ନୂଆଦିଲ୍ଲୀ: ଦିନକୁ ଦିନ କୋରୋନା ମାମଲା ବୃଦ୍ଧି ହେତୁ ତାମିଲନାଡୁରେ ସାତୋଟି ସ୍ୱତନ୍ତ୍ର ଟ୍ରେନ୍ ବାତିଲ କଲେ ଭାରତୀୟ ରେଳ । ତେବେ ତାମିଲନାଡୁ ସରକାରଙ୍କ ଅନୁରୋଧ ପରେ ରାଜ୍ୟରେ ଚାଲିଥିବା ସାତୋଟି ସ୍ୱତନ୍ତ୍ର ଟ୍ରେନକୁ 29 ଜୁନ୍ ରୁ 15 ଜୁଲାଇ ପର୍ଯ୍ୟନ୍ତ ବାତିଲ କରିଥିଲେ ଭାରତୀୟ ରେଳବାଇ । ଏହା ମଧ୍ୟରେ କେବଳ ନୂଆଦିଲ୍ଲୀରୁ ଡକ୍ଟର ଏମଜିଆର ଚେନ୍ନାଇ ସେଣ୍ଟ୍ରାଲ ଷ୍ଟେସନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ସୁପରଫାଷ୍ଟ ଟ୍ରେନ୍ ଚଳାଚଳ ଜାରି ରଖିବ।
ତେବେ ତିରୁଚି-ଚେଙ୍ଗଲପେଟ୍-ତିରୁଚି, ମଦୁରେଇ-ଭିଲୁପୁରମ୍-ମଦୁରେଇ, କୋଏମ୍ବାଟୁର-କାଟପାଡି-କୋଏମ୍ବାଟୁର, ଅରକୋଣମ୍-କୋଏମ୍ବାଟୁର-ଅରକ୍କୋଣମ୍, କୋଏମ୍ବାଟୁର-ମାୟିଲାଦୁଥୁରଇ-କୋଏମ୍ବାଟୁର ସମେତ ସାତୋଟି ସ୍ୱତନ୍ତ୍ର ଟ୍ରେନ୍ ବାତିଲ କରାଯିବ ବୋଲି ଦକ୍ଷିଣ ରେଳବାଇ ଦ୍ବାରା ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।
ରବିବାର ଦିନ ତାମିଲନାଡୁରେ ରେକର୍ଡ ସଂଖ୍ୟକ 3,940ଟି ନୂତନ ମାମଲା ରିପୋର୍ଟ ହୋଇଛି, ଏହା ପରେ ରାଜ୍ୟରେ କୋଭିଡ -19 ସଂକ୍ରମିତ ଲୋକଙ୍କ ସଂଖ୍ୟା 82,275 କୁ ବୃଦ୍ଧି ପାଇଛି ।ତେବେ ରବିବାର 54 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା 1,079 କୁ ବୃଦ୍ଧି ପାଇଛି । ମହାମାରୀକୁ ରୋକିବା ପାଇଁ ତାଙ୍କ ସରକାର ଯଥାସମ୍ଭବ ଉଦ୍ୟମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀ କହିଛନ୍ତି।