ETV Bharat / bharat

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ସହ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାର । ଦେଖନ୍ତୁ କଣ କହୁଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ....

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର
କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର
author img

By

Published : May 12, 2020, 1:17 AM IST

ହାଇଦ୍ରାବାଦ: ପ୍ରଶ୍ନ -୧ ଆମ ସମସ୍ତଙ୍କ ପାଇଁ ସମୟ ଏବେ କଷ୍ଟକର । ଭାରତର ବର୍ତ୍ତମାନ ସ୍ଥିତି କଣ, ତାହା ସମସ୍ତେ ଜାଣିବାକୁ ଚାହାଁନ୍ତି । ପରିସ୍ଥିତି ଏବେ ନିୟନ୍ତ୍ରଣାଧୀନ ବୋଲି ଆପଣଙ୍କ ସରକାର ବିଶ୍ବାସ କରୁଛନ୍ତି କି ?

ଉ-୧ ସାରା ବିଶ୍ୱ ପାଇଁ ଏହା ହେଉଛି ବେଶ୍ ଜଟିଳ ସମୟ । ସ୍ବାସ୍ଥ୍ୟ କ୍ଷେତ୍ରରେ ଚାରି ପାଞ୍ଚ ଦଶକର ସକ୍ରିୟ ସଂପୃକ୍ତି ମଧ୍ୟରେ ମୁଁ ଏଭଳି ସମୟ କେବେ ଦେଖିନାହିଁ । ଭାରତ କଥା ଯଦି କହିବା, ତାହା ହେଲେ ଚୀନରେ ମହାମାରୀ ବ୍ୟାପିବା ପରେ ଏନେଇ ପ୍ରଥମେ ତତ୍ପରତା ପ୍ରକାଶ କରିବା ଦେଶ ମଧ୍ୟରେ ଭାରତ ଥିଲା ଅନ୍ୟତମ । ଜାନୁଆରୀ ୭ ତାରିଖରେ ନୂଆ କୋରୋନା ଭାଇରସ ସଂପର୍କରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ଜଣାଇଥିଲା ଚୀନ୍ । ଏହାର ୨୪ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଭାରତ ବିଶେଷଜ୍ଞଙ୍କ ବୈଠକ ଡାକିଥିଲା । ଯେତେ ଶୀଘ୍ର ସମ୍ଭବ, ଭାରତ ଏ ପ୍ରସଙ୍ଗରେ ତତ୍ପରତା ପ୍ରକାଶ କରିଥିଲା । ୧୦ରୁ ୧୪ ଦିନ ମଧ୍ୟରେ ଆମେ ସବୁ ରାଜ୍ୟ ପାଇଁ ଆଡଭାଇଜରୀ ଜାରି କରିଥିଲୁ । ଜାନୁଆରୀ ୧୮ ତାରିଖରେ ଚୀନ୍ ଓ ହଂକଂରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆମେ ପଏଣ୍ଟ ଅଫ୍ ଏଣ୍ଟ୍ରି ସର୍ଭେଲାନ୍ସ ଆରମ୍ଭ କରିଥିଲୁ ।

