ନୂଆଦିଲ୍ଲୀ: ରବିବାର ଏକ କାର୍ଯ୍ୟକ୍ରମରେ ଆତଙ୍କବାଦୀଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ଜମ୍ମୁ-କାଶ୍ମୀର ପୋଲିସର ଯବାନ ଏବଂ ଏସପିଓଙ୍କୁ ଟାର୍ଗେଟ୍ ନକରି ବରଂ ରାଜ୍ୟକୁ ଲୁଟୁଥିବା ଲୋକଙ୍କୁ ହତ୍ୟା କରନ୍ତୁ ବୋଲି ସେ ଆତଙ୍କବାଦୀଙ୍କୁ ଅପିଲ କରିଛନ୍ତି ।
ସତ୍ୟପାଲ ମଲ୍ଲିକ କହିଛନ୍ତି, ଆତଙ୍କବାଦୀ ସାଧାରଣ ନାଗରିକଙ୍କୁ ହତ୍ୟା କରନ୍ତି । ପୋଲିସର ଯବାନ ଏବଂ ଏସପିଓଙ୍କୁ ହତ୍ୟା କରନ୍ତି । ଯାହା ଠିକ୍ ନୁହେଁ । ନୀରିହ ଲୋକଙ୍କୁ ହତ୍ୟା ନକରି ବରଂ କଶ୍ମୀରର ସବୁ ଧନସମ୍ପତ୍ତି ଲୁଟି ଥିବା ଲୁଟେରା ତଥା ଭଷ୍ଟ୍ରାଚାରୀଙ୍କୁ ହତ୍ୟା କରନ୍ତୁ । ଅଯଥାରେ ନୀରିହ ଲୋକଙ୍କ ଜୀବନ ନିଅନ୍ତୁନାହିଁ ।
ଏହା ପୂର୍ବରୁ ସତ୍ୟପାଲ ମଲ୍ଲିକ ଘାଟିରେ ଭ୍ରଷ୍ଟାଚାର ଉପରେ ଆଲୋଚନା କରିସାରିଛନ୍ତି । ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, କଶ୍ମୀରର ସବୁଠାରୁ ବଡ ସମସ୍ୟା ଭଷ୍ଟ୍ରାଚାର । କଶ୍ମୀରରେ ଯେତିକି ଟଙ୍କା ଖର୍ଚ୍ଚ କରାଯାଉଛି ସେତିକି ଟଙ୍କା ଯଦି ଏହାର ବିକାଶ ପାଇଁ ବିନିଯୋଗ ହୋଇଥାନ୍ତା ତା' ହେଲେ କଶ୍ମୀର ସୁନାର ହୋଇଥାନ୍ତା । ଏଠାରେ ପ୍ରତି ନେତାଙ୍କ ପାଖରେ ଥିବା ଅର୍ଥର କୌଣସି ସୀମା ନାହିଁ । ମାତ୍ର ନିକଟରେ ଅମରନାଥ ଯାତ୍ରା ସମୟରେ ସେ କଶ୍ମୀରରେ ଦାରିଦ୍ର୍ୟତା ଦେଖିଥିଲେ । ଯେଉଁଥିରେ ସେ ଅମରନାଥ ଯାତ୍ରୀଙ୍କ ପାଖରେ ଶୀତକାଳୀନ ବସ୍ତ୍ର ଖଣ୍ଡେ ଦେଖିବାକୁ ପାଇନଥିଲେ ।
ଗୋଟେ ପଟେ ବଡବଡ ନେତା ଅଧିକାରୀଙ୍କ ପାଖରେ 15-20 କକ୍ଷ ବିଶିଷ୍ଟ ଘର ଥିବାବେଳେ ଭଷ୍ଟାରଚାର ଅଫିସରଙ୍କ ପାଇଁ ଏବେ ଲୋକମାନେ ଦାରିଦ୍ର୍ୟ ତଳେ ରହି ଜାବୀନ କାଟୁଛନ୍ତି । ଯଦି ମୋ ଆୟତରେ ଥା'ନ୍ତା ତେବେ ଏମାନଙ୍କ ଉପରେ ମାମଲା ରୁଜୁ କରିବା ସହ ସେମାନଙ୍କ ସମ୍ପତ୍ତି ଗୁଡିକୁ ଜବତ କରି ଗରିବଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତି ବୋଲି ସତ୍ୟପାଲ କହିଛନ୍ତି ।