ETV Bharat / bharat

ବିକାଶ ଦୁବେ ଏନକାଉଣ୍ଟର: ଯୋଗୀ ଆଦିତ୍ୟନାଥଙ୍କୁ ହ୍ୟାଣ୍ଡକପ ପଠାଇଲା ଇଣ୍ଡିଆନ ୟୁଥ କଂଗ୍ରେସ

author img

By

Published : Jul 12, 2020, 12:32 PM IST

ଇଣ୍ଡିଆନ ୟୁଥ କଂଗ୍ରେସ(ଆଇୱାଇସି) ରାଜ୍ୟରେ ଗୁଣ୍ଡାରାଜ ବଢୁଥିବାର ସଙ୍କେତ ଦେଇ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ହ୍ୟାଣ୍ଡକପ୍ ପଠାଇଛନ୍ତି ।

_iyc
ଯୋଗୀ ଆଦିତ୍ୟନାଥଙ୍କୁ ହ୍ୟାଣ୍ଡକପ ପଠାଇଲା ଇଣ୍ଡିଆନ ୟୁଥ କଂଗ୍ରେସ

ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଚାର ବିକାଶ ଦୁବେ ଏନକାଉଣ୍ଟରକୁ ନେଇ ବିରୋଧୀଙ୍କ ଟାର୍ଗେଟରେ ୟୁପି ସରକାର । ଏହାରି ଭିତରେ ଇଣ୍ଡିଆନ ୟୁଥ କଂଗ୍ରେସ(ଆଇୱାଇସି) ରାଜ୍ୟରେ ଗୁଣ୍ଡାରାଜ ବଢୁଥିବାର ସଙ୍କେତ ଦେଇ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ହ୍ୟାଣ୍ଡକପ୍ ପଠାଇଛନ୍ତି ।

ତେବେ ବିକାଶ ଦୁବେ ମଧ୍ୟପ୍ରଦେଶ ପୋଲିସ ସାମ୍ନାରେ ଆତ୍ମସମର୍ପଣ କରିଥିଲେ । ଗୋଟିଏ ଦିନ ପରେ ୟୁପି ପୋଲିସ ଠାରୁ ଫେରାର ହେବାକୁ ଚେଷ୍ଟା କରିଥିଲେ । ସେହିପରି ବିକାଶ ଦୁବେର ଏକ ସହଯୋଗୀ ମଧ୍ୟ ୟୁପି ପୋଲିସ ଠାରୁ ଫେରାର ହେବାକୁ ଚେଷ୍ଟାକରି ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିଲା । ଏହା ପ୍ରମାଣ କରୁଛି ଯେ, ୟୁପି ପୋଲିସ ନିଜ ବିପଦ ଥିବା ଅପରାଧୀଙ୍କୁ ହ୍ୟାଣ୍ଡକପ ପିନ୍ଧାଏ ନାହିଁ ବୋଲି ଆଇୱାଇସି ନେତା ବରୁଣ ପାଣ୍ଡେ କହିଛନ୍ତି ।

ଆଇୱାଇସି ସାଧାରଣ ସମ୍ପାଦକ ଭୈୟା ପାୱାର କହିଛନ୍ତି, ଦୁବେଙ୍କ ଏନକାଉଣ୍ଟରକୁ ନେଇ ବହୁ ପ୍ରଶ୍ନ ଉଠୁଛି । ଯେପରି ଏସଟିଏଫ ମିଡିଆ କଭରକୁ ରୋକିବା, ସଫାରୀ ଗାଡିରୁ ସଭକୁ ବଦଳାଇବା ଏବଂ ଦୁବେର ସହଯୋଗୀ ଏନକାଉଣ୍ଟର ଭଳି ଘଟଣା ୟୁପିରେ ଗୁଣ୍ଡାରାଜ ଚାଲିଥିବା ସ୍ପଷ୍ଟ ବାରି ହୋଇପଡୁଛି ।

ପ୍ରକାଶ ଥାଉକି, କାନପୁର ମାଷ୍ଟରମାଇଣ୍ଡ ବିକାଶ ଦୁବେକୁ ମଧ୍ୟପ୍ରଦେଶରୁ କାନପୁର ନିଆଯିବା ସମୟରେ ଗାଡି ଓଲଟିବା ପରେ ବିକାଶ ଫେରାର ଉଦ୍ୟମ କରିଥିଲା। ଘଟଣାସ୍ଥଳରେ ପୋଲିସର ଏନକାଉଣ୍ଟରରେ ସେ ନିହତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.