ETV Bharat / bharat

ଜେଏମଏମ ନେତା ଶଙ୍କର ରାୱାନୀ ଓ ପତ୍ନୀଙ୍କୁ ହତ୍ୟା - ବିଭତ୍ସ ହତ୍ୟା

ଝାରଖଣ୍ଡର ଜେଏମଏମ ନେତା ଶଙ୍କର ରାୱାନୀ ଓ ତାଙ୍କ ପତ୍ନୀଙ୍କୁ ବିଭତ୍ସ ହତ୍ୟା। ରବିବାର ତାଙ୍କ ବାସଭବନରୁ ଦୁହିଁଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରିଛି ପୋଲିସ। ଅଧିକ ପଢ଼ନ୍ତୁ...

jmm local leader and his wife found dead in their own house
ଜେଏମଏମ ନେତା ଶଙ୍କର ରାୱାନୀ ଓ ତାଙ୍କ ପତ୍ନୀଙ୍କୁ ହତ୍ୟା, ବାସଗୃହରୁ ମୃତଦେହ ଉଦ୍ଧାର
author img

By

Published : Oct 11, 2020, 2:12 PM IST

ରାଞ୍ଚି: ଝାଡଖଣ୍ଡର ଧାନବାଦ ଇଲାକାରେ ଏକ ବିଭତ୍ସ ହତ୍ୟାକାଣ୍ଡ। ଏଠାକାର ସ୍ଥାନୀୟ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ଶଙ୍କର ରାୱାନୀ ଓ ତାଙ୍କ ପତ୍ନୀ ବାଳିକା ଦେବୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଧନବାଦ ମହାନଗର କମିଟିର ଉପାଧକ୍ଷ ଦାୟିତ୍ବରେ ଥିଲେ ଶଙ୍କର ରାୱାନୀ। ଗତ ଶନିବାର ବିଳମ୍ବିତ ରାତିରେ ଦୁହିଁଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରୁଛି ଧାନବାଦ ପୋଲିସ।

ଧାନବାଦରେ ଏଭଳି ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ରାଜନୈତିକ ଶତୃତାରୁ ଏହି ହତ୍ୟାକାଣ୍ଡ ହୋଇଥିବା ନେଇ ସନ୍ଦେହ କରାଯାଉଛି। ଦୁହିଁଙ୍କ ମୃତଦେହରେ ଏକାଧିକ ଥର ଛୁରା ମାଡ଼ କରାଯାଇଛି। ଏହାସହ ଶଙ୍କର ରାୱାନୀ ଓ ତାଙ୍କ ପତ୍ନୀଙ୍କ ଦେହରେ ଗୁଳି ମାଡ଼ର କ୍ଷତ ମଧ୍ୟ ଦେଖା ଦେଇଛି।

ଏନେଇ ଧନବାଦ ପୋଲିସ ଏସଏସପି କହିଛନ୍ତି ଯେ, "ଶଙ୍କର ରାୱାନୀ ଓ ତାଙ୍କ ପତ୍ନୀ ବାଳିକା ଦେବୀଙ୍କ ମୃତଦେହ ତାଙ୍କ ବାସଭବନରୁ ଉଦ୍ଧାର ହୋଇଛି। ଦୁହିଁଙ୍କ ଶରୀରରେ ଗୁଳିମାଡ଼ ଓ ଛୁରାମାଡ଼ର କ୍ଷତ ଚିହ୍ନ ଦେଖିବାକୁ ମିଳିଛି। ପ୍ରାଥମିକ ତଦନ୍ତରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ଘଟଣାର ତଦନ୍ତ ଆରମ୍ଭ ହୋଇଛି।"

@ ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.