ETV Bharat / bharat

ଅନ୍ତର୍ଜାତୀୟ ବିଦ୍ୟାର୍ଥୀଙ୍କୁ ଭିସା କଟକଣା, ବ୍ଲକ ହୋଇପାରେ ଆଇସିଇ ପଲିସି

author img

By

Published : Jul 14, 2020, 8:55 PM IST

ଆମେରିକୀୟ ଇମିଗ୍ରେସନ ଓ କଷ୍ଟମ ଏନଫୋର୍ସମେଣ୍ଟ(ଆଇସିଇ)ର ନୂଆ ପଲିସି ଅନୁଯାୟୀ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀମାନେ ପଢୁଥିବା ୟୁନିଭର୍ସିଟିଗୁଡିକ ଯଦି କେବଳ ଅନଲାଇନ କ୍ଲାସ ଯୋଗାଉଛି ତେବେ ସେମାନଙ୍କୁ ତୁରନ୍ତ ଦେଶ ଛାଡିବାକୁ ହେବ । କିନ୍ତୁ ଯଦି ୟୁନିଭର୍ସିଟି ସାମୟିକ ଭାବେ ଅନଲାଇନ କ୍ଲାସ ଯୋଗାଉଛି ତେବେ ଆମେରିକାରେ ଛାତ୍ରଛାତ୍ରୀମାନେ ରହିପାରିବେ ବୋଲି ସ୍ପଷ୍ଟ କରାଯାଇଛି ।

american visa restriction, american student visa restriction, visa restriction, visa restriction to international students, ice policy, ଆମେରିକୀୟ ଭିସା କଟକଣା, ଆମେରିକୀୟ ଛାତ୍ର ଭିସା କଟକଣା, ଭିସା କଟକଣା, ଅନ୍ତର୍ଜାତୀୟ ଛାତ୍ରଛାତ୍ରଙ୍କୁ ଭିସା କଟକଣା, ଆଇସିଇ ପଲିସି
ଅନ୍ତର୍ଜାତୀୟ ବିଦ୍ୟାର୍ଥୀଙ୍କୁ ଭିସା କଟକଣା, ବ୍ଲକ ହୋଇପାରେ ଆଇସିଇ ପଲିସି

ହାଇଦ୍ରାବାଦ: ଆମେରିକାରେ ଲାଗୁ ହୋଇଥିବା ଭିସା କଟକଣା ପାଇଁ ଯେ କେତେ ସାଧାରଣ ଲୋକେ କେତେ ହଇରାଣ ହେଉଛନ୍ତି ତାହାର କୌଣସି ଠିକଣା ନାହିଁ । ମୁଖ୍ୟତଃ ଏଥିରେ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଭିସା କଟକଣା ଜାରି ହୋଇଥିବା ନିଜ ଭବିଷ୍ୟତ ଅନ୍ଧକାରରେ ଥିବା ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ । ଏମିତିରେ ନିଜ ଦୁଃଖ ପ୍ରକାଶ କରିଛନ୍ତି ସିନ୍ସିନାଟି ୟୁନିଭର୍ସିଟିରେ ଜୁନିୟର ବାୟୋଇଞ୍ଜିନିୟରିଂ ମେଜର ଅଧ୍ୟୟନରତ ଭର୍ଦ୍ଧା ଅଗ୍ରୱାଲ ।

ଭର୍ଦ୍ଧାଙ୍କ କହିବା ଅନୁଯାୟୀ ଗତ ସେମିଷ୍ଟାରରେ ଆମେରିକା ସରକାର ସେମାନଙ୍କୁ ଭିସା କଟକଣାରୁ ଛାଡ ଦେଇଥିବା ବେଳେ ବର୍ତ୍ତମାନ କୋରୋନା ମହାମାରୀ ସମୟରେ ଏହି ନୂଆ ନିୟମ ଅନେକଙ୍କ ଅସୁବିଧାରେ ପକାଇଛି । ଏହା ନା ଯେ କେବଳ ସେମାନଙ୍କ ପଢାକୁ ପ୍ରଭାବିତ କରିଛି ବରଂ ଏହା ସେମାନଙ୍କ ଭବିଷ୍ୟତକୁ ମଧ୍ୟ ଅନ୍ଧକାର ଭିତରକୁ ଠେଲି ଦେଇଛି । ଗୋଟିଏ ପଟେ ମହାମାରୀ ସମୟରେ ଘରଠାରୁ ଦୂରରେ ରହିବାର କଷ୍ଟ ଓ ଅନ୍ୟପଟେ ନୂଆ ଭିସା କଟକଣା ଅନ୍ତର୍ଜାତୀୟ ଛାତ୍ରଛାତ୍ରୀମାନଙ୍କୁ ମାନସିକ ଭାବେ ଅବସାଦଗ୍ରସ୍ତ କରାଇଛି ।

