ETV Bharat / bharat

ଇସ୍ରାଏଲ୍ ରୋବଟ୍ ଟେକ୍ନୋଲୋଜିରେ ହେବ କୋରୋନା ଚିକିତ୍ସା, AIIMS କୁ ମିଳିଲା ଉପକରଣ - AIIMS କୁ ମିଳିଲା ଉପକରଣ

ଇସ୍ରାଏଲର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଟେକ୍ନୋଲୋଜି ବର୍ତ୍ତମାନ AIIMSରେ କୋରୋନା ରୋଗୀଙ୍କ ଚିକିତ୍ସାକୁ ଆହୁରି ସହଜ କରିବ । ତେବେ ଇସ୍ରାଏଲ୍, ଦିଲ୍ଲୀର AIIMSକୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉପରେ ଆଧାରିତ ସମସ୍ତ ଉଚ୍ଚସ୍ତରୀୟ ଯନ୍ତ୍ରପାତି ଏବଂ ସଫ୍ଟୱେର୍ ଦେଇଛି । ଅଧିକ ପଢନ୍ତୁ...

ଇସ୍ରାଏଲ୍ ରୋବଟ୍ ଟେକ୍ନୋଲୋଜିରେ ହେବ କୋରୋନା ଚିକିତ୍ସା, AIIMS କୁ ମିଳିଲା ଉପକରଣ

author img

By

Published : Aug 12, 2020, 6:29 PM IST

ନୂଆଦିଲ୍ଲୀ: ଇସ୍ରାଏଲର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଟେକ୍ନୋଲୋଜି ବର୍ତ୍ତମାନ AIIMSରେ କୋରୋନା ରୋଗୀଙ୍କ ଚିକିତ୍ସାକୁ ଆହୁରି ସହଜ କରିବ । ତେବେ ଇସ୍ରାଏଲ୍, ଦିଲ୍ଲୀର AIIMSକୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉପରେ ଆଧାରିତ ସମସ୍ତ ଉଚ୍ଚସ୍ତରୀୟ ଯନ୍ତ୍ରପାତି ଏବଂ ସଫ୍ଟୱେର୍ ଦେଇଛି । AIIMS କୁ ଏହି କୌଶଳ ଓ ଉପକରଣ ଦେବା ପାଇଁ ଇସ୍ରାଏଲ୍ ରାଷ୍ଟ୍ରଦୂତ ଡକ୍ଟର ରନ୍ ମଲକା ମଙ୍ଗଳବାର ଡାକ୍ତରଖାନାରେ ପହଞ୍ଚିଥିଲେ। ସେ ସମସ୍ତ ଯନ୍ତ୍ରପାତି AIIMS ର ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆଙ୍କୁ ପ୍ରଦାନ କରିଥିଲେ ।

ଭାରତ ସହିତ ଇସ୍ରାଏଲ ମଧ୍ୟ ଏହାର ବୈଷୟିକ ଜ୍ଞାନକୌଶଳ, ଔଷଧ ବାଣ୍ଟି ମହାମାରୀକୁ ମୁକାବିଲା କରିବାରେ ଅନ୍ତର୍ଜାତୀୟ ସମୁଦାୟକୁ ସାହାଯ୍ୟ କରୁଛି । ତେବେ ଇସ୍ରାଏଲର ଏପରି ସହାୟତାକୁ ପ୍ରଶଂସା କରିଛନ୍ତି ଡକ୍ଟର ରଣଦୀପ । ବର୍ତ୍ତମାନ ପର୍ଯ୍ୟନ୍ତ AIIMS ରେ କୋରୋନାର 5500 ରୋଗୀ ଚିକିତ୍ସିତ ହୋଇ ସାରିଛନ୍ତି। ବର୍ତ୍ତମାନ କୃତ୍ରିମ ଇଣ୍ଟେଲିଜେନ୍ସ (AI) ଉପରେ ଆଧାରିତ ଏହି କୌଶଳ ମାଧ୍ୟମରେ ଡାକ୍ତରମାନେ ରୋଗୀଙ୍କ ଚିକିତ୍ସା ସହଜରେ କରିପାରିବେ ।

ଡାକ୍ତରମାନେ ରୋଗୀଙ୍କ ବିନା ସଂସ୍ପର୍ଶରେ ଆସି ସେମାନଙ୍କ ଯତ୍ନ ନେଇପାରିବେ । ରୋଗୀଙ୍କ ହୃଦସ୍ପନ୍ଦନ, ନିଶ୍ୱାସ ପ୍ରଶ୍ୱାସ ଇତ୍ୟାଦି ଉପରେ ନଜର ରଖାଯାଇପାରିବ। ବାସ୍ତବରେ, ଏହା ଏକ ରୋବଟ୍ ପରି କାମ କରେ, ଯାହାର ସଫ୍ଟୱେର୍ ଯେକୌଣସି ମୋବାଇଲରେ ଇନଷ୍ଟଲ୍ ହୋଇପାରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.