ETV Bharat / bharat

ପ୍ଲାଜମା ଦାନ କଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ - ପ୍ଲାଜମା ଦାନ କଲେ ଜ୍ୟୋତିରାଦିତ୍ୟ ସିନ୍ଧିୟା

ବିଜେପି ନେତା ତଥା ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁରୁବାର ପ୍ଲାଜମା ଦାନ କରିଛନ୍ତି। ଅଧିକ ପଢନ୍ତୁ...

ପ୍ଲାଜମା ଦାନ କଲେ ଜ୍ୟୋତିରାଦିତ୍ୟ  ସିନ୍ଧିୟା
ପ୍ଲାଜମା ଦାନ କଲେ ଜ୍ୟୋତିରାଦିତ୍ୟ ସିନ୍ଧିୟା
author img

By

Published : Jul 9, 2020, 8:31 PM IST

ନୂଆଦିଲ୍ଲୀ: ବିଜେପି ନେତା ତଥା ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିୟା ଗୁରୁବାର ପ୍ଲାଜମା ଦାନ କରିଛନ୍ତି। କୋରୋନା ସଂକ୍ରମଣରୁ ମୁକୁଳିଥିବା ଲୋକଙ୍କ ପ୍ଲାଜମା କୋରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସାରେ ବ୍ୟବହୃତ ହେଉଥିବାରୁ କେନ୍ଦ୍ର ଏବଂ ରାଜ୍ୟ ସରକାର ଏହାକୁ ଦାନ କରିବାକୁ ନିବେଦନ କରୁଛନ୍ତି । ଏହାକୁ ପାଳନ କରି ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜ ପ୍ଲାଜମା ପ୍ରଦାନ କରିଛନ୍ତି ।

ପ୍ଲାଜମା ଦାନ କରିବା ପରେ ଜ୍ୟୋତିରାଦିତ୍ୟ ସିନ୍ଧିୟା କହିଛନ୍ତି ଯେ, ଆମ ଦେଶବାସୀଙ୍କ ଜୀବନ ରକ୍ଷା କରିବା ଆମର ଦାୟିତ୍ବ । ତେଣୁ ଯେଉଁମାନେ କୋରୋନା ସଂକ୍ରମଣରୁ ମୁକ୍ତ ହୋଇଛନ୍ତି ସେମାନେ ପ୍ଲାଜମା ଦାନ କରିବା ଆବଶ୍ୟକ ।

ସେ ପୁଣି କହିଛନ୍ତି, ମୁଁ ଏବଂ ମୋ ଭଳି ଅନ୍ୟ ହଜାର ହଜାର ନାଗରିକ ଯେଉଁମାନେ ସଂକ୍ରମଣର ସମ୍ମୁଖୀନ ହେବା ପରେ ସୁସ୍ଥ ହୋଇଛନ୍ତି ସେମାନେ ପ୍ଲାଜମା ଦାନ କରିବା ଉଚିତ । ଏହାସହ ଅନ୍ୟ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ସାହାଯ୍ୟ କରିବା ଉଚିତ ।

ଜ୍ୟୋତିରାଦିତ୍ୟ ସିନ୍ଧିୟା ଓ ତାଙ୍କ ମାଆ ମାଧବୀ ରାଜେ ସିନ୍ଧିୟା କୋରୋନା ସଂକ୍ରମିତ ହୋଇଥିଲେ । ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ପ୍ଲାଜମା ହେଉଛି ରକ୍ତର ଏକ ସ୍ବଚ୍ଛ ତରଳ ଉପାଦାନ, ଯାହା ନଡ଼ା ବା ପାଚିଲା ଶସ୍ୟ ରଙ୍ଗ ବିଶିଷ୍ଟ । ରକ୍ତରୁ ଲୋହିତ ରକ୍ତ କଣିକା, ଶ୍ବେତ ରକ୍ତ କଣିକା, ପ୍ଲେଟଲେଟ ତଥା ଅନ୍ୟ ସେଲ୍ୟୁଲାର ଉପାଦାନଗୁଡିକୁ ଅପସାରଣ କରିବା ପରେ ଏହାକୁ ସଂଗ୍ରହ କରାଯାଇଥାଏ । ଏହା ମଣିଷ ରକ୍ତରେ ଅନ୍ୟ ଉପାଦାନ ତୁଳନାରେ ଅଧିକ ପରିମାଣରେ ରହିଥାଏ । ଏହି ଉପାଦାନ ରକ୍ତରେ 55 ପ୍ରତିଶତ ଭାଗ ରହିଥାଏ । ପ୍ଲାଜମାରେ ଜଳ, ସଲ୍ଟ , ଏନଜାଇମ, ଆଣ୍ଟିବଡି ଓ ଅନ୍ୟ ପ୍ରୋଟିନ୍ ରହିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.