ETV Bharat / bharat

ଦିଲ୍ଲୀ ଲାଲକିଲ୍ଲା ହିଂସା ଘଟଣା; ଇକବାଲ ସିଂହ ଗିରଫ

author img

By

Published : Feb 10, 2021, 11:01 AM IST

ଦିଲ୍ଲୀ ଲାଲକିଲ୍ଲା ହିଂସା ଘଟଣାରେ ଅଭିଯୁକ୍ତ ଇକବାଲ ସିଂହଙ୍କୁ ଗିରଫ କରାଯାଇଛି ।

ଇକବାଲ ସିଂହ ଗିରଫ
ଇକବାଲ ସିଂହ ଗିରଫ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଦିନ ଲାଲକିଲ୍ଲା ସମେତ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଦେଖାଦେଇଥିବା ହିଂସାକୁ ନେଇ ପୋଲିସ ତଦନ୍ତ ଜୋରଦାର କରିଛି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଲାଲକିଲ୍ଲା ହିଂସା ମାମଲାରେ ଫେରାର ଥିବା ଇକବାଲ ସିଂହଙ୍କୁ ପଞ୍ଜାବରରୁ ଗିରଫ କରିଛି ।

ଇକବାଲଙ୍କ ଗିରଫ ଉପରେ ପୋଲିସ ପକ୍ଷରୁ 50 ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଡିସିପି ସଞ୍ଜୀବ ଯାଦବଙ୍କ ଅନୁସାରେ, ଯେଉଁ ସମୟରେ ହିଂସା ହୋଇଥିଲା, ସେହି ସମୟରେ ଇକବାଲ ଲାଲକିଲ୍ଲାରେ ଉପସ୍ଥିତ ଥିଲା । ହେଲେ ଏହି ହିଂସା ପରେ ସେ ଫେରାର ହୋଇଯାଇଥିଲା ।

ପରେ ଇକବାଲଙ୍କୁ ପୋଲିସ ପକ୍ଷରୁ ଖୋଜା ଚାଲିଥିଲା । ତେବେ ସେ ପଞ୍ଜାବର ହୋସିଆରପୁର ଥିବା ପୋଲିସ ଖବର ପାଇଁ ଗିରଫ କରିଥିଲା । ଗିରଫ ପରେ ତାଙ୍କୁ ଦିଲ୍ଲୀ ଅଣାଯାଇଛି । ଏଠାରେ ତାଙ୍କୁ ଅଧିକ ପଚରାଉଚରା କରାଯିବ ବୋଲି ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.