ETV Bharat / bharat

ଡିଏସପିଙ୍କ ସହ 2 ଆତଙ୍କବାଦୀ ଗିରଫ; ଏକେ-47 ଓ ହ୍ୟାଣ୍ଡ ଗ୍ରେନେଡ ଜବତ

author img

By

Published : Jan 12, 2020, 8:28 AM IST

ଜମ୍ମୁକାଶ୍ମୀର ପୋଲିସ ଜଣେ ରାଷ୍ଟ୍ରପତି ପଦକପ୍ରାପ୍ତ ଡିଏସପିଙ୍କ ସମେତ 2 ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀକୁ ଗିରଫ କରିଛି । ସେମାନଙ୍କ ଠାରୁ ଦୁଇଟି ଏକେ-47 ଓ ହ୍ୟାଣ୍ଡ ଗ୍ରେନେଡ ସହ ବ୍ୟବହୃତ କାରକୁ ଜବତ କରାଯାଇଛି ।

J&K police arrested DSP
ଡିଏସପିଙ୍କ ସହ 2 ଆତଙ୍କବାଦୀ ଗିରଫ, ଏକେ-47, ହ୍ୟାଣ୍ଡ ଗ୍ରେନେଡ ଜବତ

ଶ୍ରୀନଗର: ଜମ୍ମୁକାଶ୍ମୀର ପୋଲିସ ଜଣେ ରାଷ୍ଟ୍ରପତି ପଦକପ୍ରାପ୍ତ ଡିଏସପିଙ୍କ ସମେତ 2 ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀକୁ ଗିରଫ କରିଛି । କୁଲଗାମ ଜିଲ୍ଲାର କାଜିଗୁଣ୍ଡ ଅଞ୍ଚଳରେ ଏହି ତିନିଜଣ ଏକ କାରରେ ଯାଉଥିବା ବେଳେ ସେମାନଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ଦୁଇଟି ଏକେ-47 ଓ ହ୍ୟାଣ୍ଡ ଗ୍ରେନେଡ ସହ ବ୍ୟବହୃତ କାରକୁ ଜବତ କରାଯାଇଛି ।

ରାଷ୍ଟ୍ରପତି ପଦକପ୍ରାପ୍ତ ଡିଏସପି ଜଣକ ଦାଭିନ୍ଦର ସିଂ ବୋଲି ଜଣାପଡିଛି । ସେହିପରି 2 ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସୋପିଆନ ଅଞ୍ଚଳର ନଭେଦ ବାବୁ ଓ ଆସିଫ ରାଥେର ବୋଲି ଜଣାପଡିଛି । ଦକ୍ଷିଣ କାଶ୍ମୀର ଡିଆଇଜି ଅତୁଲ ଗୋଏଲଙ୍କ ନେତୃତ୍ବରେ ଏହି ତିନି ଜଣଙ୍କୁ ଗିରଫ କରାଯାଇଛି ।

ଦାଭିନ୍ଦର ସିଂ ଗତବର୍ଷ ଅଗଷ୍ଟ 15 ତାରିଖରେ ରାଷ୍ଟ୍ରପତିଙ୍କ ଠାରୁ ପୋଲିସ ପଦକ ଗ୍ରହଣ କରିଥିଲେ । ସେ ଜମ୍ମୁକାଶ୍ମୀର ପୋଲିସର ଅପହରଣ ବିରୋଧୀ ସ୍କ୍ବାର୍ଡରେ କାମ କରୁଥିବା ବେଳେ ଶ୍ରୀନଗର ଆନ୍ତର୍ଜାତୀୟ ବିମାନବନ୍ଦରରେ ନିୟୋଜିତ ଥିଲେ । ଏହା ପୂର୍ବରୁ ସେ ଏସଓଜିର ଇନସ୍ପେକ୍ଟର ଭାବେ କାର୍ଯ୍ୟ କରିଥିଲେ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.