ETV Bharat / bharat

ଆମେରିକା-ଇରାନ ବିବାଦ: ଭାରତର ହସ୍ତକ୍ଷେପ ଲୋଡିଲା ଇରାନ - ଆମେରିକା-ଇରାନ ବିବାଦ

ଆମେରିକା-ଇରାନ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ ଭାରତର ହସ୍ତକ୍ଷେପ ଲୋଡିଛି ଇରାନ । ଜାଣନ୍ତୁ ସେ କ'ଣ କହିଛି..

iran-will-welcome-any-indian-peace-initiative
ଫାଇଲ ଫଟୋ
author img

By

Published : Jan 8, 2020, 5:28 PM IST

ନୂଆଦିଲ୍ଲୀ: ଆମେରିକାର ଡ୍ରୋନ ଆକ୍ରମଣରେ ଇରାନର ସେନା ଅଧିକାରୀ ଜେନେରାଲ କାଶିମ ସୁଲେମାନିଙ୍କ ହତ୍ୟାପରେ ଆମେରିକା ଏବଂ ଇରାନ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ତେବେ ଆମେରିକା ସହ ଏହି ବିବାଦର ସମାଧାନ ପାଇଁ ଭାରତର ହସ୍ତକ୍ଷେପ ଲୋଡିଛି ଇରାନ । ଏହି ବିବାଦ ଶେଷ କରିବା ପାଇଁ ଭାରତ ଦ୍ବାରା ନିଆଯାଉଥିବା ଯେକୌଣସି ପଦକ୍ଷେପକୁ ଆମେ ସ୍ବାଗତ କରିବୁ ବୋଲି ଇରାନ କହିଛି ।

ଇରାକସ୍ଥିତ 2 ଆମେରିକୀୟ ଏୟାରବେସ ଉପରେ ଇରାନ ଆକ୍ରମଣର କିଛି ଘଣ୍ଟା ପରେ ଭାରତରେ ଅବସ୍ଥାପିତ ଇରାନର ରାଷ୍ଟ୍ରଦୂତ ଅଲୀ ଚେଗେନୀ କହିଛନ୍ତି, ବିଶ୍ବରେ ଶାନ୍ତି ବଜାୟ ରଖିବାରେ ଭାରତର ଭୂମିକା ଗୁରୁତ୍ବପୂର୍ଣ୍ଣ । ଏହା ବ୍ୟତୀତ ଭାରତ ଆମ ଅଞ୍ଚଳର ରାଷ୍ଟ୍ର । ଏହି ପରିପେକ୍ଷିରେ ଆମେରିକା-ଇରାନ ମଧ୍ୟରେ ଉତ୍ତେଜନା ହ୍ରାସ ଲାଗି ଭାରତ ପକ୍ଷରୁ ନିଆଯାଉଥିବା ଯେ କୌଣସି ପଦକ୍ଷେପକୁ ଆମେ ଗ୍ରହଣ କରିବୁ ।

ସେ ଆହୁରି କହିଛନ୍ତି ଯେ, ଇରାନ ଯୁଦ୍ଧ ନୁହେଁ ବରଂ ଏହି କ୍ଷେତ୍ରରେ ସମସ୍ତଙ୍କ ପାଇଁ ଶାନ୍ତି ଏବଂ ସମୃଦ୍ଧି ଚାହେଁ। ତେଣୁ ଆମେରିକା ଇରାନ ମଧ୍ୟରେ ଜାରି ରହିଥିବା ସଙ୍କଟ ଅନ୍ତ ପାଇଁ ଭାରତ ଶାନ୍ତି ପ୍ରସ୍ତାବ ଆଣିଲେ ଏହାକୁ ସ୍ବାଗତ କରିବୁ ବୋଲି ଅଲୀ କହିଛନ୍ତି। ଏହା ସହିତ ଇରାକରେ ଥିବା ଆମେରିକୀୟ ଶିବିର ଉପରେ ଇରାନର ଆକ୍ରମଣକୁ ନେଇ ଅଲୀ କହିଛନ୍ତି, ଆମେ କେବଳ ନିଜ ଦେଶର ସୁରକ୍ଷା ପାଇଁ ନିଜ ଅଧିକାରର ବ୍ୟବହାର କଲୁ ଏବଂ ଆମେରିକାକୁ ଜବାବ ଦେଲୁ ।

ଏହା ପୂର୍ବରୁ ବୈଦେଶିକ ମନ୍ତ୍ରୀ ମନ୍ତ୍ରୀ ଏସ୍‌ .ଜୟଶଙ୍କର ଇରାନ ଏବଂ ଆମେରିକା ପ୍ରତିପକ୍ଷ ଜାବେଦ୍‌ ଜରିଫ୍‌ ଓ ମାଇକ୍‌ ପମ୍ପିୟୋଙ୍କ ସହିତ ଫୋନ୍‌ରେ ଆଲୋଚନା କରି ଶାନ୍ତି ଜାରି ରଖିବାକୁ ଅନୁରୋଧ କରିଛନ୍ତି।

Intro:Body:

BLANK FOR LINK 


Conclusion:

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.