ଭାରତୀୟ ବ୍ୟାଙ୍କରୁ ଠକେଇ କରି ଗତ 2016ରେ ଲଣ୍ଡନ ପଳାଇ ଥିଲା ମାଲ୍ୟା । ତାଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଓ ଭାରତୀୟ ତଦନ୍ତ ସଂସ୍ଥାକୁ ଦୀର୍ଘଦିନ ଧରି ଲଢେଇ କରିବାକୁ ପଡିଥିଲା । ଲଣ୍ଡନ କୋର୍ଟ 2018ରେ ମାଲ୍ୟାଙ୍କୁ ଭାରତ ପଠାଇବା ନେଇ ରାୟ ପ୍ରକାଶ କରିବା ପରେ ଭାରତ ସରକାରଙ୍କୁ ମିଳିଥିଲା ଆଶ୍ବସ୍ତି ।
ସେପଟେ ପଳାତକ ମାଲ୍ୟା କିନ୍ତୁ ପ୍ରତ୍ୟାର୍ପଣ ବିରୁଦ୍ଧରେ ଆଇନର ଆଶ୍ରୟ ନେଇଛି । ମୂଳଧନର 100 ପ୍ରତିଶତ ଋଣ ସୁଝିବା ପାଇଁ ସେ ସରକାରଙ୍କୁ ପୂର୍ବରୁ ଅଫର ମଧ୍ୟ ଦେଇ ସାରିଛି ।