ଆମେରିକୀୟ ଇମିଗ୍ରେସନ ଓ କଷ୍ଟମ ଏନଫୋର୍ସମେଣ୍ଟ(ଆଇସିଇ)ର ନୂଆ ପଲିସି ଅନୁଯାୟୀ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀମାନେ ପଢୁଥିବା ୟୁନିଭର୍ସିଟିଗୁଡିକ ଯଦି କେବଳ ଅନଲାଇନ କ୍ଲାସ ଯୋଗାଉଛି ତେବେ ସେମାନଙ୍କୁ ତୁରନ୍ତ ଦେଶ ଛାଡିବାକୁ ହେବ । କିନ୍ତୁ ଯଦି ୟୁନିଭର୍ସିଟି ସାମୟିକ ଭାବେ ଅନଲାଇନ କ୍ଲାସ ଯୋଗାଉଛି ତେବେ ଆମେରିକାରେ ଛାତ୍ରଛାତ୍ରୀମାନେ ରହିପାରିବେ ବୋଲି ସ୍ପଷ୍ଟ କରାଯାଇଛି ।

ସେପଟେ କେତେକ ୟୁନିଭର୍ସିଟି ହାଇବ୍ରିଡ ମଡେଲରେ ଛାତ୍ରଛାତ୍ରୀଙ୍କୁ ପଢାଇବା ଆରମ୍ବ କରିଛନ୍ତି । ଏମିତିରେ ଆମେରିକାରେ ରହିବାକୁ ହେଲେ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀମାନଙ୍କୁ ସର୍ବନିମ୍ନ ଗୋଟିଏ ‘ଇନ-ପର୍ସନ’ କ୍ଲାସରେ ମହଜୁଦ ରହିବାକୁ ହେବ । ତାହେଲେ ଯାଇ ସେମାନେ କଟକଣାରୁ ବାଦ ପଡିବେ ଓ ଦେଶରେ ରହି ନିଜର ପଢା ଶେଷ କରିପାରିବେ । ହେଲେ ଯଦି ୟୁନିଭର୍ସିଟି ଗୁଡିକ ସେମିଷ୍ଟାର ଅଧାରେ କୋରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ଅନଲାଇନ କ୍ଲାସ ଆରମ୍ଭ କରନ୍ତି ତେବେ ଛାତ୍ରଛାତ୍ରୀମାନଙ୍କୁ ସ୍ବଦେଶ ଫେରିବାକୁ ହେବ ବୋଲି ନିର୍ଦ୍ଦେଶ ରହିଛି ।

ଏନେଇ ଭାରତୀୟ ଇମିଗ୍ରେସନ ଆଇନଜୀବୀ ମଞ୍ଜୁନାଥ ଗୋକରେ କହିଛନ୍ତି କି ଏହି ନିୟମ କେବଳ ଟ୍ରମ୍ପଙ୍କର ରାଜନୈତିକ ଚାଲ । କେବଳ ୟୁନିଭର୍ସିଟିମାନଙ୍କୁ କୋରୋନା ସଂକ୍ରମଣ ସତ୍ତ୍ବେ ପୁଣି ଖୋଲିବା ପାଇଁ ଓ ଦେଶରେ ଇମିଗ୍ରେସନର ସଂଖ୍ୟା ହ୍ରାସ କରିବା ପାଇଁ ଏପରି ନିୟମ ଲାଗୁ କରାଯାଇଥିବା ସେ ପ୍ରକାଶ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ନିୟମ ବିଧିବଦ୍ଧ ଭାବେ ଫେଡେରାଲ ରେଜିଷ୍ଟରରେ ଉଲ୍ଲେଖ ହୋଇନଥିବାରୁ ଏପରି ସ୍ଥିତିରେ ହଡବଡ ନହୋଇ ମାନସିକ ଭାବେ ସ୍ଥିର ରହିବା ପାଇଁ ସମସ୍ତ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ଗୋକରେ ।

ଆମେରିକାରେ ଲାଗୁ ନୂଆ ନିୟମକୁ ବର୍ତ୍ତମାନ ହାର୍ଭର୍ଡ ଓ ଏମଆଇଟି ପରି ଶିକ୍ଷା ସଂସ୍ଥା ବିରୋଧ କରିଥିବା ବେଳେ ଖୁବଶୀଘ୍ର ଏହି ନିୟମ ବିରୋଧରେ ଆିନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଗୋକରେ ଆଶାବାଦୀ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.