ETV Bharat / bharat

ଓମାର ଅବଦୁଲ୍ଲା-ମେହେବୁବା ମୁଫତିଙ୍କ ବିରୁଦ୍ଧରେ ଲାଗିଲା ପିଏସଏ ଆକ୍ଟ

ଫାରୁକ ଅବଦୁଲ୍ଲାଙ୍କ ପରେ ଜମ୍ମୁ କଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ମେହେବୁବା ମୁଫତିଙ୍କ ବିରୋଧରେ ଜନ ସୁରକ୍ଷା ଆଇନ(ପିଏସଏ ଆକ୍ଟ) ଲାଗୁ କରିଛି ସ୍ଥାନୀୟ ପ୍ରଶାସନ। ଅଧିକ ପଢନ୍ତୁ...

omar-abdullah-and-mahbooba-mufti
ଓମାର ଅବଦୁଲ୍ଲା-ମେହେବୁବା ମୁଫତି
author img

By

Published : Feb 7, 2020, 11:03 AM IST

ଶ୍ରୀନଗର: ଫାରୁକ ଅବଦୁଲ୍ଲାଙ୍କ ପରେ ଜମ୍ମୁ-କାଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ମେହେବୁବା ମୁଫତିଙ୍କ ବିରୋଧରେ ଜନ ସୁରକ୍ଷା ଆଇନ(ପିଏସଏ ଆକ୍ଟ) ଲାଗୁ କରିଛି ସ୍ଥାନୀୟ ପ୍ରଶାସନ। ଏହା ବ୍ୟତୀତ ନେଶନାଲ କନଫରେନ୍ସର ସାଧାରଣ ସମ୍ପାଦକ ଅଲୀ ମହମ୍ମଦ ସାଗର ଏବଂ ପିଡିପିର ବରିଷ୍ଠ ନେତା ସର୍ତାଜ ମଡନିଙ୍କ ବିରୋଧରେ ମଧ୍ୟ ପିଏସଏ ଲାଗୁ କରାଯାଇଛି।

ଜମ୍ମୁ କଶ୍ମୀରରୁ 370 ଧାରା ଉଚ୍ଛେଦ ହେବା ପରଠୁ ଓମାର ଅବଦୁଲ୍ଲା ଓ ମେହେବୁବା ମୁଫତୀଙ୍କୁ ଗୃହବନ୍ଦୀ ଭାବରେ ରଖାଯାଇଥିଲା । ସେମାନଙ୍କର 6 ମାସିଆ ଗୃହବନ୍ଦୀ ଅବଧି ଗୁରୁବାର ଶେଷ ହୋଇଥିଲା। ଯାହାକୁ ଦୃଷ୍ଟିରେ ରଖି ସେମାନଙ୍କ ବିରୋଧରେ ପିଏସଏ ଲାଗୁ କରାଯାଇଛି । ଓମାର ଅବଦୁଲ୍ଲାଙ୍କ ବାପା ଫାରୁଖ ଅବଦୁଲ୍ଲା ପୂର୍ବରୁ ହିଁ ପିଏସଏ ଅଧିନରେ ଅଟକ ଅଛନ୍ତି । 2019 ଡିସେମ୍ବର 17 ତାରିଖରେ ତାଙ୍କ ବିରୋଧରେ ପିଏସଏ ଲାଗୁ କରାଯାଇଥିଲା ।

ପିଏସଏ ନିର୍ଦ୍ଦେଶନାମା ଗ୍ରହଣ କରିବା ପରେ ଟ୍ବିଟର ଯୋଗେ ଜଣାଇଛନ୍ତି ମେହବୁବା ମୁଫତୀ । ଯେଉଁଥିରେ ସେ ଲେଖିଛନ୍ତି ଯେ, ଏହି ଏକଛତ୍ରବାଦୀ ସରକାରଙ୍କ ନିକଟରେ ରାଜ୍ୟର 2 ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପିଏସଏ ଭଳି କଠୋର ଆଇନ୍‌ ଲାଗୁ କରିବା କିଛି ବଡ କଥା ନୁହେଁ। ଯେଉଁ ସରକାର 9 ବର୍ଷର ଶିଶୁ ଉପରେ ଦେଶଦ୍ରୋହ ମାମଲା ରୁଜୁ କରିପାରୁଛି ସେ କିଛି ବି କରିପାରେ । ଏଭଳି ସ୍ଥିତିରେ କେତେଦିନ ଧରି ସେମାନଙ୍କୁ ନିରବଦ୍ରଷ୍ଟା ରହିବାକୁ ହେବ ବୋଲି ପ୍ରଶ୍ନ କରିଛନ୍ତି ସେ । ଏହି ଟ୍ବିଟ ମେହବୁବାଙ୍କ ପକ୍ଷରୁ ତାଙ୍କ ଝିଅ କରିଛନ୍ତି ।

ଜନ ସୁରକ୍ଷା ଆଇନ ଅନୁସାରେ ସୁରକ୍ଷାଗତ କାରଣରୁ ସରକାର କୌଣସି ବ୍ୟକ୍ତିଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ନଜରବନ୍ଦୀ ରଖିପାରିବେ। ୧୯୭୮ରେ ଫାରୁକ ଅବଦୁଲ୍ଲାଙ୍କ ବାପା ଶେଖ ଅବଦୁଲ୍ଲା ଜାମ୍ମୁ କାଶ୍ମୀରରେ ଏହି ଆଇନ ଲାଗୁ କରିଥିଲେ। ଏହି ସମୟରେ ସେ ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଥିଲେ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.