ସେହି ଦିନ ହିଁ କମ୍ୟୁନିଟି ସ୍ପ୍ରେଡ ସର୍ଭେଲାନ୍ସ ଆରମ୍ଭ କରାଯାଇଥିଲା । ଗତ ତିନି ମାସ ମଧ୍ୟରେ ମହାମାରୀ ମୁକାବିଲା ପାଇଁ ସକ୍ରିୟ ପଦକ୍ଷେପ ନିଆଯାଇଛି । ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ନେତୃତ୍ବରେ ଏକ ଜିଓଏମ ଗଠନ କରାଯାଇଥିଲା, ଯାହାକୁ କି ପ୍ରଧାମମନ୍ତ୍ରୀ ସିଧାସଳଖ ତଦାରଖ କରିଥିଲେ । ଆମେ ସୀମାରେ ପ୍ରାୟ ୨୦ ଲକ୍ଷ ଲୋକଙ୍କ ସ୍କ୍ରିନିଂ କରିବା ସହ ପ୍ରାୟ ୧୦ ଲକ୍ଷ ଲୋକଙ୍କୁ କମ୍ୟୁନିଟି ସର୍ଭେଲାନ୍ସରେ ରଖିଥିଲୁ । ଜନତା କର୍ଫ୍ୟୁ ଭଳି ଅଭିନବ ମେଥଡ ସହ ଲକଡାଉନ୍ ଭଳି ସାହସିକ ପଦକ୍ଷେପ ନିଆଯାଇଛି । ପ୍ରୋ ଆକ୍ଟିଭ ଷ୍ଟ୍ରାଟେଜି ସହ ତୁଳନାତ୍ମକ ଭାବେ ଦେଖିବାକୁ ଗଲେ ଭାରତ ଭଲରେ ରହିଛି । ସାରା ବିଶ୍ୱର ନଜର ଏବେ ଭାରତ ଉପରେ । ମୃତ୍ୟୁହାର କମ୍ ରହିଛି । ଡବଲିଂ ହାର ୧୧ରୁ ୧୨ ଦିନ ରହିଛି । ୩୦ ପ୍ରତିଶତରୁ ଅଧିକ ରୋଗୀ ସୁସ୍ଥ ହୋଇସାରିଛନ୍ତି । ଚାରି ମାସ ମଧ୍ୟରେ ୪୫୦ରୁ ଅଧିକ ଲ୍ୟାବ ପ୍ରତିଷ୍ଠା କରାଯାଇଛି । ପ୍ରତିଦିନ ୯୫ ହାର ଟେଷ୍ଟ ହେଉଛି । ଆମର ରଣକୌଶଳ ଓ ସଫଳତା ସ୍ୱଚ୍ଛ ହୋଇ ଦିଶୁଛି ।

ପ୍ରଶ୍ନ-୨ କୋଭିଡ-୧୯ ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ଟେଷ୍ଟ ସେଂଟର ବଢିବା ସହ ମାମଲା ବଢିବାର ସଂପର୍କ ରହିଛି କି ?

ଉ-୨ କୋଭିଡ-୧୯ ମାମଲାରେ ସେମିତି କିଛି ଅଧିକ ବୃଦ୍ଧି ହୋଇନାହିଁ । ଗ୍ରାଫ ସ୍ଥିର ରହିଥିବା ଦେଖାଯାଉଛି । ଗତ ୨୪ ଘଣ୍ଟାରେ ଆମେ ୮୫ ହଜାର ଲୋକଙ୍କୁ ଟେଷ୍ଟ କରିଛୁ । ପ୍ରାରମ୍ଭିକ ଅବସ୍ଥାରେ ଦିନକୁ ୨ ହଜାର ଟେଷ୍ଟ ହେଉଥିଲା । ପ୍ରଭାବିତ ହୋଇ ନ ଥିବା ଜିଲ୍ଲାଗୁଡିକରେ ସିଭିୟର ଆକ୍ୟୁଟ୍ ରେସପିରେଟରୀ ଇନଫେକ୍ସ-(ଏସଏଆରଆଇ) ଓ ଇନଫ୍‌ଲୁଏନଜା ଲାଇକ୍ ଇଲନେସ୍ (ଆଇଏଲଆଇ)ର ମାମଲା ଖୋଜିବାକୁ ଆମେ ଚେଷ୍ଟା କରୁଛୁ । ରାଜ୍ୟମାନେ ମଧ୍ୟ ଏ ଦିଗରେ ଭଲ ସହଯୋଗ କରୁଛନ୍ତି । ଗତ ତିନି ମାସରେ ଆମ ଦେଶରେ ୫୦ ହଜାରରୁ ୬୦ ହଜାର ମାମଲା ଆସିଛି । ଏହି ସମୟ ମଧ୍ୟରେ ଛୋଟ ଛୋଟ ଦେଶଗୁଡିକରେ ତ ଲକ୍ଷ ଲକ୍ଷ ମାମଲା ଆସିଛି । ଆମର ମୃତ୍ୟୁହାର ତିନି ପ୍ରତିଶତ ଥିଲା ବେଳେ ବିଶ୍ବରେ ହାରାହାରି ଏହା ୭ରୁ ୭ ଦଶମିକ ୫ ପ୍ରତିଶତ ରହିଛି । ମାମଲାଗୁଡିକରେ ତଥାକଥିତ ବୃଦ୍ଧି ଜୋରଦାର ସନ୍ଧାନ ଓ ପରୀକ୍ଷଣ ଯୋଗୁଁ ହୋଇଛି । ଆମେ ଦେଶର ସବୁ ପଜିଟିଭ କୋରୋନା ମାମଲା ଧରିବାକୁ ଚାହୁଁ ।

