ନୂଆଦିଲ୍ଲୀ: ଦେଶରେ ଶୀତ ଲହରି ଜାରି ରହିଛି । ଏହି କ୍ରମରେ ଦିଲ୍ଲୀରେ ଶୀତର ପ୍ରକୋପ ଦେଖିବାକୁ ମିଳିଛି । ରାତିରେ ପ୍ରବଳ ଥଣ୍ଡା ଅନୁଭୂତ ହେବା ସହ ଶୁକ୍ରବାର ସକାଳେ ଦିଲ୍ଲୀର ତାପମାତ୍ରା 100 ବର୍ଷର ରେକର୍ଡ ଭାଙ୍ଗି 4.2 ଡିଗ୍ରୀକୁ ପାରଦ ଖସିଛି । ତେବେ 29 ଡିସେମ୍ବରର ଯାଏଁ ପାଗରେ କୌଣସି ପରିବର୍ତ୍ତନ ନହେବା ସହ ଡିସେମ୍ବର 31ରୁ 2 ଜାନୁୟାରୀ ଯାଏଁ ଦିଲ୍ଲୀରେ ସ୍ବଳ୍ପ ବର୍ଷା ସମ୍ଭାବନା ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି ।

ଏପଟେ ଥଣ୍ଡାର ସିଧାସଳଖ ପ୍ରଭାବ ଯାତାୟତରେ ଉପରେ ପ଼ଡିଛି । ଯାହାଫଳରେ ବହୁ ରେଳ ସେବା ପ୍ରଭାବିତ ହୋଇଛି । ଶୁକ୍ରବାର 17ଟି ଟ୍ରେନ ବିଳମ୍ବରେ ଚାଲୁଛି । ଏହି ଟ୍ରେନ ମଧ୍ୟରେ ଅମୃତସର ଏକ୍ସପ୍ରେସ, ଫରକ୍କା ଏକ୍ସପ୍ରେସ, ପୁରୁଷୋତ୍ତମ ଏକ୍ସପ୍ରେସ, ମହାବୋଧି ଏକ୍ସପ୍ରେସ, ସଂପର୍କକ୍ରାନ୍ତି ଏକ୍ସପ୍ରେସ ସମେତ 17 ଟି ଟ୍ରେନ 6 ଘଣ୍ଟା ବିଳମ୍ବରେ ଚାଲୁଛି ।