ETV Bharat / bharat

ପ୍ରତିରକ୍ଷା ସମ୍ବନ୍ଧୀୟ ଦସ୍ତାବିଜ୍‌ ଚୀନକୁ ଦେବା ମାମଲା: ବରିଷ୍ଠ ସାମ୍ବାଦିକ ପରେ ଚୀନ ମହିଳା ଗିରଫ

author img

By

Published : Sep 19, 2020, 1:33 PM IST

Updated : Sep 19, 2020, 1:41 PM IST

ପ୍ରତିରକ୍ଷା ସମ୍ବନ୍ଧୀୟ ଦସ୍ତାବିଜ୍‌ ଚୀନକୁ ଦେବା ପ୍ରସଙ୍ଗ । ବରିଷ୍ଠ ସାମ୍ବାଦିକ ପରେ ଚୀନ ମହିଳା ଗିରଫ । ତାଙ୍କ ସହିତ ତାଙ୍କର ଜଣେ ନେପାଳ ବନ୍ଧୁ ମଧ୍ୟ ଗିରଫ ହୋଇଛନ୍ତି । ଅଧିକ ପଢନ୍ତୁ...

ପ୍ରତିରକ୍ଷା ସମ୍ବନ୍ଧୀୟ ଦସ୍ତାବିଜ୍‌ ଚୀନକୁ ଦେବା ମାମଲା

ନୂଆଦିଲ୍ଲୀ: ଭାରତୀୟ ପ୍ରତିରକ୍ଷା ସମ୍ବନ୍ଧୀୟ ଦସ୍ତାବିଜ୍‌ ଚୀନକୁ ଦେବା ଅଭିଯୋଗରେ ବରିଷ୍ଠ ସାମ୍ବାଦିକ ରାଜୀବ ଶର୍ମା ଗିରଫ ହୋଇଥିବାବେଳେ ଆଜି ଜଣେ ଚୀନ ନାଗରିକ ଓ ଜଣେ ନେପାଳ ନାଗରିକ ମଧ୍ୟ ଗିରଫ ହୋଇଛନ୍ତି । ସ୍ପେଶାଲ ସେଲ ଘଟଣା ଉପରେ ଅଧିକ ଛାନଭିନ କରିବା ସମୟରେ ଦୁହିଁଙ୍କୁ ଗିରଫ କରିଛି ।

ଘଟଣାକୁ ନେଇ ପୋଲିସ ତିନି ଜଣଙ୍କୁ ଅଧିକ ପଚରାଉଚରା କରୁଥିବା ଜଣାପଡିଛି । ଏହି ମାମଲାରେ ସ୍ପେଶାଲ ସେଲ ଅଫିସିଆଲ ସିକ୍ରେଟ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଗୁଇନ୍ଦାଗିରି କରୁଥିବା ସନ୍ଦେହରେ ଗିରଫ ହୋଇଥିବା ରାଜୀବ, ଚୀନକୁ ଦସ୍ତାବିଜ୍‌ ଦେଉଥିବାର ମାମଲା ରୁଜୁ ହୋଇଛି ।

ସ୍ପେଶାଲ ସୂତ୍ର ଅନୁସାରେ, ସେମାନଙ୍କୁ ସୂଚନା ମିଳିଥିଲା କି ଜଣେ ବରିଷ୍ଠ ସାମ୍ବାଦିକଙ୍କ ପାଖରେ କିଛି ସନ୍ଦିଗ୍ଧ କାଗଜପତ୍ର ରହିଛି । ସେ ଏହାକୁ ଚୀନକୁ ପହଞ୍ଚାଉଥିଲେ । ଯାହାକୁ ନେଇ ସ୍ପେଶାଲ ସେଲ ଲଗାତାର ଛାନଭିନ କରୁଥିଲେ ।

ଏହାରି ଭିତରେ ସ୍ପେଶାଲ ସେଲକୁ କିଛି ବଡ ସୂଚନା ମିଳିଥିଲା ଯାହା ବଳରେ ସେମାନେ ରାଜୀବଙ୍କୁ ଗିରଫ କରିଥିଲେ । ତେବେ ଯାଞ୍ଚ ସମୟରେ ତାଙ୍କ ପାଖରୁ କିଛି ପ୍ରତିରକ୍ଷା ସମ୍ବନ୍ଧିୟ ଦସ୍ତାବିଜ୍‌ ପାଇଥିଲା ସ୍ପେଶାଲ ଟିମ୍‌ । ଏହାପରେ ଅଫିସିଆଲ ସିକ୍ରେଟ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଥିଲା ।

ପୋଲିସର କହିବା ଅନୁସାରେ, ପ୍ରାଥମିକ ଯାଞ୍ଚ ସମୟରେ ମିଳିଥିଲା ଦସ୍ତାବିଜ୍‌ ବହୁତ ମହତପୂର୍ଣ୍ଣ ଲାଗୁଛି । ଯାହାକୁ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ସହିତ ଯୋଗାଯୋଗ କରାଯାଉଛି । ଏହାସହ ରାଜୀବଙ୍କୁ କୋର୍ଟରେ ହାଜର କରାଯାଇ 6 ଦିନର ରିମାଣ୍ଡରେ ନେଇଛି ପୋଲିସ ।

ତାକୁ ପଚରାଉଚରା କରିବା ପରେ ଚୀନର ଜଣେ ମହିଳା ଓ ନେପାଳର ଜଣେ ପୁରୁଷଙ୍କୁ ପୋଲିସ ଗିରଫ କରିଛି । ଏହି ଦୁଇ ମହିଳା ଜାଲ୍‌ କମ୍ପାନୀ ମାଧ୍ୟମରେ ସାମ୍ବାଦିକକୁ ପଇସା ଦେଉଥିଲେ । ତେବେ ବର୍ତ୍ତମାନ ଅଧିକ ସୂଚନା ପାଇଁ ତିନି ଜଣଙ୍କୁ ଏକାଠି ପଚରାଉଚରା କରୁଛି ପୋଲିସ ।

Last Updated : Sep 19, 2020, 1:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.