ଶ୍ରୀନଗର: କିଶେନ ଗଙ୍ଗା ନଦୀ କୂଳରେ ଆତଙ୍କବାଦୀଙ୍କ ଯୋଜନାକୁ ପଣ୍ଡ କଲେ ଭାରତୀୟ ଯବାନ । ଆତଙ୍କବାଦୀଙ୍କ ଗତିବିଧି ଜଣାପଡିବା ପରେ ତୁରନ୍ତ ଜାମ୍ମୁ-କାଶ୍ମୀର ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ମିଳିତ ଅପରେସନ । ଆତଙ୍କବାଦୀ ପାକିସ୍ତାନ ଅଧିକୃତ କାଶ୍ମୀରରୁ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ କରୁଥିବା ବେଳେ ଭାରତୀୟ ଯବାନ ଜବତ କରିଛନ୍ତି ।
ରିପୋର୍ଟ ମୁତାବକ,ଅକ୍ଟୋବର 9 ରେ ଉତ୍ତର କାଶ୍ମୀରର କିରଣ ସେକ୍ଟରରେ ଭାରତୀୟ ସେନା ନିୟୋଜିତ ହୋଇଥିଲେ । ଏହି ସମୟରେ ପିଓକେ ଅଞ୍ଚଳରୁ 2 ରୁ 3ଜଣ ଆତଙ୍କବାଦୀ ନଦୀ କୂଳରୁ ଏକ ଦଉଡ଼ିରେ ବନ୍ଧା ହୋଇଥିବା ଏକ ଟ୍ୟୁବରେ କିଛି ଜିନିଷ ପରିବହନ କରିବାକୁ ଉଦ୍ୟମ କରୁଥିଲେ । 4ଟି ଏକେ 74 ରାଇଫଲ, 8ଟି ମାଗାଜିନ ଓ 240 ଏକେ ରାଇଫଲ ଜବତ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