ETV Bharat / bharat

ଝାଡ଼ଖଣ୍ଡ ଭିଡ଼ହିଂସା ମାମଲା, କଡ଼ ଲେଉଟାଇଲା ପୋଲିସ

ଗତ ଜୁନ ମାସରେ ହୋଇଥିବା ଝାଡ଼ଖଣ୍ଡ ଭିଡ଼ହିଂସା ମାମଲାରେ ତଦନ୍ତ ପ୍ରକ୍ରିୟାକୁ ବଦଳାଇଛି ପୋଲିସ । ପୂର୍ବରୁ ଏହାକୁ ହୃଦଘାତ ଜନିତ ମୃତ୍ୟୁ ଦର୍ଶାଇ ମାମଲାର ତଦନ୍ତ କରୁଥିବା ବେଳେ ଏବେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରେ
author img

By

Published : Sep 19, 2019, 5:46 PM IST

ରାଞ୍ଚି: ଭିଡ଼ହିଂସା ମାମଲାରେ କଡ଼ ଲେଉଟାଇଲା ପୋଲିସ । ଝାଡ଼ଖଣ୍ଡର ଷଢେଇକଳା-ଖରସୂଆଁ ଜିଲ୍ଲାରେ ହୋଇଥିବା ଭିଡ଼ହିଂସା ମାମଲାରେ ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ହୃଦଘାତରେ ମୃତ୍ୟୁ ଦର୍ଶାଇ ଶିଥିଳ କରିଥିବା ତଦନ୍ତକୁ ହତ୍ୟାମାମଲା ରୁଜୁ କରିବା ସହିତ ତଦନ୍ତକୁ ବଢାଇଛି ପୋଲିସ ।

tabrej murder case
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରେ

ମିଳିଥିବା ସୂଚନା ମୁତାବକ ଷଢେଇକଳାର ତବରେଜ ଅଂସାରୀଙ୍କୁ କିଛି ଦୁର୍ବୃତ୍ତ ପିଟିପିଟି ହତ୍ୟା କରିଥିଲେ । ତେବେ ସେହି ସମୟରେ ଶବ ବ୍ୟବଚ୍ଛେଦରେ ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା । ମାତ୍ର ଏଫଏସଏଲର ପୁନଃ ଯାଞ୍ଚ ପରେ ବ୍ୟବଚ୍ଛେଦ ରିପୋର୍ଟ ମେଳ ଖାଉନଥିବା ଦେଖା ଦେଇଥିଲା । ଏହା ଦେଖି ପୋଲିସ ରାଜ୍ୟର ଏମଜିଏମ ଡାକ୍ତରଖାନା ବିଶେଷଜ୍ଞଙ୍କ ଦ୍ବାରା ପୁନର୍ବାର ରିପୋର୍ଟ ପାଇଁ ଆବେଦନ କରିଥିଲା । ମୃତ୍ୟୁର ସ୍ପଷ୍ଟ କାରଣ ମାଗିଥିଲା ପୋଲିସ ।

ଏହି ନିର୍ଦ୍ଦେଶ ପାଇବା ପରେ ଉକ୍ତ ବିଶେଷଜ୍ଞ ଦଳ ରିପୋର୍ଟ ପ୍ରଦାନ କରିଛି । ଏହି ରିପୋର୍ଟରେ ତବରେଜଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଜଣାପଡ଼ିଥିଲା । ପ୍ରକାଶିତ ରିପୋର୍ଟ ମୁତାବକ ମାଡ଼ ଘଟଣାରେ ତାଙ୍କର ଅନେକ ହାଡ଼ ମଧ୍ୟ ଭାଙ୍ଗି ଯାଇଥିବା ଜଣାପଡ଼ିଛି । ତବରେଜଙ୍କ ଶରୀରରେ ଅନେକ କ୍ଷତଚିହ୍ନ ଦେଖିବାକୁ ମିଳିଥିଲା । ସେହିଭଳି ତବରେଜଙ୍କ ଶରୀର ମଧ୍ୟରେ ରକ୍ତ ଖେଳି ଯାଇଥିବା ଦେଖା ଯାଇଥିଲା । ଏହି କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା ।

ସେପଟେ ତାଙ୍କୁ ମାଡ଼ ମରାଯାଇଥିବା ବେଳେ ହୋଇଥିବା ଭିଡ଼ିଓ ମଧ୍ୟ ପୋଲିସ ଜବତ କରିଛି । ଉକ୍ତ ଭିଡ଼ିଓରେ କୌଣସି ପ୍ରକାର ହେରଫେର ହୋଇନଥିବା ପୋଲିସ ସୂଚନା ଦେଇଛି । ଏନେଇ ଝାଡ଼ଖଣ୍ଡ ପୋଲିସ ଏଡ଼ିଜି ମୁରାରୀ ଲାଲ କହିଛନ୍ତି ବିଭିନ୍ନ ପ୍ରମାଣ, ରିପୋର୍ଟର ତର୍ଜମା ଏବଂ ସାକ୍ଷୀମାନଙ୍କୁ ପଚରା ଉଚୁରା ପରେ ତଦନ୍ତ ପ୍ରକ୍ରିୟା ବଦଳା ଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।

ଏହା ସହିତ ସେ ସୂଚନା ଦେଇଛନ୍ତି ଏହି ହତ୍ୟାକାଣ୍ଡରେ ପାଖାପାଖି 13 ଜଣଙ୍କ ସମ୍ପୃକ୍ତ ରହିଛନ୍ତି । ସେମାନଙ୍କ ମଧ୍ୟରୁ ପୂର୍ବରୁ 2 ଜଣଙ୍କୁ ଗିରଫ କରାଯାଇଛି । ପୂର୍ବରୁ ଗିରଫ ହୋଇଥିବା ଦୁଇ ଜଣ ହେଉଛନ୍ତି ଷଢେଇକଳା ଥାନା ଅନ୍ତର୍ଗତ ବିକ୍ରମ ମଣ୍ଡଳ ଏବଂ ଅତୁଲ ମଲ୍ଲିକ । ଏହି ଦୁଇ ଜଣଙ୍କୁ ପୋଲିସ ମାଡ଼ ମାରିବା ଓ ହତ୍ୟା ଉଦ୍ୟମ ମାମଲାରେ ଗିରଫ କରିଥିଲା । ଏବେ ଅନ୍ୟ 11 ଜଣ ସାମିଲ ଥିବା ପୋଲିସ କହିଛି ।

ଏହି 11 ଜଣଙ୍କ ମଧ୍ୟରେ ଭୀମସେନ ମଣ୍ଡଳ, କମଲ ମହାତୋ, ସୁନାମୋ ପ୍ରଧାନ, ପ୍ରେମଚନ୍ଦ୍ର ମହଲୀ, ସୁମନ୍ତ ମହାତୋ, ମଦନ ନାୟକ, ଚାମୁ ନାୟକ, ମହେଶ ମହାଲୀ, କୁଶଲ ମହଲୀ, ସତ୍ୟନାରାୟଣ ନାୟକ, ପପ୍ପୁ ମଣ୍ଡଳ ଏବଂ ପ୍ରକାଶ ମଣ୍ଡଳ ପ୍ରମୁଖଙ୍କ ନାମ ପୋଲିସ ପ୍ରକାଶ କରିଛି ।

Intro:Body:

PRABHU

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.