ଅମରାବତୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି । ଗୃହମନ୍ତ୍ରଳୟରେ ଦୁଇ ନେତାଙ୍କର ସାକ୍ଷାତ ହୋଇଛି।ଜଗନଙ୍କ ନେତୃତ୍ୱାଧିନ ଓ୍ବାଏସଆର କଂଗ୍ରେସକୁ ଲୋକସଭାର ଉପବାଚସ୍ପତି ପଦ ଦିଆଯିବା ନେଇ ଏବେ ବି କଳ୍ପନାଜଳ୍ପନା ଲାଗିରହିଥିବା ବେଳେ ସାକ୍ଷାତକାର ସମୟରେ ଶାହା ଜଗନଙ୍କୁ ଉପବାଚସ୍ପତି ପଦର ପ୍ରସ୍ତାବ ଦିଆଯାଇଥବା ଓ୍ବାଏସଆର ପକ୍ଷରୁ ସୂଚନା ମିଳିଛି ।
ବିଜେପିର ହାତ ଧରିବା ବଦଳରେ ଆନ୍ଧ୍ରପ୍ରଦେଶକୁ ବିଶେଷ ରାଜ୍ୟ ପାହ୍ୟା ଦେବା ପାଇଁ ଜଗନ ସର୍ତ୍ତ ରଖିଥିବା ଓ୍ବାଏସଆର ପକ୍ଷରୁ କୁହାଯାଇଛି । ବିଜେପି ଉପବାଚସ୍ପତି ପଦ ପାଇଁ ଉଭୟ ଓ୍ବାଏସଆର ଓ ବିଜେଡିକୁ ପ୍ରସ୍ତାବ ଦେଇଥିଲା । ଏହି ଦୁଇ ଦଳଙ୍କ ମଧ୍ୟରୁ କାହାକୁ ଜଣକୁ ଉପବାଚସ୍ପତି ପଦ ମିଳିବା ନେଇ ଅନୁମାନ କରାଯାଉଛି।