ଭୋପାଳ: କୋରୋନାରୁ ଆରୋଗ୍ୟ ଲାଭ କରି ଘରକୁ ଫେରିଲେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ । ପ୍ରାୟ 15 ଦିନ ପରେ ସିନ୍ଧିଆ କୋରୋନାଙ୍କୁ ପରାସ୍ତ କରିଛନ୍ତି । ମଙ୍ଗଳବାର ଡିସଚାର୍ଜ ହେବା ପରେ ସେ ଦିଲ୍ଲୀସ୍ଥିତ ତାଙ୍କ ଘରେ ପହଞ୍ଚିଛନ୍ତି । ମାତ୍ର ବର୍ତ୍ତମାନ ସୁଦ୍ଧା କୋରୋନା ଆକ୍ରାନ୍ତ ତାଙ୍କ ମା' ମାଧବୀ ରାଜେ ସିନ୍ଧିଆ ଚିକିତ୍ସିତ ହେଉଛନ୍ତି । ସିନ୍ଧିଆଙ୍କ ସୁସ୍ଥ ହେବାପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଖୁସି ବ୍ୟକ୍ତ କରିବା ସହ ରାଜମାତା ମାଧବୀଙ୍କ ସ୍ବାସ୍ଥ୍ୟବସ୍ଥାରେ ଶୀଘ୍ର ସୁଧାରିବାକୁ କାମନା କରିଛନ୍ତି ।
ସିଏମ୍ ଶିବରାଜ ସିଂ ଚୌହାନ ଟ୍ବିଟ୍ କରି କହିଛନ୍ତି ଯେ, ଦେଶର ତଥା ରାଜ୍ୟର ଲୋକପ୍ରିୟ ନେତା ଅନୁଜ ଜ୍ୟୋତିରାଦିତ୍ୟ ସିନ୍ଧିଆ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଘରକୁ ଫେରିଛନ୍ତି, ଏହା ଅତ୍ୟନ୍ତ ଆନନ୍ଦ ଏବଂ ଖୁସିର ବିଷୟ । ଭଗବାନଙ୍କ ନିକଟରେ ପ୍ରାର୍ଥନା, ତାଙ୍କ ମା ଶ୍ରୀମନ୍ତ ରାଜମାତା ଗ୍ୱାଲିଅର ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ।
ଜ୍ୟୋତିରାଦିତ୍ୟ ଏବଂ ତାଙ୍କ ମାଙ୍କୁ ପ୍ରାୟ 15 ଦିନ ପୂର୍ବରୁ ଗଳା ଯନ୍ତ୍ରଣା ଏବଂ ସାମାନ୍ୟ ଜ୍ବର ଅନୁଭବ କରିବା କରିବା ପରେ ଦିଲ୍ଲୀର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର କରୋନା ପରୀକ୍ଷା ମଧ୍ୟ କରାଯାଇଥିଲା । ପରେ ତାଙ୍କ ରିପୋର୍ଟ ପଜେଟିଭ ଆସିଥିଲା । ଜ୍ୟୋତିରାଦିତ୍ୟ, ତାଙ୍କ ମାତା ମାଧବୀ ରାଜେ, ପତ୍ନୀ ପ୍ରିୟଦର୍ଶିନୀ, ପୁଅ ଏବଂ ଝିଅ ଅନନ୍ୟା ରାଜେ କୋରୋନା ପରୀକ୍ଷା କରିଥିଲେ । ତାଙ୍କ ପୁଅ ଓ ଝିଅଙ୍କ ରିପୋର୍ଟ ନେଗେଟିଭ ରହିଥିବା ବେଳେ ଜ୍ୟୋତିରାଦିତ୍ୟ ଏବଂ ତାଙ୍କ ମାଆଙ୍କ ରିପୋର୍ଟ ପଜେଟିଭ ରହିଥିଲା ।