ETV Bharat / bharat

କାନପୁର ଏନକାଉଣ୍ଟର ମାମଲା: କାଳରାତ୍ରୀର ପ୍ରତ୍ୟକ୍ଷଦର୍ଶୀ ଜେସିବି ଡ୍ରାଇଭର ଗିରଫ - 2ଜୁଲାଇ

କାନପୁର ଏନକାଉଣ୍ଟର ମାମଲାରେ ପୋଲିସର ଆଉ ଏକ ସଫଳତା । ପୋଲିସଙ୍କ ରାସ୍ତା ବନ୍ଦ କରିବାକୁ ଯେଉଁ ଜେସିବିର ବ୍ୟବହାର କରାଯାଇଥିଲା ତା'ର ଡ୍ରାଇଭର ଗିରଫ ।

କାଳରାତ୍ରୀ
କାଳରାତ୍ରୀ
author img

By

Published : Jul 18, 2020, 12:57 PM IST

ଲକ୍ଷ୍ନୌ:ଉତ୍ତରପ୍ରଦେଶର କାନପୁର ଏନକାଉଣ୍ଟର ମାମଲାରେ ପୋଲିସର ଆଉ ଏକ ସଫଳତା । ରାସ୍ତା ଅବରୋଧ କରିଥିବା ଜେସିବି ଡ୍ରାଇଭରକୁ ଚୌବେପୁର ପୋଲିସ ଗିରଫ କରିଛି । ଫେରାର ଥିବା ଜେସିବି ଡ୍ରାଇଭର ରାହୁଲକୁ ପୋଲିସ ଖୋଜୁଥିଲା ।

ସୂଚନାଥାଉକି, 2ଜୁଲାଇ ରାତିରେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଗିରଫ କରିବାକୁ ପୋଲିସ ତା'ର ଗାଁ ବିକାରୁ ଯାଇଥିଲା । ଏହି ସମୟରେ ପୋଲିସକୁ ରୋକିବା ପାଇଁ ବିକାଶ ରାସ୍ତା ମଝିରେ ଜେସିବିକୁ ଛିଡା କରିଥିଲା । ଏହାପରେ ପୋଲିସ ଟିମ ଗାଡିରୁ ଓହ୍ଲାଇବାକୁ ବାଧ୍ୟ ହୋଇଥିଲା । ଟିମ ବିକାଶର ଘର ନିକଟରେ ପହଞ୍ଚିବା କ୍ଷଣି ଦୁବେର ସହଯୋଗୀମାନେ ଗୁଳିଚାଳନା କରିଥିଲେ । ଏହି ଗୁଳିବିନିମୟରେ 8ଜଣ ପୋଲିସ ଶହିଦ ହୋଇଛନ୍ତି । ଏହାପରେ ପୋଲିସ ସେହି ଜେସିବି ଡ୍ରାଇଭରକୁ ଖୋଜୁଥିଲା ।

କାନପୁର ଏନକାଉଣ୍ଟର ମାମଲା: କାଳରାତ୍ରୀର ପ୍ରତ୍ୟକ୍ଷଦର୍ଶୀ ଜେସିବି ଡ୍ରାଇଭର ଗିରଫ

ତେବେ ଧରାପଡିଥିବା ଡ୍ରାଇଭର ରାହୁଲ ପ୍ରକାଶ କରିଛନ୍ତି ଯେ, ‘ବିକାଶର ମାମୁ ପ୍ରେମ ପ୍ରକାଶ ଆସିଥିଲେ ଡାକିବାକୁ । କହିଥିଲେ ଜେସିବିକୁ ନେଇକି ଆସ ବିକାଶ ଭାଇ ଡାକିଛନ୍ତି । ମୁଁ ବ୍ୟସ୍ତ ଅଛି କହିଥିଲି କିନ୍ତୁ ଅର୍ଜେଣ୍ଟ କାମ ଅଛି ଶୀଘ୍ର ଆସ କହିଥିଲେ । ଏହାପରେ ଜେସିବି ନେଇ ମୁଁ ବିକାରୁ ଯାଉଥିଲି’ ।

ରାହୁଲର କହିବା ମୁତାବକ, ବିକାଶ ଦୁବେ କହିଥିଲା ରାସ୍ତା ମଝିରେ ରଖିବାକୁ । ଗାଡି ରଖିଲା ପରେ ମତେ ନେଇକି ବିକାଶ ଦୁବେର ଛାତକୁ ନେଇ ଯାଇଥିଲେ । ସେଠାରେ ବହୁତ ଲୋକ ଥିଲେ । ତାଙ୍କ ହାତରେ ବନ୍ଧୁକ ମଧ୍ୟ ରହିଥିଲା । ବିକାଶ ଦୁବେ, ଅମର ଦୁବେ,ପ୍ରଭାତ, ଶିବମ ଓ ପ୍ରେମ ପ୍ରକାଶକୁ ଦେଖିଥିଲି । ଆଉ ଅଜଣା ଲୋକେ ଥିଲେ ।

ଆହୁରି ମଧ୍ୟ ଡ୍ରାଇଭର କହିଛନ୍ତି ଯେ, ଛାତକୁ ଯିବାର 10-15ମିନିଟ ମଧ୍ୟରେ ଅଚାନକ ଗୁଳିଚାଳନର ଶବ୍ଦ ଆସିଥିଲା । ପ୍ରାୟ 15ମିନିଟ ପରେ ଗୁଳିଚାଳନା ବନ୍ଦ ହୋଇଯାଇଥିଲା । ଏହି ଘଟଣା ପରେ ଡରିକି ଛାତରୁ ପଳେଇ ଆସି ମୋର ମାଲିକଙ୍କ ଘରକୁ ଯାଇ ସମସ୍ତ କଥା କହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.