ନୂଆଦିଲ୍ଲୀ: ଲଦାଖରେ ଏଲଏସିକୁ ନେଇ ଚୀନର ଦାବିକୁ ଖଣ୍ଡନ କରିଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ । ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)କୁ ନେଇ ଚୀନ କୌଣସି ଏକତରଫା ବ୍ୟାଖ୍ୟା କରିବାରୁ ବିରତ ରହିବ ବୋଲି ବିଶ୍ବାସ ଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ 1959 ମସିହାରେ ଭାରତ ତଥାକଥିତ ଏକପାଖିଆ ଭାବରେ ପରିଭାଷିତ ଏଲଏସିକୁ କେବେ ଗ୍ରହଣ କରିନାହିଁ । ଭାରତ ନିଜର ଆଭିମୁଖ୍ୟ ଉପରେ ସର୍ବଦା ଅଟଳ ରହିଛି ।
ଭାରତ କହିଛି ଯେ ପଶ୍ଚିମ ସେକ୍ଟରର ବିଭିନ୍ନ ସ୍ଥାନରେ ଏଲଏସି ଉଲ୍ଲଂଘନ କରିବାକୁ ଚେଷ୍ଟା କରୁଥିବାବେଳେ ଚୀନ୍ ଏକପାଖିଆ ଭାବରେ ସ୍ଥିତି ପରିବର୍ତ୍ତନ କରିବାକୁ ପ୍ରୟାସ ଚଳାଇଛି । ଅନ୍ୟପକ୍ଷେ ଲଦାଖକୁ ଏକ କେନ୍ଦ୍ରଶାସିତ ଅଞ୍ଚଳ ଭାବରେ ସ୍ବୀକୃତି ଦେଉଥିବା କହିଛି ଚୀନ। ଚୀନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ କହିଛନ୍ତି, ଭାରତ ଲଦାଖକୁ ବେଆଇନ ଭାବେ ନିଜ କବଜାରେ ରଖିଛି ।
ଗତ କିଛି ମାସ ଧରି ଭାରତ ଏବଂ ଚୀନ ମଧ୍ୟରେ ତିକ୍ତତା ଜାରି ରହିଛି। ଏଲଏସିର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟକ ଯବାନ ମୁତୟନ ହୋଇଛନ୍ତି | ତେବେ ନିକଟରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଆଲୋଚନାରେ ସୀମା ନିକଟରେ ଅଧିକ ସୈନ୍ୟବାହିନୀ ମୁତୟନ ନକରିବାକୁ ସହମତି ପ୍ରକାଶ ପାଇଥିଲା ।