ପ୍ରଶ୍ନ-୩ ଟେଷ୍ଟିଂ ସେଣ୍ଟର ବାବଦର ସରକାରଙ୍କ ଯୋଜନା କଣ ? ମାସ ଶେଷ ସୁଦ୍ଧା ସରକାର କେତେ ଟେଷ୍ଟିଂ ସେଣ୍ଟର ଖୋଲିବାକୁ ଲକ୍ଷ୍ୟ ରଖିଛନ୍ତି ? ଏହା ପଛରେ ତର୍କ କଣ ଓ ଏହା ଯଥାର୍ଥ କି ?

ଉ-୩ ଭାଇରୋଲୋଜି ଟେଷ୍ଟିଂ ପାଇଁ ଆମେ ସାମ୍ପଲ୍ ଆମେରିକାକୁ ପଠାଉଥିଲୁ । ଯେତେବେଳେ ପ୍ରଥମ ଭୂତାଣୁ ମାମଲ ଜାନୁଆରୀରେ ସାମନାକୁ ଆସିଲା, ସେତେବେଳେ ଆମର କେବଳ ଗୋଟିଏ ଲ୍ୟାବ ଥିଲା । ଏବେ ମେ ଦ୍ବିତୀୟ ସପ୍ତାହରେ ସାରା ଦେଶରେ ୪୭୨ଟି ଲ୍ୟାବ ପ୍ରତିଷ୍ଠା କରାଯାଇପାରିଛି । ଏଥିମଧ୍ୟରୁ ୨୭୫ଟି ଲ୍ୟାବ ସରକାରୀ । ଆମର ଟେଷ୍ଟ କ୍ୟାପାସିଟି ୯୫ ହଜାର ଯାଏଁ ବିକଶିତ ହୋଇପାରିଛି । ଆଇସିଏମଆର ବିଶେଷଜ୍ଞ ଗୋଷ୍ଠୀର ଉପଦେଶ ଅନୁସାରେ ଏହି ରଣନୀତି ପ୍ରସ୍ତୁତ ହୋଇଛି । କାହାର ଟେଷ୍ଟିଂ କରାଯିବ, ସେ ନେଇ ଓ ସ୍ପଷ୍ଟ ଗାଇଡଲାଇନ୍ ରହିଛି । ପେଷାଦାର ସର୍କଲର ଉପଦେଶ ଅନୁସାରେ ହିଁ ଟେଷ୍ଟିଂ ପଲିସି ଚୂଡାନ୍ତ କରାଯାଇଛି । ଆମର ଟେଷ୍ଟିଂ ସାମର୍ଥ୍ୟ ଯୋଗୁଁ ହିଁ ଆମେ ସମସ୍ୟା ଚିହ୍ନଟ କରିପାରିବା ସହ ହଟସ୍ପଟ, ନନ୍ ହଟସ୍ପଟ୍ ଓ ଅଣ ପ୍ରଭାବିତ ଜିଲ୍ଲାଗୁଡିକ ଚୂଡାନ୍ତ କରିପାରିଛୁ ।

ପ୍ରଶ୍ନ -୪- କିଛି ରାଜ୍ୟ ପ୍ରଦାନ କରୁଥିବା ସଂଖ୍ୟା ସହ କେନ୍ଦ୍ର ସରକାର ବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଉଥିବା ସଂଖ୍ୟା ମଧ୍ୟରେ ବହୁତ ତଫାତ ରହୁଛି କି ?

