ETV Bharat / bharat

ଦିଲ୍ଲୀ ହାଇକୋର୍ଟ ବିଚାରପତିଙ୍କ ବଦଳିକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ - କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ

ଦିଲ୍ଲୀ ହିଂସାର ଶୁଣାଣି କରୁଥିବା ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ଏସ୍‌. ମୁରଲିଧରଙ୍କୁ ବଦଳି ଏବେ ରାଜନୈତିକ ରୂପ ନେଇଛି । ମୁରଲିଧରଙ୍କ ବଦଳିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି ବିରୋଧୀ ଦଳ କଂଗ୍ରେସ । ଅଧିକ ପଢନ୍ତୁ...

justice-muralidhar-transfer
ବିଜେପି-କଂଗ୍ରେସ ମୁହାଁମୁହିଁ
author img

By

Published : Feb 27, 2020, 12:05 PM IST

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାର ଶୁଣାଣି କରୁଥିବା ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ଏସ୍‌. ମୁରଲିଧରଙ୍କୁ ବଦଳି ଏବେ ରାଜନୈତିକ ରୂପ ନେଇଛି । ମୁରଲିଧରଙ୍କ ବଦଳିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି ବିରୋଧୀ ଦଳ କଂଗ୍ରେସ । ଦଳ ପକ୍ଷରୁ ଉଭୟ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଟ୍ବିଟ କରି ହିଲ୍ଲୀ ହିଂସା ଏବଂ ବିଚାରପତିଙ୍କ ବଦଳିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ଏନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଟ୍ବିଟ କରି କହିଛନ୍ତି, ଏଭଳି ଘଟଣା ଦୁଃଖଦାୟକ ଓ ନିନ୍ଦନୀୟ। ଦିଲ୍ଲୀରେ ସୃଷ୍ଟି ହୋଇଥିବା ଦଙ୍ଗା ପରିସ୍ଥିତି ଭିତରେ ବିଚାରପତି ମୁରଲିଧରଙ୍କ ବଦଳି ଆଶ୍ଚର୍ଯ୍ୟ କରୁଛି। ଲୋକଙ୍କର ନ୍ୟାୟପାଳିକା ଉପରେ ବିଶ୍ୱାସ ଥିବା ବେଳେ ମୋଦି ସରକାର ଏମିତି କରି ଲୋକଙ୍କ ମଧ୍ୟରେ ଘୃଣାଭାବ ସୃଷ୍ଟି କରୁଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି ।

ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଘଟଣାକୁ ନେଇ ଟ୍ବିଟ କରି କହିଛନ୍ତି, ଦିଲ୍ଲୀ ହିଂସା ଅତ୍ୟନ୍ତ ଦୁଃଖଦାୟକ ଏବଂ ନିନ୍ଦନୀୟ । ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ଗଣତନ୍ତ୍ରର ଅଂଶ ଅଟେ । କିନ୍ତୁ ହିଂସାକୁ କୌଣସି ପ୍ରକାରେ ମଧ୍ୟ ଠିକ ସାବ୍ୟସ୍ତ କରାଯାଇପାରିବନାହିଁ । ଦିଲ୍ଲୀବାସୀଙ୍କୁ ଶାନ୍ତି-ଶୃଙ୍ଖଳା ବଜାୟ ରଖିବାକୁ ମୁଁ ଅନୁରୋଧ କରୁଛି । ସାହସିକତା ଦେଖାଇଥିବା ବିଚାରପତି ଜଜ ଲିୟୋଙ୍କୁ ମୁଁ ସ୍ମରଣ କରୁଛି, ଯାହାର ବଦଳି ହୋଇନଥିଲା ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।

ସେପଟେ ମୁରଲିଧରଙ୍କ ବଦଳିକୁ ନେଇ କଂଗ୍ରେସ ପ୍ରବକ୍ତା ରଣଦୀପ ସୁରଜେୱାଲା ସାମ୍ବାଦିକ ସମ୍ମିଳନୀ କରି ମୋଦି ସରକାରଙ୍କୁ ଘେରିଛନ୍ତି । ସେ କହିଛନ୍ତି, ବିଜେପି ନେତାଙ୍କୁ ରକ୍ଷା କରିବା ପାଇଁ ଆଇନ ମନ୍ତ୍ରାଳୟ ରାତାରାତି ବିଚାରପତିଙ୍କ ବଦଳି କରିଦେଲା । ପ୍ରଥମ ଥର ପାଇଁ କୌଣସି ସରକାର ଶାସନ ଲୋଭରେ ସମ୍ବିଧାନ ଏବଂ ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛି । ଏହା ସହିତ ସେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ 3ଟି ପ୍ରଶ୍ନ କରିଛନ୍ତି । ବିଜେପି ନେତାଙ୍କ ତଦନ୍ତ ହେଲେ ଦିଲ୍ଲୀର ଆତଙ୍କ ଏବଂ ଷଡଯନ୍ତ୍ରର ପର୍ଦ୍ଦାଫାସ ହେବ ବୋଲି ସରକାରଙ୍କ ମନରେ ଭୟ ଥିଲା କି ? ନ୍ୟାୟକୁ ରୋକିବା ପାଇଁ କେତେଜଣ ବିଚାରପତିଙ୍କ ବଦଳି କରିବେ ? ଆପଣଙ୍କ ପାଖରେ ନିଜ ନେତାଙ୍କୁ ରକ୍ଷା କରିବାର ଅନ୍ୟ କୌଣସି ରାସ୍ତା ନଥିଲା କି ଯେଉଁଥିପାଇଁ ଆପଣ ବିଚାରପତିଙ୍କ ବଦଳି କଲେ ?

ଅନ୍ୟପକ୍ଷରେ କଂଗ୍ରେସର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ସରକାର । କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରି କେନ୍ଦ୍ର ଆଇନ୍‌ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଟ୍ବିଟ କରି କହିଛନ୍ତି, ସୁପ୍ରିମକୋର୍ଟ କଲେଜିୟମ ଗତ ଫେବୃଆରୀ 12 ତାରିଖରେ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ । ସମ୍ପୂର୍ଣ୍ଣ ଆଇନ୍‌ ଗତ ପ୍ରକ୍ରିୟା ପରେ ଏହି ଆଦେଶ ଜାରି ହୋଇଥିବା ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିଶ ଏସ୍‌ ମୁରଲିଧରଙ୍କୁ ବଦଳି କରାଯାଇ ଏବେ ତାଙ୍କୁ ପଞ୍ଜାବ-ହରିୟାଣା ହାଇକୋର୍ଟରେ ଅବସ୍ଥାପିତ କରାଯାଇଛି । ସେ ଦିଲ୍ଲୀ ହିଂସାର ଶୁଣାଣି କରୁଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.