ETV Bharat / bharat

ଦେଶରେ 48 ଲକ୍ଷ ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

author img

By

Published : Sep 14, 2020, 10:19 AM IST

ପ୍ରତ୍ୟେକ ଦିନ ଦେଶରେ ଭୟଙ୍କର ରୂପ ନେଉଛି କୋରୋନା ମହାମାରୀ । ଚିନ୍ତା ବଢାଉଛି ପ୍ରତ୍ୟେକ ଦିନର କୋଭିଡ ଟେଷ୍ଟିଂ ରିପୋର୍ଟ । ଲାଗୁଛି ଯେପରି ଫେଲ ମାରିଛି ସମସ୍ତ ସଚେତନତା । ଅଧିକ ପଢନ୍ତୁ...

ଦେଶରେ 48 ଲକ୍ଷ ଟପିଲା କୋରୋନା ସଂକ୍ରମଣ ସଂଖ୍ୟା

ନୂଆଦିଲ୍ଲୀ: ଦୈନିକ ସଂକ୍ରମଣ ରିପୋର୍ଟ ଅନୁସାରେ ସର୍ବପ୍ରଥମ ସ୍ଥାନରେ ରହିଛି ଭାରତ । ଯେଉଁଠି ବର୍ତ୍ତମାନ ସମୟରେ ଲଗାତାର କିଛି ଦିନ ହେବ 90 ହଜାରରୁ ଉର୍ଦ୍ଧ୍ବ ସଂଖ୍ୟାରେ ସଂକ୍ରମଣ ରିପୋର୍ଟ ହେଉଛି । ଯାହାକୁ ମିଶାଇ 48 ଲକ୍ଷ ପାର କରିଛି ଏହି ସଂଖ୍ୟା ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ ଦେଶରେ 92 ହଜାର 71 ସଂକ୍ରମଣ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ 1,136 ଜଣଙ୍କର ମୃତ୍ୟୁ ହୋଇଛି । ସେପ୍ଟେମ୍ବର 13ର କୋରୋନା ରିପୋର୍ଟକୁ ମିଶାଇ 48 ଲକ୍ଷ 46 ହଜାର 428 ପାର କରିଛି ଏହି ସଂଖ୍ୟା ।

ସେହିପରି ମୋଟ ସଂକ୍ରମିତଙ୍କ ମଧ୍ୟରୁ 79 ହଜାର 722 ଜଣଙ୍କର ମୃତ୍ୟୁ ହୋଇଛି । ଯେଉଁଥିରେ 37 ଲକ୍ଷ 80 ହଜାର 108 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ, 9 ଲକ୍ଷ 86 ହଜାର 598 ଜଣ ସଂକ୍ରମିତ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.