । ଯାହା ଅଲମୋଡାରୁ ପିଥୋରାଗଡ, ଧର୍ଚୁଲା, ନଜଙ୍ଗ, ବୁନ୍ଦି, କାଲାପାନି, ଗୁଞ୍ଜି ଲିପୁଲେଖ ସମେତ ବିଭିନ୍ନ ପର୍ଯ୍ୟାୟକୁ ପାଦରେ ଚାଲି ଚାଲି ସମାପ୍ତ କରିବା ସହ ଚୀନରେ ପ୍ରବେଶ କରିଥାନ୍ତି ।

ସେହିପରି ମାନସରୋବର ଯାତ୍ରାରେ ପ୍ରାୟ 18ଟି ଦଳ ଅଂଶଗ୍ରହଣ କରିଥାନ୍ତି ଏବଂ ପ୍ରତ୍ୟେକ ଦଳରେ ପ୍ରାୟ 60 ଜଣ ଭକ୍ତ ବାବାଙ୍କୁ ଦର୍ଶନ କରିବାକୁ ଯାଇଥାନ୍ତି । କିନ୍ତୁ ଏଥର କୋରୋନା କାରଣରୁ ଏହି ଯାତ୍ରା ବାତିଲ କରାଯାଇଛି । ଆଉ ବାବାଙ୍କୁ ଦର୍ଶନ କରିବାର ଶହ ଶହ ଭକ୍ତଙ୍କ ସ୍ବପ୍ନ ଅଧୁରା ରହିଯାଇଛି ।

1980 ମସିହାରୁ କୁମାଓ ମଣ୍ଡଳ ବିକାଶ ନିଗମ ପକ୍ଷରୁ ଏହି ଯାତ୍ରାର ଆୟୋଜନ କରାଯାଉଛି । ଏଥର ମଧ୍ୟ ନିଗମ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା । କୁମାଓ ମଣ୍ଡଳ ବିକାଶ ନିଗମଙ୍କ ଜିଏମ୍ ଅଶୋକ କୁମାର ଯୋଶୀ କହିଛନ୍ତି ଯେ ଏହି ଯାତ୍ରା ପାଇଁ ପ୍ରତିବର୍ଷ ପ୍ରାୟ 2000 ଯାତ୍ରୀ ରେଜିଷ୍ଟ୍ରେସନ କରୁଥିଲେ । ଡାକ୍ତରୀ ପରୀକ୍ଷା ପରେ ପ୍ରାୟ 1080 ଯାତ୍ରୀଙ୍କୁ ଏହି ଯାତ୍ରା ପାଇଁ ଚୟନ କରାଯାଉଥିଲା । ଯେଉଁଥିରୁ କୁମାଓ ମଣ୍ଡଳ ବିକାଶ ନିଗମ 56 ଲକ୍ଷରୁ ଅଧିକ ରୋଜଗାର କରୁଥିଲେ । କିନ୍ତୁ ଏଥର ଯାତ୍ରା ବାତିଲ କାରଣରୁ କୁମାଓ ମଣ୍ଡଳ ବିକାଶ ନିଗମ ଏହି କ୍ଷତି ସହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.