ଉ-୪ କୋଭିଡ-୧୯ ସଂଖ୍ୟାରେ କୌଣସି ଏପଟସେପଟ ନାହିଁ । କାରଣ ଆରମ୍ଭରୁ ହିଁ ପ୍ରକ୍ରିୟା ଡାଇନାମିକ ରହିଛି । ସନ୍ଦିଗ୍ଧ ରୋଗୀଙ୍କୁ ଖୋଜିବା ଆରମ୍ଭଠୁ ଲ୍ୟାବରେ ରିପୋର୍ଟ ସଂଗ୍ରହ ସବୁ କିଛି ଡାଇନାମିକ ରହିଛି । ରିପୋର୍ଟଗୁଡିକ ପରେ ରାଜ୍ୟସରକାର, ଆଇଡିଏସପି ଓ ଆଇସିଏମଆରକୁ ପଠାଯାଏ । ଶେଷରେ ସବୁ ସୂତ୍ରରୁ ସବୁ ଡାଟା ସ୍ବାସ୍ଥ୍ୟ ମନ୍ତ୍ରାଳୟରେ ସଂଗ୍ରହ କରାଯାଏ । ଡାଇନାମିକ କାର୍ଯ୍ୟ କଳାପ ହୋଇଥିବାରୁ ଭିନ୍ନ ଭିନ୍ନ ପୋର୍ଟାଲରେ ଭିନ୍ନ ଭିନ୍ନ ସଂଖ୍ୟା ଆସେ । କିନ୍ତୁ ସବୁ ଡାଟା ସଂଗ୍ରହ ହେଲା ପରେ କୌଣସି ଭୁଲଭଟକା ରହେ ନାହିଁ, ସବୁ କିଛି ସ୍ବଚ୍ଛ ହୁଏ ।

ପ୍ରଶ୍ନ-୫ ବର୍ତ୍ତମାନ କେଉଁ କେଉଁ ହଟସ୍ପଟ ଉପରେ ଆପଣଙ୍କ ଫୋକ୍‌ସ ରହୁଛି ?

ଉ-୫ ସାରାଦେଶକୁ ରେଡ୍‌, ଅରେଞ୍ଜ ଓ ଗ୍ରୀନ ଜୋନରେ ବିଭକ୍ତ କରାଯାଇଛି । ୧୩୦ ଜିଲ୍ଲା ହଟସ୍ପଟ ଶ୍ରେଣୀରେ ରହିଛି । ୨୮୪ ଜିଲ୍ଲା ନନ୍ ହଟସ୍ପଟ୍ ଜିଲ୍ଲା ଘୋଷିତ ହୋଇଥିଲା ବେଳେ ୩୧୯ ଜିଲ୍ଲା ପ୍ରଭାବିତ ହୋଇନାହିଁ । ହଟସ୍ପଟ ଅଞ୍ଚଳଗୁଡିକରେ ଛୋଟବଡ କ୍ଲଷ୍ଟରକୁ ଦେଖି ଭିନ୍ନ ରଣନୀତି ଆପଣାଯାଉଛି । କଣ୍ଟେନମେଣ୍ଟ ଜୋନରେ ମାଇକ୍ରୋ ପ୍ଲାନ୍ ରହିଛି । ଘର ଘର ସର୍ଭେ ହେଉଛି । ଲୋକାଲ ଟିମ୍, ରାପିଡ ରେସପନ୍ସ ଟିମ୍, ମେଡିକାଲ କଲେଜ ଓ କେନ୍ଦ୍ର ସରକାରଙ୍କ ଟିମ୍ ମିଳିତ ଭାବେ ହଟସ୍ପଟ୍‌ରେ କାମ କରୁଛନ୍ତି । ବିଶେଷଜ୍ଞଙ୍କ ପରାମର୍ଶରେ ସେମାନେ କାମ କରୁଛନ୍ତି । ଏସବୁ ସ୍ଥାନଗୁଡିକରେ ସରକାରଙ୍କ ରଣନୀତି ବେଶ୍ ସ୍ପଷ୍ଟ ।

ପ୍ରଶ୍ନ-୬ ସର୍ବସାଧାରଣ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ କେନ୍ଦ୍ର ସରକାରଙ୍କ ଆହ୍ୱାନକୁ ରାଜ୍ୟଗୁଡିକ କିଭଳି ଭାବେ କାଯ୍ୟ ର୍କାରୀ କରୁଛନ୍ତି ? କଣ ସବୁ ଚାଲେଞ୍ଜ ରହିଛି ?

ଉ-୬ ବିଭିନ୍ନ ସମୟରେ ଆମେ ଜାରି କରୁଥିବା ଗାଇଡଲାଇନ୍ସକୁ ରାଜ୍ୟମାନେ ପାଳନ କରନ୍ତି । ଆମେ ନିୟମିତ ଏ ଉପରେ ନଜର ରଖି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ କଥାବାର୍ତା ହେଉଛୁ । ଯଥାସମ୍ଭବ ଆମେ ସହାୟତା କରିବାକୁ ଚେଷ୍ଟା କରୁଛୁ । ରାଜ୍ୟଗୁଡିକୁ ପିପିଇ, ମେଡିସିନ, ଏନ୯୫ ମାସ୍କ, ଭେଂଟିଲେଟର ଯୋଗାଣ ସହ ଏକ୍ସପର୍ଟ ଆଡଭାଇସ୍ ବି ଦିଆଯାଉଛି । ହଟସ୍ପଟ ଅଞ୍ଚଳକୁ ଆମେ ବିଶେଷଜ୍ଞ ଓ ସର୍ଭେ ଲାନ୍ସ ଟିମ୍ ମଧ୍ୟ ପଠାଯାଉଛି, ଯାହା ଦ୍ବାରା କି ଗୁଣାତ୍ମକ ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦିଆଯାଇପାରିବ । ବଡ ବଡ ସହରର ବଡ ବଡ ବସ୍ତି ଓ ବଡ ବଡ କ୍ଲଷ୍ଟର ଆହ୍ବାନ ହୋଇ ରହିଛି । ଏସବୁ କ୍ଷେତ୍ରରେ ସାମାଜିକ ଦୂରତ୍ବ ଓ ଲକଡାଉନ୍ ଭଲ ଭାବେ କାର୍ଯ୍ୟକାରୀ ହୋଇପାରିବ ନାହିଁ । ପ୍ରବାସୀ ଶ୍ରମିକ, ତବଲିଗି ପ୍ରସଙ୍ଗ ପରେ ଏବେ ବିଦେଶରୁ ଅନୁପ୍ରବେଶକାରୀଙ୍କ ଆହ୍ବାନ ରହିଛି ।

ପ୍ରଶ୍ନ-୭ ଗୁଣାତ୍ମକ ମାନ ନେଇ ପ୍ରଶ୍ନ ଉଠିଲା ପରେ ହସ୍ପିଟାଲରୁ ପ୍ରତ୍ୟାହାର କରିନିଆଯାଇଥିବା ରାପିଡ୍ ଟେଷ୍ଟ କିଟ୍‌ର ବିକଳ୍ପକଣ ରହିଛି ? ଦେଶରେ ଟେଷ୍ଟ କିଟ୍‌ର ସପ୍ଲାଏ ଓ ଡିମାଣ୍ଡରେ କୌଣସି ମିସମ୍ୟାଚ୍ ରହୁଛି କି ?

ଉ-୭ ଆମେ ଆରଟି-ପିସିଆର୍ ଟେଷ୍ଟିଂ କରୁଛୁ । ଯେତେବେଳେ ଏହି ଆଣ୍ଟିବଡି ଟେଷ୍ଟିଂ ସପକ୍ଷରେ ଯୁକ୍ତି ଉପସ୍ଥାପନ ହେଲା, ସେତେବେଳେ ଆମେ ଏହାର ସର୍ଭେଲାନ୍‌ସ ଉପଯୋଗୀତା ସଂପର୍କରେ ମଧ୍ୟ ଧ୍ୟାନ ଦେଇଥିଲୁ । ଆମେ ଯଥା ଶୀଘ୍ର କିଟ୍ ଆମଦାନୀ ପାଇଁ ଚେଷ୍ଟା କରିଥିଲୁ । ତେବେ ସେଗୁଡିକ ପ୍ରଭାବହୀନ ବୋଲି ଜଣାପଡିଲା ପରେ ବ୍ୟବହାର କରିବାକୁ ମନା କରିଦେଇଥିଲୁ । ଆମେ ଦେଶୀୟ କୌଶଳରେ ଟେଷ୍ଟ କିଟ୍ ବିକାଶ ପ୍ରକ୍ରିୟାରେ ଅଛୁ । ଆଇସିଏମଆର୍ ଏଲିସା ଟେଷ୍ଟକିଟ୍ ବିକଶିତ କରିଛି ।

ପ୍ରଶ୍ନ- ୮ ତୃତୀୟ ଲକଡାଉନ ପରେ ଅଧିକାଂଶ ପ୍ରବାସୀ ଶ୍ରମିକ ଓ ଛାତ୍ର ନିଜ ନିଜ ଅଞ୍ଚଳକୁ ଫେରିବେ । ଏହି ପ୍ରକ୍ରିୟା ବି ଆରମ୍ଭ ହୋଇଯାଇଛି । ଏଭଳି ସ୍ଥଳେ କେନ୍ଦ୍ର ସରକାର, ସ୍ବାସ୍ଥ୍ୟ ବିଭାଗର ପ୍ରସ୍ତୁତି କେମିତି ରହିଛି ? କାରଣ ବହୁସଂଖ୍ୟାରେ ଲୋକଙ୍କ ସ୍ଥାନାନ୍ତର ରାଜ୍ୟଗୁଡିକ ପାଇଁ କୋଭିଡ-୧୯ ସଂକଟର ମୁକ।।ବିଲା କ୍ଷେତ୍ରରେ ବାଧା ସୃଷ୍ଟି କରିବ ।

ଉ-୮ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିଜର ହୋମଓାର୍କ କରିଛି । ବାହାର ରାଜ୍ୟରେ ଅଟକି ରହିଥିବ ଛାତ୍ର, ଶ୍ରମିକ ଓ ଅନ୍ୟମାନେ କିଭଳି ସୂଚାରୁ ରୂପେ ନିଜ ନିଜର ରାଜ୍ୟକୁ ଯାଇପାରିବେ, ସେନେଇ ଏକ ବ୍ୟାପକ ଗାଇଡଲାଇନ ପ୍ରସ୍ତୁତ କରିଛି ମନ୍ତ୍ରାଳୟ । ଲକ୍ଷ ଲକ୍ଷ ଲୋକଙ୍କ ଗୃହ ଗମନ ଫଳରେ ରାଜ୍ୟଗୁଡିକ ନିଶ୍ଚିତ ଭାବେ ପ୍ରଭାବିତ ହେବେ । କିନ୍ତୁ ଜଗିରଖି ଏହି ଆହ୍ବାନର ମୁକାବିଲା କରିହେବ ।

ପ୍ରଶ୍ନ-୯ ଆବଶ୍ୟକ ସଂଖ୍ୟାରେ ପର୍ସନାଲ ପ୍ରୋଟେକଟିଭ୍ ଇକ୍ୱିପମେଣ୍ଟ ନଥିବାରୁ ଦେଶବ୍ୟାପୀ ଡାକ୍ତରମାନେ ଚିନ୍ତା ପ୍ରକାଶ କରିଛନ୍ତି । ଅଧିକ ପିପିଇ ସପ୍ଲାଏ ପାଇଁ ମନ୍ତ୍ରାଳୟ କଣ ବ୍ୟବସ୍ଥା କରିଛି ?

ଉ-୯ ପ୍ରଥମେ ପ୍ରଥମେ ପିପିଇର ଅଭାବ ଦେଖାଦେଇଥିଲା । କିନ୍ତୁ କୋଭିଡ-୧୯ ସଂକଟ ମେକ୍ ଇନ୍ ଇଣ୍ଡିଆ ଆନ୍ଦୋଳନ ପାଇଁ ଆଶୀର୍ବାଦ ସଦୃଶ ହୋଇଛି । ୧୦୦ରୁ ଅଧିକ ପରୀକ୍ଷିତ ଓ ସ୍ବୀକୃତ ୩ ଲକ୍ଷ ପିପିଇି କିଟ୍ ଦିନକୁ ନିର୍ମାଣ ହୋଇପାରୁଛି । ଆମେ ସବୁ ରାଜ୍ୟକୁ ଏ ସବୁ କିଟ୍‌ ଯୋଗାଣ କରୁଛୁ । ସେମାନେ ଏଗୁଡିକ ଗଚ୍ଛିତ କରି ପାରୁନାହାଁନ୍ତି । ଏବେ ଏହା ଏକ ଇସ୍ୟୁ ବୋଲି ମୁଁ ଭାବୁନାହିଁ ।

ପ୍ରଶ୍ନ-୧୦ କୋଭିଡ-୧୯ ସଂକଟର ପରିଚାଳନା ପାଇଁ ଘରୋଇ ହେଲଥ କେୟାର ସେକ୍ଟରକୁ ସଂପୃକ୍ତ କରିବା ପାଇଁ ସରକାର କିଭଳି ଯୋଜନା କରୁଛନ୍ତି ?

ଉ-୧୦ ପ୍ରାରମ୍ଭିକ ଅବସ୍ଥାରେ ଘରୋଇ ଡାକ୍ତର ଓ ଘରୋଇ ହସପିଟାଲ ଆସୋସିଏସନକୁ ସରକାରଙ୍କ ସହାୟତା ପାଇଁ ମୁଁ ଅପିଲ କରିଥିଲେ । ସେମାନେ ବି ସହାୟତା ପାଇଁ ସକାରାତ୍ମକ ମନୋଭାବ ପୋଷଣ କରିଥିଲେ । ଏଭଳି ସଂକଟ ସମୟରେ ମୁଁ ଘରୋଇ କ୍ଷେତ୍ରକୁ ମଧ୍ୟ ସହାୟତା ପାଇଁ ଅପିଲ କରୁଛି । କାରଣ ସେମାନଙ୍କର ମଧ୍ୟ ଏକ ପେଷାଦାର ଓ ସାମାଜିକ ଦାୟିତ୍ୱବୋଧ ରହୁଛି ।

ପ୍ରଶ୍ନ-୧୧ କୋଭିଡ-୧୯ ସଂକଟର ନିୟନ୍ତ୍ରଣ ଓ ମୁକାବିଲା ଦିଗରେ ଆପଣ କେତେ ଆଶାବାଦୀ ? ଦେଶ ପାଇଁ ଆପଣଙ୍କ ବାର୍ତା କଣ ରହିଛି କି ?

ଉ-୧୧ ଭୂତାଣୁମାନେ ବିଭିନ୍ନ ସ୍ୱରୂପରେ ଆସିବା ଜାରି ରଖି ମାନବ ସମାଜକୁ ପ୍ରଭାବିତ କରିବେ । ସ୍ମଲ୍ ପକ୍ସ ଓ ପୋଲିଓ ଭୂତାଣୁ ହିଁ ସଂପୂର୍ଣ୍ ଭାବେ ମୂଳପୋଚ୍ଛ ହୋଇଛନ୍ତି । ଅନ୍ୟ ଭୂତାଣୁ ସବୁ ବଞ୍ଚି ରହିଛନ୍ତି । ସେମାନେ ସମୟେ ସମୟେ ମୁଣ୍ଡ ଟେକି ମହାମାରୀ ସୃଷ୍ଟି କରନ୍ତି । ସାଂପ୍ରତିକ କୋଭିଡ-୧୯ ଆକ୍ରମଣର ମୁକାବିଲା ପାଇଁ ସରକାର ସଜାଗ ରହିଛନ୍ତି । ସାମାଜିକ ଦୂରତ୍ବ ହାତଧୁଆ, ମାସ୍କ ପିନ୍ଧା ଭଳି କେତେକ ନିୟମ ଆମେ ମାନି ଚଳିଲେ ଭବିଷ୍ୟତରେ ମଧ୍ୟ ଏହି ମହାମାରୀର ମୁକାବିଲା ସମ୍ଭବ ହୋଇପାରିବ । ଅନ୍ୟ ମହାମାରୀର ମୁକାବିଲା ଦିଗରେ ମଧ୍ୟ ଏହା ଆମକୁ ସହାୟକ ହେବ । ଧୀରେ ଧୀରେ ଲକଡାଉନ ଖୋଲିଲେ ଆମେ ସକାରାତ୍ମକ ଭାବେ ଆମ ଅର୍ଥନୀତିର ପୁନଃନିର୍ମାଣରେ ସହାୟକ ହୋଇପାରିବା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.