ETV Bharat / bharat

‘ଲେହ’କୁ ଚୀନର ଦେଖାଇଲା ଟ୍ବିଟର, କଡା ଚେତାବନୀ ଦେଲା କେନ୍ଦ୍ର - ଟ୍ବିଟର ସିଇଓ

ଲଦାଖର ରାଜଧାନୀ ଲେହର ଅବସ୍ଥିତିକୁ ଚୀନରେ ଦର୍ଶାଇବା ନେଇ ଟ୍ବିଟରକୁ କଡା ଚେତାବନୀ ଦେଇଛି ଭାରତ । ଅଧିକ ପଢନ୍ତୁ...

ଲେହର ଭୁଲ ମ୍ୟାପ ଉପରେ ବିବାଦ, ଟ୍ବିଟରକୁ ଭାରତର କଡା ଚେତାବନୀ

author img

By

Published : Oct 22, 2020, 6:19 PM IST

ନୂଆଦିଲ୍ଲୀ: କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ରାଜଧାନୀ ଲେହର ଅବସ୍ଥିତିକୁ ଚୀନରେ ଦର୍ଶାଇବା ନେଇ ଟ୍ବିଟରକୁ କଡା ଚେତାବନୀ ଦେଇଛି ଭାରତ । ଟ୍ବିଟର ସିଇଓ ଜୈକ ଡୋରସୀଙ୍କୁ ସମ୍ବେଦନଶୀଳତାର ସହ କାର୍ଯ୍ୟ କରିବାକୁ କହିଛନ୍ତି କେନ୍ଦ୍ର ସରକାର ।

ତେବେ ଭାରତ ଦେଇଥିବା ଚେତାବନୀର ପ୍ରତିକ୍ରିୟା ଦେଇଛି ଟ୍ବିଟର । ଭାରତ ସରକାରଙ୍କ ସହ ମିଶି କାମ କରିବାକୁ ପ୍ରତିବଦ୍ଧ ବୋଲି ଟ୍ବିଟର ପକ୍ଷରୁ କୁହାଯାଇଛି । ଏଥିରେ ଜଡିତ ସମ୍ବେଦନଶୀଳତାର ସମ୍ମାନ କରିବୁ ବୋଲି ଟ୍ବିଟର କହିଛି ।

ସମ୍ପୂର୍ଣ୍ଣ ମାମଲାକୁ ନେଇ ଟ୍ବିଟରର ସିଇଓ ଜୈକ ଡୋରସୀଙ୍କୁ ଏକ ଚିଠି ଲେଖିଥିଲେ କେନ୍ଦ୍ର ସରକାରଙ୍କ ଆଇଟି ସଚିବ ଅଜୟ ସାହାଣୀ । ଟ୍ବିଟର ପକ୍ଷରୁ ଭାରତର ନକ୍ସାକୁ ଭୁଲ ଦର୍ଶାଇବାକୁ ନେଇ ଅଭିଯୋଗ କରିଥିଲେ କେନ୍ଦ୍ରସରକାର । ଅକ୍ଟୋବର 18ରେ ଟ୍ବିଟର ନିଜ ପ୍ଲାଟଫର୍ମରେ ଲେହର ଜିଓ ଟ୍ୟାଗ ଲୋକେଶନକୁ ଚୀନରେ ଦର୍ଶାଇଥିଲା ।

ଆଇଟି ସଚିବ ଅଜୟ ସାହାଣୀ କହିଛନ୍ତି, ଲେହ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ଅଂଶ । ସେହିପରି ଲଦାଖ ଓ ଜାମ୍ମୁ କାଶ୍ମୀର ଭାରତର ଅଭିନ୍ନ ଅଂଶ ହୋଇଥିବା ବେଳେ ଏହା ଏହି ଦେଶର ସମ୍ବିଧାନ ଦ୍ବାରା ଶାସିତ । ସୋସିଆଲ ସାଇଟ୍‌ରେ ଭାରତୀୟ ନାଗରିକଙଅକ ଭାବନାକୁ ସମ୍ମାନ ଦେବା ଉଚିତ । ଭାରତର ସାର୍ବଭୌମତ୍ବ ଏବଂ ଅଖଣ୍ଡତା ସହ କରାଯାଇଥିବା ଅପମାନ ସ୍ବୀକାର କରାଯାଇପାରିବ ନାହିଁ । ଏହା ଆଇନର ଉଲ୍ଲଂଘନ ବୋଲି ସେ କହିଛନ୍ତି ।

ଟ୍ବିଟରକୁ କଡା ଚେତାବନୀ ଦେଇ ଆଇଟି ସଚିବ ଲେଖିଛନ୍ତି, ଯେ ଏପରି କାର୍ଯ୍ୟ ଦ୍ବାରା କେବଳ ଟ୍ବିଟରର ସମ୍ମାନ ହାନୀ ହେଉନାହିଁ ବରଂ ଏହାର ନିରପେକ୍ଷତା ଉପରେ ମଧ୍ୟ ପ୍ରଶ୍ନଚିହ୍ନ ଉଠୁଛି । ଏହି ଘଟଣା ଉପରେ ପ୍ରତିକ୍ରିୟା ଦେଇ ଟ୍ବିଟର ଇଣ୍ଡିଆ କହିଛି ଯେ ରବିବାର ସାମ୍ନାକୁ ଆସିଥିବା ଟେକ୍ନିକାଲ ତ୍ରୃଟି ସହ ଅବଗତ ଅଛୁ । ଆମେ ଏହାର ସମ୍ବେଦନଶୀଳତାକୁ ହୃଦୟଙ୍ଗମ କରିବା ସହ ଏହାକୁ ସମ୍ମାନ ଜଣାଉଛୁ । ତ୍ରୃଟିକୁ ସୁଧାରିବାକୁ ଟ୍ବିଟର ଟିମ ତତ୍ପରତାର ସହ କାର୍ଯ୍ୟ କରୁଛି । ତେବେ ଖୁବ ଶୀଘ୍ର ଏହାର ସମାଧାନ କରାଯିବ ବୋଲି ଟ୍ବିଟର ପକ୍ଷରୁ କୁହାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.