ETV Bharat / bharat

ଶ୍ରୀନଗରରେ ପତ୍ତକା ଉତ୍ତୋଳନ କଲେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ - ରାଜ୍ୟପାଳ ସତ୍ୟପାଲ ମଲ୍ଲିକ

ପଣ୍ଡିତଙ୍କ ବିନା ଅଧୁରା କାଶ୍ମୀର । ସେମାନଙ୍କୁ ସମ୍ମାନର ସହ ଫୋରାଇ ଆଣିବା ସମସ୍ତଙ୍କ ଦାୟିତ୍ବ।

ଫଟୋ ସୌଜନ୍ୟ: ଟ୍ବିଟର@ଏଏନଆଇ
author img

By

Published : Aug 15, 2019, 3:21 PM IST

ଶ୍ରୀନଗର: ୭୩ତମ ସ୍ୱାଧିନତା ଦିବସ ଉପଲକ୍ଷେ ଜମ୍ମୁ କଶ୍ମୀରର ରାଜ୍ୟପାଳ ସତ୍ୟପାଲ ମଲିକ ଶ୍ରୀନଗରର ସୈର-ଏ-କଶ୍ମୀର ଷ୍ଟାଡିୟମରେ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ କେନ୍ଦ୍ର ସରକାର ଅନୁଚ୍ଛେଦ 370କୁ ହଟାଇବା ଏକ ଐତିହାସିକ ନିଷ୍ପତ୍ତି କହି ପ୍ରଶଂସା କରିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ପରେ ଘାଟିରେ ବିକାଶର ନୂଆ ରାସ୍ତା ଖୋଲିଥିବା ରାଜ୍ୟପାଳ କହିଛନ୍ତି ।

ରାଜ୍ୟପାଳ ଆହୁରି କହିଛନ୍ତି ଯେ, ଗତ 70 ବର୍ଷରେ ରାଜ୍ୟର ଲୋକ ବିକାଶ ଓ ଶାନ୍ତି ସମୃଦ୍ଧି ପଥରୁ ବିଚ୍ୟୁତ ରହିଥିଲେ। ଏବେ କିନ୍ତୁ ଘାଟିରେ ବିକାଶ ହେବ । ଲୋକଙ୍କୁ ସୁଶାସନ ମିଳିବା ସହ ରୋଜଗାର ମଧ୍ୟ ବୃଦ୍ଧି ପାଇବ । ଖାଲି ସେତିକି ନୁହେଁ ଘାଟିରେ ହଜିଯାଇଥିବା ଶାନ୍ତି ଓ ସମୃଦ୍ଧି ଫେରିଆସିବ । ତେଣୁ ମୁଁ ସମସ୍ତ କାଶ୍ମୀର ବାସୀଙ୍କୁ କହୁଛିଯେ, ଏନେଇ କୌଣସି ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । କାରଣ ସେମାନଙ୍କର ପରିବର୍ତ୍ତନ ଘଟିଛି ସେମାନେ ବିକାଶ ପଥରେ ପାଦ ଥାପିଛନ୍ତି ।

ଲଦାଖକୁ ନେଇ ରାଜ୍ୟପାଳ କହିଛନ୍ତି ଯେ, ଲଦାଖବାସୀଙ୍କ ଦାବି ଏବେ ପୂରଣ ହୋଇଛି । ସେମାନେ ଏବେ ତାଙ୍କର ଲକ୍ଷ୍ୟ ପୁରା କରିପାରିବେ। ସେଠାରେ ଏକ ଅଲଗା ବିଶ୍ବବିଦ୍ୟାଳୟ ସ୍ଥାପନା କରାଯାଇଛି ଯାହାଦ୍ବାରା ସେଠାକାର ଛାତ୍ରଙ୍କୁ ପାଠପଢା ନେଇ ସୁବିଧା ହେବ । ଏହାସହ କାରଗିଲରେ କମର୍ସିଆଲ ଏୟାରପୋର୍ଟ ତିଆରି ହେବାନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ରାଜ୍ୟପାଳ କହିଛନ୍ତି ।

ସେ କହିଥଛନ୍ତି ବହୁଦିନ ପରେ ରାଜ୍ୟରେ ମତଦାନ ସମୟରେ ଆତଙ୍କବାଦୀଙ୍କ ଧମକ ସତ୍ତ୍ବେ ଏହାକୁ ଖାତିର ନକରି ଲୋକେନେ ନିଜର କର୍ତ୍ତବ୍ୟକୁ ବୁଝିଛନ୍ତି । ସେମାନେ ମତଦାନ କରି ନିଜର ଅଧିକାର ସାବ୍ୟସ୍ତ କରିଛନ୍ତି । ତେବେ ସୀମାରେ ଆତଙ୍କବାଦୀଙ୍କୁ କଡା ଜବାବ ଦେଉଛି ଭାରତୀୟ ସେନା । ତେଣୁ ସମଗ୍ର କାଶ୍ମୀରବାସୀ ଯଦି ସହଯୋଗର ହାତ ବଢାନ୍ତି ତେବେ ଆତଙ୍କବାଦୀଙ୍କୁ ଦମନ କରିବା ସହ ଏକ ସୁନ୍ଦର ପ୍ରଦେଶ ଗଢା ଯାଇପାରିବ ।

ଏହି ଅବସରରେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ କାଶ୍ମୀର ପଣ୍ଡିତଙ୍କୁ ମନେପକାଇ କହିଛନ୍ତିଯେ, ସେମାନଙ୍କ ବିନା କାଶ୍ମୀର ଅଧୁରା ଅଟେ । ପଣ୍ଡିତଙ୍କୁ ସୁରକ୍ଷିତ ସହକାରେ ଓ ପୁନର୍ବାସ ପାଇଁ ପ୍ରତିଶୃତିବଦ୍ଧ । ଆଉ ପ୍ରବାସୀ କାଶ୍ମୀରୀବାସୀଙ୍କୁ ନିଜ ଜନ୍ମମାଟିକୁ ଫେରାଇ ଆଣିବା କେବଳ ସମସ୍ତଙ୍କ ସମର୍ଥନରେ ହିଁ ସମ୍ଭବ ହୋଇପାରିବ। ଅନ୍ୟପଟେ ସବୁଥର ଭଳି ଜାମ୍ମୁରେ ନମାଜ ପାଠ ପରେ କରାଯାଉଥିବା ପଥର ମାଡ ଏବେ ବନ୍ଦ କମ ହେବାରେ ଲାଗିଛି । ପଥଭ୍ରଷ୍ଟ ହୋଇଯାଇଥିବା ଯୁବପୀଢି ଏବେ ମୁଖ୍ୟଧାରାକୁ ଫେରିଛନ୍ତି ।

Intro:Body:

LIVE NEWS

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.