ETV Bharat / bharat

ଆଜି ସ୍ବଦେଶୀ ଯୁଦ୍ଧ ବିମାନ ତେଜସର ଦ୍ବିତୀୟ ସ୍କ୍ବାଡ୍ରନ୍ ବାୟୁସେନାରେ ହେବ ସାମିଲ - ତେଜସର ଦ୍ବିତୀୟ ସ୍କ୍ବାଡ୍ରନ୍ ବାୟୁସେନାରେ ହେବ ସାମିଲ

ପ୍ରତିରକ୍ଷା କ୍ଷେତ୍ରରେ ସ୍ବଦେଶୀକରଣ ଦିଗରେ ଭାରତୀୟ ବାୟୁସେନା ଆଉ ଏକ ବଡ ପଦକ୍ଷେପ ନେବାକୁ ଯାଉଛି। ବୁଧବାର କୋଏମ୍ବାଟୁର ନିକଟ ସୁଲୁରରେ ସ୍ବଦେଶୀ ଯୁଦ୍ଧ ବିମାନର ଦ୍ବିତୀୟ ସ୍କ୍ବାଡ୍ରନ୍ ଏଲସିଏ ତେଜସ୍ ଆରମ୍ଭ ହେବାକୁ ଯାଉଛି।

lca tejas squadron
ତେଜସର ଦ୍ବିତୀୟ ସ୍କ୍ବାଡ୍ରନ୍ ବାୟୁସେନାରେ ହେବ ସାମିଲ
author img

By

Published : May 27, 2020, 8:33 AM IST

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ସ୍ବଦେଶୀକରଣ ଦିଗରେ ଭାରତୀୟ ବାୟୁସେନା ଆଉ ଏକ ବଡ ପଦକ୍ଷେପ ନେବାକୁ ଯାଉଛି। ବୁଧବାର କୋଏମ୍ବାଟୁର ନିକଟ ସୁଲୁରରେ ସ୍ବଦେଶୀ ଯୁଦ୍ଧ ବିମାନର ଦ୍ବିତୀୟ ସ୍କ୍ବାଡ୍ରନ୍ ଏଲସିଏ ତେଜସ୍ ଆରମ୍ଭ ହେବାକୁ ଯାଉଛି। ବିଶେଷ କଥା ହେଉଛି ଏହା ହେଉଛି ଏଲସିଏ ତେଜସ୍, ‘FOC’ ସଂସ୍କରଣ ଓ ଏହା ପୂର୍ବ ତେଜସ୍ ଯୁଦ୍ଧ ବିମାନ ଅପେକ୍ଷା ଅଧିକ ଉନ୍ନତ ଓ ସାଂଘାତିକ ।

FOC ଅର୍ଥାତ୍ ଫାଇନାଲ୍ ଅପରେସନ୍ କ୍ଲିୟରାନ୍ସ, ତେଜସ୍ ଯୁଦ୍ଧ ବିମାନ ବିୟୁଣ୍ଡ ଭିଜୁଆଲ୍ ରେଞ୍ଜ (BVR) କ୍ଷେପଣାସ୍ତ୍ର ସହିତ ସଜ୍ଜିତ ହୋଇଛି ଯାହା ଟାର୍ଗେଟକୁ 50 କିଲୋମିଟର ଦୂରରେ ଲକ୍ କରିପାରିବ । ହାଲୁକା ଯୁଦ୍ଧ ବିମାନ (LCA) ତେଜସରେ ଇସ୍ରାଏଲ୍ ଡର୍ବି BVR କ୍ଷେପଣାସ୍ତ୍ର ଅଛି । ଏହି FOC ବିମାନ ଗୁଡିକରେ ବାୟୁ ରିଫିଲିଂ ଟେକ୍ନୋଲୋଜିରେ ମଧ୍ୟ ସୁବିଧା ଅଛି ।

ଏହି ଦୁଇଟି କୌଶଳ ପ୍ରଥମ ତେଜସରେ ନଥିଲା । ତେଜସର ପ୍ରଥମ ସ୍କ୍ବାଡ୍ରନ୍ ବାୟୁସେନାରେ ଅନ୍ତର୍ଭୁକ୍ତ ହୋଇଥିଲା ଯାହା ଆଇଓସି ଅର୍ଥାତ୍ ପ୍ରାରମ୍ଭିକ ଅପରେସନ୍ କ୍ଲିୟରାନ୍ସ ଭାବରେ ଜଣାଶୁଣା । ଏକ ସ୍କ୍ବାଡ୍ରନ୍ 16-18 ଯୁଦ୍ଧ ବିମାନ ଓ ଦୁଇଟି ଯୁଦ୍ଧ ବିମାନକୁ ନେଇ ଗଠିତ । ଏଫଓସି ସ୍କ୍ବାଡ୍ରନ୍ ଗଠନ ସମାରୋହରେ ଏୟାର ଚିଫ୍ ମାର୍ଶଲ ଆର କେ ଏସ୍ ଭଦୋରିଆ ନିଜେ ସୁଲୁର ଏୟାରବେସରେ ଉପସ୍ଥିତ ରହିବେ।

ତେଜସ୍ ହେଉଛି ଚତୁର୍ଥ ପିଢି । ଏହା ଅତି ହାଲୁକା ବିମାନ । ଏହା ତାଙ୍କ ପିଢିର ସମସ୍ତ ଯୁଦ୍ଧ ବିମାନ ମଧ୍ୟରୁ ହାଲୁକା ଅଟେ । ଜୁଲାଇ ମାସରେ ସ୍କ୍ବାଡ୍ରନ୍ ଅଭାବ ସହ ସଂଘର୍ଷ କରୁଥିବା ବାୟୁସେନା ଫ୍ରାନ୍ସରୁ 36 ଟି ରାଫାଲ୍ ଯୁଦ୍ଧ ବିମାନର ପ୍ରଥମ ବ୍ୟାଚ୍ ଆଣିବାକୁ ଯାଉଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.