ETV Bharat / bharat

ମଧ୍ୟପ୍ରଦେଶରେ ସାମ୍ବାଦିକ କୋରୋନା ପଜେଟିଭ

ମଧ୍ୟପ୍ରଦେଶର ପୂର୍ବତନ ସିଏମ କମଲ ନାଥଙ୍କ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିବା ଜଣେ ସାମ୍ବାଦିକଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଛି । ଏଥିସହ ରାଜ୍ୟରେ କୋରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା 6ରେ ପହଞ୍ଚିଛି । ଏହି ଖବର ପ୍ରକାଶତ ହେବା ପରେ ପୂର୍ବତନ ସିଏମ କମଳ ନାଥ ନିଜକୁ ଆଇସୋଲେଟ କରିଦେଇଛନ୍ତି ।

author img

By

Published : Mar 25, 2020, 11:23 PM IST

ଫାଇଲ ଫଟୋ
ଫାଇଲ ଫଟୋ

ଭୋପାଳ: ଦେଶରେ କୋରୋନା ଭୟ ବଢିବାରେ ଲାଗିଛି । ଏଥିସହ ସଂକ୍ରମଣ ରିପୋର୍ଟ ମଧ୍ୟ କ୍ରମଶଃ ଭଢିବାରେ ଲାଗିଛି । ଏପରିସ୍ଥଳେ ଦେଶରେ ପ୍ରଥମଥର ପାଇଁ ସାମ୍ବାଦିକଙ୍କୁ କୋରୋନା ସଂକ୍ରମଣ ହୋଇଥିବା ଖବର ରହିଛି । ମଧ୍ୟପ୍ରଦେଶର ପୂର୍ବତନ ସିଏମ କମଲ ନାଥଙ୍କ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିବା ଜଣେ ସାମ୍ବାଦିକଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଛି । ଏଥିସହ ରାଜ୍ୟରେ କୋରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା 6ରେ ପହଞ୍ଚିଛି । ଏହି ଖବର ପ୍ରକାଶତ ହେବା ପରେ ପୂର୍ବତନ ସିଏମ କମଳ ନାଥ ନିଜକୁ ଆଇସୋଲେଟ କରିଦେଇଛନ୍ତି ।

ଏପଟେ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ସମସ୍ତ ସାମ୍ବାଦିକଙ୍କୁ କ୍ବାରେଣ୍ଟାଇନ ହେବାକୁ ମଧ୍ୟ କୁହାଯାଇଛି। ଏହା ବ୍ୟତୀତ ପ୍ରଶାସନ ପକ୍ଷରୁ ଏଠାରେ ଉପସ୍ଥିତ ନେତାଙ୍କ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଉଛି।ପ୍ରକାଶ ଯେ, କମଲନାଥ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପୂର୍ବରୁ ଭୋପାଲରେ ସାମ୍ବାଦିକ ସମ୍ମିଳନୀ (ମାର୍ଚ୍ଚ 20) ଡାକିଥିଲେ । ଆଉ ଏହି ସମ୍ମିଳନୀରେ କେବଳ ଭୋପାଳ ନୁହେଁ ଦିଲ୍ଲୀର ମଧ୍ୟ ବହୁ ବରିଷ୍ଠ ସାମ୍ବାଦିକ ସାମିଲ ଥିଲେ । ଏପରି ସ୍ଥିତିରେ ସେମାନଙ୍କ ସ୍ଥିତିକୁ ନେଇ ଆଶଙ୍କା ଦେଖାଦେଇଛି ।

ଏଠାରେ ସୂଚନା ଯୋଗ୍ୟ ଯେ, ବୁଧବାର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦେଇଥିବା ତଥ୍ୟ ଅନୁଯାୟୀ ଭାରତରେ ସଂକ୍ରମିତ କରୋନା ରିପୋର୍ଟ 606 କୁ ବୃଦ୍ଧି ପାଇଛି । ଏହାସହ ମୃତ୍ୟୁ ସଂଖ୍ୟା 6ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.