ETV Bharat / bharat

ଯୌତୁକ ନିର୍ଯାତନାର ଶିକାର ଆଇପିଏସ ଅଫିସର ଭର୍ଟିକା - dowry harassment

ଆଇପିଏସ ଅଫିସରଙ୍କୁ ଯୌତୁକ ନିର୍ଯାତନା । ସ୍ବାମୀଙ୍କ ସମେତ 7 ଜଣଙ୍କ ନାଁରେ ମାମଲା ରୁଜୁ । ଅଧିକ ପଢନ୍ତୁ...

IPS officer complaining to police against her husband for dowry harassment
ଯୌତୁକ ନିର୍ଯାତନାର ଶିକାର ଆଇପିଏସ ଅଫିସର ଭର୍ଟିକା
author img

By

Published : Feb 6, 2021, 4:27 PM IST

ବେଙ୍ଗାଲୁରୁ : ଆଇପିଏସ ଅଫିସରଙ୍କୁ ଯୌତୁକ ନିର୍ଯାତନା । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଏଭଳି ଅଭିଯୋଗ ଆସିଛି କର୍ଣ୍ଣାଟକର ଚୁବର୍ଣ୍ଣ ପାର୍କ ଥାନା ଅଞ୍ଚଳରୁ । ଅଭିଯୋଗ ଆଣିଥିବା ମହିଳା ଜଣକ ହେଉଛନ୍ତି 2009 ମସିହାର ଆଇପିଏସ ଅଫିସର ଭର୍ଟିକା କାଟିଆର । ଭର୍ଟିକାଙ୍କ ସ୍ବାମୀ ନିତିନ ସୁବାଶଙ୍କ ସମେତ 7 ଜଣଙ୍କ ନାଁରେ ମାମଲା ଦାୟର କରିଛନ୍ତି । 2011ରେ ସେ ଭାରତୀୟ ବୈଦେଶିକ ବିଭାଗରେ (ଆଇଏଫଏସ) ଅଧିକାରୀ ନିତିନ ସୁବାଶଙ୍କୁ ବିବାହ କରିଥିଲେ। ନିତିନ ଦିଲ୍ଲୀର ଦୂତାବାସରେ କାମ କରୁଥିଲେ। ସେ ଅଧିକାଂଶ ସମୟରେ ମଦ୍ୟପାନ ସହ ଧୂମ୍ରପାନ ମଧ୍ୟ କରୁଥିଲେ । ଅତ୍ୟଧିକ ନିଶା କରୁଥିବାରୁ ଉଭୟଙ୍କ ମଧ୍ୟରେ ଝଗଡା ହେଉଥିଲା । ଏପରିକି ସେ ଭର୍ଟିକାଙ୍କ ଉପରେ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି ।

ବିବାହ ସମୟରେ ବହୁ ଅଳଙ୍କାର ପାଇଥିଲେ ମଧ୍ୟ ଟଙ୍କା ପାଇଁ ତାଙ୍କୁ ବାରମ୍ବାର ହଇରାଣ କରୁଥିଲେ । ନିତିନଙ୍କ ଉପରେ ଭର୍ଟିକା ଏପରି ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ, ଭର୍ଟିକାଙ୍କ ଜେଜେମାଙ୍କ ଠାରୁ ନିତିନ 5 ଲକ୍ଷ ଟଙ୍କାର ଏକ ଚେକ ମଧ୍ୟ ଆଣିଥିଲେ । ଏପରିକି, ଘର କରିବା ସମୟରେ 35 ଲକ୍ଷ ଟଙ୍କା ଦେଇଛନ୍ତି । ଏପରିକି ତାଙ୍କ ଜୀବନ ପ୍ରତି ବିପଦ ଥିବା ମଧ୍ୟ ଏଫଆଇର ଦର୍ଶାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.