ମୁମ୍ବାଇ: ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ମୟାନଗରୀ । ବନ୍ୟା ଜଳରେ ଉବୁଟୁବୁ ପୁନେର ଅନେକ ଅଞ୍ଚଳ । ଜଳବନ୍ଦୀ ହୋଇ ରହିଛନ୍ତି ଲୋକେ । ଆଜି ଭାରତୀୟ ସେନା 300 ବିପନ୍ନଙ୍କ ଜୀବନ ରକ୍ଷା କରିଛି ।
![300 ବିପନ୍ନଙ୍କୁ ଉଦ୍ଧାର କଲା ଭାରତୀୟ ସେନା ବନ୍ୟାରେ ଭାସୁଛି ମାୟାନଗରୀ । Five teams from units stationed at Pune rescued 300 people](https://etvbharatimages.akamaized.net/etvbharat/prod-images/4566098_hhj---copy.jpg)
ସୂଚନା ଅନୁସାରେ, ଦୁଇ ଦିନର ପ୍ରବଳ ବର୍ଷା ଲୋକଙ୍କୁ ଅଣନିଶ୍ବାସୀ କରି ପକାଇଲାଣି । ସହରର ବିଭିନ୍ନ ସ୍ଥାନରେ ଜମି ରହିଛି ପାଣି। ସାଉର୍ଥୱନ କମାଣ୍ଡର ପାଞ୍ଚଟି ଟିମ ଆଜି ପୁନେରେ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ ।
![300 ବିପନ୍ନଙ୍କୁ ଉଦ୍ଧାର କଲା ଭାରତୀୟ ସେନା ବନ୍ୟାରେ ଭାସୁଛି ମାୟାନଗରୀ । Five teams from units stationed at Pune rescued 300 people](https://etvbharatimages.akamaized.net/etvbharat/prod-images/4566098_hhhy.jpg)
ପ୍ରାୟ 300 ବିପନ୍ନଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି ଦଳ । ସହରର ବିଭିନ୍ନ ଅଞ୍ଚଳରେ ଏବେ ଉଦ୍ଧାରକାରୀ ଦଳ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି ।