ETV Bharat / bharat

ଜମ୍ମୁ କାଶ୍ମୀର ପୁନର୍ଗଠନ ବିଲ ରାଜ୍ୟସଭାରେ ପାରିତ - ଜମ୍ମୁ-କଶ୍ମୀର

ଜମ୍ମୁ କାଶ୍ମୀର ପୁର୍ନଗଠନ ବିଲ୍‌ ରାଜ୍ୟସଭାରେ ପାରିତ ହୋଇଛି । ଜମ୍ମୁ କାଶ୍ମୀର ଠାରୁ ଲଦାଖ ଅଲଗା ହେବାସହ ଜମ୍ମୁ କାଶ୍ମୀର ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ହରାଇଛି । ଏହା ସହିତ ଉଭୟ ଲଦାଖ ଏବଂ ଜମ୍ମୁ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ପରିଗଣିତ ହୋଇଛନ୍ତି ।

ଫାଇଲ ଫଟୋ
author img

By

Published : Aug 5, 2019, 7:59 PM IST

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରୁ ଧାରା 370 ହଟାଇ ଏହାକୁ ଦୁଇଟି କେନ୍ଦ୍ର ଶାସିତ ପ୍ରଦେଶରେ ପରିଣତ କରିବା ପରେ ବର୍ତ୍ତମାନ ଏହାର ପୁନର୍ଗଠନ କରିବେ ମୋଦି ସରକାର । ଜମ୍ମୁ କାଶ୍ମୀର ପୁନର୍ଗଠନ ବିଲ ସୋମବାର ରାଜ୍ୟସଭାରେ ପାରିତ ହୋଇଯାଇଛି । ଏହି ବିଲ୍‌ରେ ଜମ୍ମୁ କାଶ୍ମୀରରୁ ଲଦାଖକୁ ବିଛିନ୍ନ ହେବ ଏବଂ ଉଭୟକୁ କେନ୍ଦ୍ର ଶାସିତ ପ୍ରଦେଶର ମାନ୍ୟତା ମିଳିବା ନେଇ ବ୍ୟବସ୍ଥା ହୋଇଛି ।

ବିଲ ସପକ୍ଷରେ 125 ଭୋଟ ପଡିଥିବା ବେଳେ ବିପକ୍ଷରେ କେବଳ 61 ଟି ଭୋଟ ପଡିଥିଲା । ଜମ୍ମୁ କାଶ୍ମୀର ପୁର୍ନଗଠନ ବିଲ୍‌ ପାଇଁ ପ୍ରଥମେ ବୈଦ୍ୟୁତିକ ପ୍ରକ୍ରିୟାରେ ଭୋଟିଂ ହେବାର ଥିଲା। କିନ୍ତୁ ଟେକ୍ନିକାଲ ସମସ୍ୟା ଯୋଗୁ କାଗଜ କଲମରେ ଭୋଟିଂ ହୋଇଥିଲା । ତେବେ ଏହି ଅବସରରେ ଗୃହମନ୍ତ୍ରୀ ଅମିତ୍‌ ଶାହା କହିଛନ୍ତି, କେତେକ ସଦସ୍ୟ ଜମ୍ମୁ କାଶ୍ମୀରକୁ କେନ୍ଦ୍ର ଶାସିତ ପ୍ରଦେଶ କରାଯିବା ନେଇ ଆପତ୍ତି କରିଥିଲେ । ସେମାନଙ୍କୁ ମୁଁ କହିବାକୁ ଚାହୁଁଛି ଯେ, ପରିସ୍ଥିତି ସ୍ବଭାବିକ ହେବାମାତ୍ରେ ଏହାକୁ ପୂର୍ଣ୍ଣ ରାଜ୍ୟରେ ପରିଣତ କରାଯିବ ।

ଏହା ବ୍ୟତିତ ଜମ୍ମୁ କାଶ୍ମୀରରେ ସାଧାରଣ ବର୍ଗକୁ 10 ପ୍ରତିଶତ ସଂରକ୍ଷଣ ଦେଉଥିବା ବିଧେୟକ ମଧ୍ୟ ରାଜ୍ୟସଭାରେ ପାରିତ ହୋଇଛି । ସୂଚନାଯୋଗ୍ୟ ଯେ, ଏହି ବିଲ୍‌କୁ ପ୍ରଥମେ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିଲା। ତେବେ ବର୍ତ୍ତମାନ ବିଲ୍‌ ରାଜ୍ୟସଭାରେ ପାରିତ ହୋଇଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.