ନୂଆଦିଲ୍ଲୀ: ସିକ୍କିମରେ ଭାରତ-ଚୀନ ସେନା ମଧ୍ୟରେ ସଂଘର୍ଷ । ପୂର୍ବ ଲଦାଖରେ ସ୍ଥିତି ସୁଧୁରୁ ନଥିବାବେଳେ ସିକ୍କିମରେ ପୁଣି ସେହି ସମାନ ସ୍ଥିତି ଉପୁଜାଇବାକୁ ଚେଷ୍ଟା କରିଛି ଚୀନ ସେନା । ତିନି ଦିନ ପୂର୍ବରୁ ସିକ୍କିମର ନା କୁଲା ଠାରେ ଚୀନ ସେନା ଅନୁପ୍ରବେଶ ବେଳେ ଭାରତୀୟ ସେନା ପକ୍ଷରୁ ଦୃଢ ଯବାବ ଦିଆଯାଇଛି । ଏହି ସମୟରେ ଦୁଇ ପକ୍ଷ ହାତାହାତି ହୋଇଥିବାବେଳେ ଭାରତୀୟ ସେନାର 4 ଯବାନ ଓ ଚୀନର 20 ଜଣ ସେନା ଆହାତ ହୋଇଥିବା ସୂଚନା ।
ବର୍ତ୍ତମାନ ସ୍ଥିତି ଉତ୍ତେଜନାମୂଳକ ରହିଛି । ଭାରତୀୟ ସେନାର ଜଣେ ଅଧିକାରୀ ଭାରତୀୟ କହିଛନ୍ତି ଯେ, ପାଣିପାଗର ଖରାପ ସ୍ଥିତି ସତ୍ତ୍ବେ ଭାରତୀୟ କଡା ମୁକାବିଲା କରିଛନ୍ତି ।
ସୂଚନାଯୋଗ୍ୟ, ରବିବାର ପୂର୍ବ ଲଦାଖର ଉତ୍ତେଜନା ସ୍ଥିତିକୁ ନେଇ ଭାରତ ଓ ଚୀନ ମଧ୍ୟରେ 15 ଘଣ୍ଟା ଧରି ଆଲୋଚନା ଜାରି ରହିଥିଲା । କର୍ପସ କମାଣ୍ଡର ସ୍ତରୀୟ ଏହି ଆଲୋଚନାରେ ଭାରତ ଚୀନକୁ ଚରମବାଣୀ ଶୁଣାଇଛି । ଏହି ବୈଠକରେ ଚୀନକୁ ଭାରତ କହିଛି, ନିଜର ସେନା ଏଲଏସିରୁ ସମ୍ପୂର୍ଣ୍ଣ ଭାବେ ଫେରାଇ ନେଉ । ସୀମାରୁ ଚୀନ ସେନା ପଛକୁ ହଟିଲେ ଯାଇ ଶାନ୍ତି ସମ୍ଭବ ବୋଲି ଭାରତ ରୋକଠୋର କହିଛି ।